ରାଜଧାନୀର ରାଜରାସ୍ତାରୁ ହଟିବ ଉଠା ଦୋକାନ

ରାଜଧାନୀ ଭୁବନେଶ୍ବରରୁ ହଟିବ ରାଜରାସ୍ତାରେ ଥିବା ସମସ୍ତ ଉଠା ଦୋକାନ । ୫୫ଟି ରାସ୍ତାରୁ ସ୍ଥାୟୀ ଭାବେ ଉଠା ଦୋକାନୀକୁ ହଟାଯିବ । ସମୂହ ସଫେଇ କାର୍ଯ୍ୟକ୍ରମ ବେଳେ ଏଭଳି ସୂଚନା ଦେଇଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ । ଉଠା ଦୋକାନୀଙ୍କୁ ହଟାଯାଇ ସ୍ଥାୟୀ ଭେଣ୍ଡିଂ ଜୋନ ଦିଆଯିବ ।

ଏନେଇ ସମୂହ ସଫେଇ କାର୍ଯ୍ୟକ୍ରମ ସମୟରେ ରାସ୍ତା କଡ଼ରେ ମନ ଇଚ୍ଛା ଚାଲିଥିବା ଦୋକାନ ଦେଖି ମେୟର ଅସନ୍ତୋଷ ପ୍ରକାଶ କରିବା ସହିତ ରାସ୍ତା କଡ଼ରେ ବାରମ୍ବାର ତାଗିଦ ପରେ ବି କାହିଁକି ରେଜିଷ୍ଟ୍ରେସନ୍ କରିନଥିବା ଦୋକାନୀ ଦୋକାନ ପକାଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ରାସ୍ତା କଡ଼ରେ ଉଠା ଦୋକାନୀଙ୍କୁ ହଟାଇ ସ୍ଥାୟୀ ଭେଣ୍ଡିଂ ଜୋନ ଦିଆଯିବ ନେଇ ଯୋଜନା ହୋଇଛି । ଭେଣ୍ଡିଂ ଜୋନ୍ ପାଇଁ ରେଜିଷ୍ଟର କରିଥିବା ଦୋକାନୀ ହିଁ ଦୋକାନ ପାଇଁ ଅନୁମତି ପାଇବେ । ଏହା ସହିତ ଦୋକାନୀଙ୍କୁ ଦୋକାନ ପାଖ ସଫା ରଖିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି ମେୟର।

Leave a Reply

Your email address will not be published. Required fields are marked *