କିଏ ଆଣିଥିଲା ପେଟ୍ରୋଲ, ସିସିଟିଭିରେ ଆସିଲା ସତ

ବାଲେଶ୍ୱର: ଫକୀର ମୋହନ କଲେଜ୍‌ର ଛାତ୍ରୀ ଆତ୍ମହତ୍ୟା ଘଟଣାରେ ନୂଆ ମୋଡ ସାମ୍ନାକୁ ଆସିଛି । ଘଟଣା ଦିନ ରେକର୍ଡ ହୋଇଥିବା ଏକ ସିସିଟିଭି ଫୁଟେଜ୍‌ ବର୍ତ୍ତମାନ ସାମ୍ନାକୁ ଆସିଛି, ଯାହାକୁ କ୍ରାଇମବ୍ରାଞ୍ଚ ଦ୍ୱାରା ଗମ୍ଭୀରତାର ସହିତ ତଦନ୍ତ କରାଯାଉଛି।

ଫୁଟେଜ୍‌ରେ ଦେଖାଯାଉଛି ଯେ ପୀଡିତା ଜଣକ ସାଇକେଲ୍‌ରେ ଚଢ଼ି ଗୋଟେ ପେଟ୍ରୋଲ ପମ୍ପ ଦିଗକୁ ଯାଉଛନ୍ତି। ଏହି ସିସିଟିଭି ଫୁଟେଜ୍‌ ଜୁଲାଇ ୧୨ ତାରିଖ ଦିନ ୧୦ଟା ୪୪ ମିନିଟ୍‌ରେ ରେକର୍ଡ ହୋଇଥିଲା। ଏହି ଫୁଟେଜ୍‌ ଏଫଏମ୍‌ କଲେଜ୍‌ରୁ ଚାନ୍ଦିପୁର ଦିଗକୁ ଯାଉଥିବା ରାସ୍ତାର ଗୋଟିଏ ସିସିଟିଭି ଫୁଟେଜ୍‌ ରୁ ମିଳିଛି ।

ଘଟଣା ପୂର୍ବର ଏହି ଫୁଟେଜ୍‌ ଦ୍ୱାରା ପୀଡିତାଙ୍କ ଶେଷ ଚଳାଚଳ ଓ ତାଙ୍କ ଅନ୍ତିମ ନିଷ୍ପତ୍ତି ବିଷୟରେ ଅନେକ ତଥ୍ୟ ପ୍ରମାଣିତ ହେବ ବୋଲି ଅନୁମାନ କରାଯାଉଛି।

ଏହି ଘଟଣା ଅନ୍ତର୍ଗତ ୨୦ ଦିନର ତଦନ୍ତ ପରେ ଦୁଇ ଜଣ ଛାତ୍ର — ଶୁଭ୍ର ସମ୍ବିତ ନାୟକ ଓ ଜ୍ୟୋତିପ୍ରକାଶ ବିଶ୍ୱାଳ କୁ ଆତ୍ମହତ୍ୟା ପାଇଁ ପ୍ରୋତ୍ସାହନ ଦେଇଥିବା ଅଭିଯୋଗରେ ଗିରଫ କରାଯାଇଛି। ଶୁଭ୍ର ସମ୍ବିତ ଏବିଭିପିର ରାଜ୍ୟ ଯୁଗ୍ମ ସମ୍ପାଦକ ଭାବେ ମଧ୍ୟ ଚିହ୍ନଟ ହୋଇଛନ୍ତି।

ଏହି ନୂଆ ସିସିଟିଭି ଫୁଟେଜ୍‌ ତଦନ୍ତକୁ ନୂଆ ଦିଗ ଦେଇପାରେ ବୋଲି ମନେ କରାଯାଉଛି |

Leave a Reply

Your email address will not be published. Required fields are marked *