ଭୁବନେଶ୍ବର ଜାଭିୟର ଛକରେ ସିରିଜ୍ ଦୁର୍ଘଟଣା, ଏକାଧିକ ଲୋକ ଆହତ ସୂଚନା

ଭୁବନେଶ୍ବର ଜାଭିୟର ଛକ ନିକଟରେ ସିରିଜ୍ ଦୁର୍ଘଟଣା ହୋଇଛି। ଏକ କାର୍, ଟାଟା ମ୍ୟାଜିକ୍, ଅଟୋ ଓ ଡାଲା ଅଟୋ ମଧ୍ୟରେ ପଛକୁ ପଛକୁ ପିଟି ହୋଇ ଏହି ଦୁର୍ଘଟଣା ହୋଇଛି। ଏଥିରେ ଏକାଧିକ ଲୋକ ଆହତ ହୋଇଛନ୍ତି। ଘଟଣା ପରେ ଜାଭିୟର ଛକରେ ରାସ୍ତା ଜାମ୍ ହୋଇଛି। ଫଳରେ ଯାନାବହନ ଚଳାଚଳ ବାଧାପ୍ରାପ୍ତ ହୋଇଛି।

କାର୍ ଚାଳକ ମଦ୍ୟପାନ କରି ଗାଡ଼ି ଚଳାଇବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଅଭିଯୋଗ ଆଣି କାର୍ ଡ୍ରାଇଭରଙ୍କୁ ଉତ୍ତ୍ୟକ୍ତ ଲୋକମାନେ ନିସ୍ତୁକ ମାଡ଼ ମାରିଛନ୍ତି।  ଖବର ପାଇ ଘଟଣା ସ୍ଥଳରେ ମୈତ୍ରୀ ଥାନା ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଡ୍ରାଇଭରଙ୍କୁ ଲୋକଙ୍କ କବଳରୁ ଉଦ୍ଧାର କରିଛି। ପୋଲିସ ରାସ୍ତାରୁ ଦୁର୍ଘଟଣାଗସ୍ତ ଗାଡିକୁ ହଟାଇବା ପରେ ଗାଡି ଚଳାଚଳ ସ୍ବାଭାବିକ କରିବାକୁ ଉଦ୍ୟମ କରୁଛି।

Leave a Reply

Your email address will not be published. Required fields are marked *