ସେକେଣ୍ଡ ହ୍ୟାଣ୍ଡ ଫୋନ୍ କିଣୁଥିଲେ ହୋଇଯନ୍ତୁ ସାବଧାନ!
ନୂଆଦିଲ୍ଲୀ: ଯଦି ଆପଣ ସେକେଣ୍ଡ ହ୍ୟାଣ୍ଡ ସ୍ମାର୍ଟଫୋନ୍ କିଣିବାକୁ ଯୋଜନା କରୁଛନ୍ତି, ତେବେ ସାବଧାନ ହୋଇଜନ୍ତୁ! ଆଜିକାଲି ବଜାରରେ ଚୋରି ହୋଇଥିବା ମୋବାଇଲ୍ ବିକ୍ରି ହେବା ଏକ ସାଧାରଣ ଘଟଣା ହୋଇପଡ଼ିଛି। ଏପରି ପରିସ୍ଥିତିରେ, ଆପଣ ଅଜାଣତରେ ଚୋରି ହୋଇଥିବା ଫୋନ୍ କିଣୁନଥିବେ ତାହା ନିଶ୍ଚିତ କରିବା ଅତ୍ୟନ୍ତ ଜରୁରୀ।
ଏକ SMS ଜରିଆରେ ସହଜରେ ଫୋନ୍ଟିକୁ ଯାଞ୍ଚ କରିପାରିବେ। ଆପଣ ଫୋନ୍ର IMEI ନମ୍ବର (ଯାହା ଫୋନ୍ର ବ୍ୟାଟେରୀ ବା ପ୍ୟାକେଜିଂ ବାକ୍ସରେ ଲେଖାଯାଇଥାଏ କିମ୍ବା *#06# ଡାୟଲ କରି ଜାଣିପାରିବେ) ସଂଗ୍ରହ କରି ସରକାରୀ ପୋର୍ଟାଲ ବା ସେଣ୍ଟ୍ରାଲ ଇକ୍ୟୁପମେଣ୍ଟ ଆଇଡେଣ୍ଟିଟି ରେଜିଷ୍ଟ୍ରି (CEIR) ଜରିଆରେ ଯାଞ୍ଚ କରିପାରିବେ। ଏଥିପାଇଁ ଆପଣଙ୍କୁ IMEI ନମ୍ବରଟି ଏକ ନିର୍ଦ୍ଦିଷ୍ଟ ନମ୍ବରକୁ SMS ମାଧ୍ୟମରେ ପଠାଇବାକୁ ପଡ଼ିବ। ଯଦି ଫୋନ୍ ଚୋରି ହୋଇଥିବା ବା ବ୍ଲକ୍ ହୋଇଥିବା ତାଲିକାରେ ରହିଛି, ତେବେ ଆପଣଙ୍କୁ ଏହାର ସୂଚନା ମିଳିପାରିବ।
ଏହା ବ୍ୟତୀତ, ସେକେଣ୍ଡ ହ୍ୟାଣ୍ଡ ଫୋନ୍ କିଣିବା ପୂର୍ବରୁ ବିକ୍ରେତାଙ୍କ ପାଖରୁ ଫୋନ୍ର ଅରିଜିନାଲ୍ ବିଲ୍ ଓ ପ୍ୟାକେଜିଂ ଦେଖିବା ଉଚିତ। ଯଦି ସନ୍ଦେହ ହୁଏ, ତେବେ ସ୍ଥାନୀୟ ପୁଲିସ ବା ସାଇବର ସେଲ୍ଙ୍କ ସହାୟତା ନିଅନ୍ତୁ। ଏହା ଆପଣଙ୍କୁ ଆର୍ଥିକ କ୍ଷତି ଓ ଆଇନଗତ ଝାମେଲାରୁ ରକ୍ଷା କରିବ। ତେଣୁ, ସେକେଣ୍ଡ ହ୍ୟାଣ୍ଡ ସ୍ମାର୍ଟଫୋନ୍ କିଣିବା ଆଗରୁ ସତର୍କ ରୁହନ୍ତୁ ଓ ଯାଞ୍ଚ କରିବାପରେ ହିଁ ଫୋନ୍ କିଣନ୍ତୁ ।
