ସଞ୍ଜୟ ମଲହୋତ୍ରା ହେଲେ RBIର ନୂଆ ଗଭର୍ଣ୍ଣର

ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(RBI)ର ନୂଆ ଗଭର୍ଣ୍ଣର ଭାବେ ଦାୟିତ୍ବ ଗ୍ରହଣ କଲେ ସଞ୍ଜୟ ମଲହୋତ୍ରା । ଆରବିଆର ୨୬ତମ ଗଭର୍ଣ୍ଣର ଭାବେ ଆସନ୍ତା ୩ ବର୍ଷ ପାଇଁ ଦାୟିତ୍ବ ଗ୍ରହଣ କରିଛନ୍ତି ସଞ୍ଜୟ ମଲହୋତ୍ରା ।

ପ୍ରକାଶ ଯେ, ଗତ ଡିସେମ୍ବର ୯ ତାରିଖରେ ସଞ୍ଜୟ ମଲହୋତ୍ରଙ୍କୁ ଆରବିଆଇ ଗଭର୍ଣ୍ଣର ଭାବେ ନାମ ଘୋଷଣା କରିଥିଲେ କେନ୍ଦ୍ର ସରକାର । ଦୀର୍ଘ ୬ ବର୍ଷ ପରେ ଶକ୍ତିକାନ୍ତଙ୍କ ପରେ ସଞ୍ଜୟ ମଲହୋତ୍ରା ଆରବିଆଇ ଗଭର୍ଣ୍ଣର ଭାବେ ଦାୟିତ୍ବ ନେଇଛନ୍ତି । ୬ ବର୍ଷ ଧରି ସର୍ବୋଚ୍ଚ ବ୍ୟାଙ୍କର ମୁଖ୍ୟ ପଦ ସମ୍ଭାଳିଥିବା ଶକ୍ତିକାନ୍ତ ଦାସଙ୍କ ସ୍ଥାନରେ ଦାୟିତ୍ବ ଭାର ଗ୍ରହଣ କରିଛନ୍ତି ସଞ୍ଜୟ ମଲହୋତ୍ରା ।ଗତ ଡିସେମ୍ବର ୧୦ ତାରିଖ ଶକ୍ତିକାନ୍ତଙ୍କ କାର୍ଯ୍ୟକାଳର ଶେଷ ହୋଇଥିଲା ।

Leave a Reply

Your email address will not be published. Required fields are marked *