ସଲମ ଖାନ କାହିଁକି ବିବାହ କରୁନାହାଁନ୍ତି କହିଲେ ସଲମାନଙ୍କ ବାପା

ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ସଲମାନ ଖାନ୍ ନିଜ ପ୍ରଫେସନାଲ ଲାଇଫକୁ ନେଇ ଯେତିକି ଚର୍ଚ୍ଚାରେ ଅଛନ୍ତି, ଅନ୍ୟପଟେ ତାଙ୍କ ବ୍ୟକ୍ତିଗତ ଜୀବନକୁ ଜାଣିବା ପାଇଁ ମଧ୍ୟ ତାଙ୍କ ପ୍ରଶଂସକ ଓ ସାଧାରଣ ଲୋକ ବେଶ୍ ଆଗ୍ରହୀ।
ସଲମାନଙ୍କ ଲଭ୍ ଲାଇଫ୍ ଏବଂ ବିବାହକୁ ନେଇ ପ୍ରଶଂସକମାନେ ସବୁଠାରୁ ଅଧିକ ଉତ୍ସୁକ ଅଛନ୍ତି। ସମସ୍ତେ ଚାହାଁନ୍ତି ଭାଇଜାନ ଶୀଘ୍ର ବର ହୁଅନ୍ତୁ, କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ହୋଇନାହିଁ । ତାଙ୍କ ନାମ ଅନେକ ଅଭିନେତ୍ରୀଙ୍କ ସହ ଜଡିତ ଥିଲେ ମଧ୍ୟ କାହାକୁ ବିବାହ କରିନାହାନ୍ତି। ଏବେ ବାପା ସଲିମ ଖାନ ଏହା ପଛରେ ଏକ ରୋଚକ କାରଣ ଦେଇଛନ୍ତି ।
ସଲମାନଙ୍କ ବାପା ସଲିମ ଖାନ ତାଙ୍କ ସାକ୍ଷାତକାରରେ ସ୍ପଷ୍ଟ ଭାବରେ କଥାକହୁଥିବା ଜଣେ ବ୍ୟକ୍ତି ଭାବେ ଜଣାଶୁଣା । ସଲିମ ଅନେକ ସମୟରେ ନିଜ ପିଲାମାନଙ୍କ ସହ ଜଡିତ ସମ୍ବେଦନଶୀଳ ପ୍ରସଙ୍ଗରେ ଖୋଲାଖୋଲି ଭାବରେ ନିଜର ମତ ରଖିଥାନ୍ତି । ନିକଟରେ କୋମଲ ନାହାଟାଙ୍କ ସହ ସଲିମ ଖାନଙ୍କ ପୁରୁଣା ସାକ୍ଷାତକାରର ଏକ କ୍ଲିପ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସଲିମ କହିଛନ୍ତି ଯେ ସଲମାନ କାହିଁକି ବିବାହ କରୁନାହାଁନ୍ତି?
ଏହି ସାକ୍ଷାତକାର ଏବେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ସଲିମ କୋମଲ ନାହାଟାଙ୍କ ସହ କଥା ବାର୍ତ୍ତା କରୁଥିବାର ଦେଖିବାକୁ ମିଳିଛି। ସଲିମ କହିଛନ୍ତି ଯେ ସଲମାନଙ୍କ ଚିନ୍ତାଧାରାରେ ଏକ ପ୍ରକାର ବିରୋଧାଭାସ ଥିବାରୁ ତାଙ୍କ ବିବାହ ହୁଏ ନାହିଁ ।
ସଲମାନଙ୍କ ପ୍ରେମ ପ୍ରାୟତଃ ଇଣ୍ଡଷ୍ଟ୍ରିର ୯୦ ପ୍ରତିଶତ ହିରୋଇନଙ୍କ ସହ ରହିଛି । ଯେଉଁମାନେ ସଲମାନଙ୍କ ସହ ଅଧିକ ସମୟ ବିତାଉଛନ୍ତି। ସଲିମ ଆହୁରି ମଧ୍ୟ କହିଛନ୍ତି ଯେ ଉଭୟ ପ୍ରେମ କରନ୍ତି । କିନ୍ତୁ ସମସ୍ୟା ହେଉଛି ଯେ ଯେତେବେଳେ ଜଣେ ମହିଳା ଫିଲ୍ମରେ ଆସନ୍ତି, ସେ ଅଧିକାଂଶ କ୍ୟାରିୟର ପ୍ରତି ସଚେତନ ମହିଳା ଅଟନ୍ତି ଏବଂ ତାଙ୍କ ମା’ ମଧ୍ୟ ଏହାକୁ ନେଇ ବେଶ ଯତ୍ନବାନ ଥାଆନ୍ତି।
ଯେତେବେଳେ ସଲମାନ ସଂପୃକ୍ତ ମହିଳାଙ୍କ ସହ ସଂପର୍କ ଆଗକୁ ବଢାନ୍ତି ସେତେବେଳେ ସଲମାନ ଧୀରେ ଧୀରେ ସଂପୃକ୍ତ ପ୍ରେମିକାଙ୍କୁ ନିଜ ଅନୁସାରେ ପରିବର୍ତ୍ତନ କରିବା ଆରମ୍ଭ କରି ଦିଅନ୍ତି । ସେ ତାଙ୍କ ପ୍ରେମିକାଙ୍କ ଭିତରେ ନିଜ ମା’ର ଗୁଣକୁ ଖୋଜିବା ଆରମ୍ଭ କରନ୍ତି, ଯାହା ସମ୍ଭବ ନୁହେଁ । ଆଉ ସେ ଚାହାନ୍ତି ତାଙ୍କ ପତ୍ନୀ ଜଣେ ହାଉସ ଓ୍ୱାଇଫ ହୁଅନ୍ତୁ । ଯେମିତିକି ତାଙ୍କ ମା ଥିଲେ । କିନ୍ତୁ ଜଣେ ଅଭିନେତ୍ରୀ ବା ହିରୋଇନ୍ କାହିଁକି ନିଜ କ୍ୟାରିଅର ଛାଡି ଗୃହିଣୀ ହେବ ? ସଲମାନ ଏପରି ଆଶା କରିବା ଭୁଲ। ଏପରି ଚେଷ୍ଟା କରିବା ଠିକ୍ ନୁହେଁ । ତେଣୁ ବିହାହ ସମ୍ଭବ ହେଉନାହିଁ।