ଅଟୋ ଚାଳକ ଭଜନଙ୍କୁ ୫୦ ହଜାର ଟଙ୍କା ଦେଲେ ସୈଫ ଅଲ୍ଲୀ ଖାନ୍, କିନ୍ତୁ ସେ ଚାହୁଁଛନ୍ତି…

ମୁମ୍ବାଇ: ଜାନୁଆରୀ ୧୫ ତାରିଖ ବିଳମ୍ବିତ ରାତିରେ ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ହୋଇଥିଲା। ଏହା ପରେ ସେ ଲୀଲାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସୈଫ୍ ୨ ଦିନ ତଳେ ଘରକୁ ଫେରିଛନ୍ତି। ଏହି ସମୟରେ ଅଭିନେତା ଏବଂ ତାଙ୍କ ପରିବାର ଡାକ୍ତରଖାନାରେ ପହଞ୍ଚିଥିବା ଅଟୋ ଚାଳକ ଭଜନ ସିଂ ରାଣାଙ୍କୁ ଭେଟିଥିଲେ । ଯେଉଁଠାରେ ସୈଫ୍ ଅଲ୍ଲୀ ଖାନ୍ ତାଙ୍କ କାନ୍ଧରେ ହାତ ରଖି ତାଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ତାଙ୍କୁ ସମ୍ପୂର୍ଣ୍ଣ ସମ୍ମାନର ସହ ଡାକ୍ତରଖାନା ଡାକିଥିଲେ। ଏଥିସହ ତାଙ୍କ ମା’ ଶର୍ମିଲା ଟାଗୋର ମଧ୍ୟ ଭଜନ ଲାଲଙ୍କୁ ହାତ ଯୋଡ଼ି ଧନ୍ୟବାଦ ଜଣାଇଛନ୍ତି। ତେବେ ଅଟୋ ଚାଳକ ସାହାଯ୍ୟ କରିଥିବାରୁ ସୈଫ୍ ଅଲ୍ଲୀ ଖାନ୍ ୫୦ ହଜାର ଟଙ୍କା ପୁରସ୍କାର ଦେଇଛନ୍ତି। କିନ୍ତୁ ଅଟୋ ରିକ୍ସା ଚାଳକଙ୍କୁ ଆଉ କିଛି ଉପହାର ଦରକାର ବୋଲି ଜଣାପଡ଼ିଛି ।
ସୈଫ୍ ଅଲ୍ଲୀ ଖାନ୍ ଏକ ଅଟୋ ରିକ୍ସାରେ ଲୀଲାବତୀ ହସ୍ପିଟାଲରେ ପହଞ୍ଚିଥିଲେ। ସେହି ସମୟରେ ଡ୍ରାଇଭର ଜାଣି ନଥିଲେ ଯେ ସେ ଜଣେ ଅଭିନେତା। ଏଥିପାଇଁ ସେ ଅଭିନେତାଙ୍କଠାରୁ କୌଣସି ଟଙ୍କା ନେଇନଥିଲେ। ତେବେ ତାଙ୍କ ଜୀବନ ବଞ୍ଚାଇବା ପରେ ପୂରା ପରିବାର ଭଜନ ସିଂହଙ୍କୁ ଧନ୍ୟବାଦ ଜଣାଇବା ପରେ ସେ ବହୁତ ଖୁସି ଅଛନ୍ତି ।
ଅଟୋ ଚାଳକ ଭଜନ ସିଂ ରାଣା କହିଛନ୍ତି ଯେ ସେ ସୈଫ୍ ଅଲ୍ଲୀ ଖାନଙ୍କୁ ଭେଟିଥିଲେ। ତେବେ ଏହି ସହାୟତା ପାଇଁ ଅଭିନେତା ଅଟୋ ଚାଳକଙ୍କୁ ୫୦ ହଜାର ଟଙ୍କାର ପୁରସ୍କାର ଦେଇଛନ୍ତି । ଆବଶ୍ୟକ ପଡ଼ିଲେ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ଅଟୋ ଚାଳକ ଭଜନ ସିଂହ ମୁମ୍ବାଇରେ ଏକ ଭଡ଼ା ଘରେ ରୁହନ୍ତି। ଏଥିସହ ସେ ଯେଉଁ ରିକ୍ସା ଚଳାଉଛନ୍ତି । ଯାହାକି ତାଙ୍କର ନିଜର ନୁହେଁ। ଭଜନ ସିଂହ ମଧ୍ୟ ଏଥିପାଇଁ ଭଡ଼ା ଦିଅନ୍ତି। ଏଭଳି ପରିସ୍ଥିତିରେ କିଛି ସମାଜସେବୀ ସୈଫ ଅଲ୍ଲୀ ଖାନଙ୍କୁ ନିବେଦନ କରିଛନ୍ତି, ସେ ଏକ ଅଟୋ ରିକ୍ସା ଉପହାର ଦିଅନ୍ତୁ। କହିବାକୁ ଗଲେ ଭଜନ ସିଂହ ମଧ୍ୟ ଏକ ଅଟୋ ରିକ୍ସାକୁ ଉପହାର ଭାବେ ଚାହୁଁଛନ୍ତି।
ସୈଫ ଅଲ୍ଲୀ ଖାନଙ୍କୁ ସାହାଯ୍ୟ କରିଥିବା ଅଟୋ ଚାଳକଙ୍କୁ ପ୍ରଥମେ ୧୧,୦୦୦ ଟଙ୍କା ପୁରସ୍କାର ଦେଇଥିଲେ ସମାଜସେବୀ ଫୈଜାନ ଅନସାରୀ । ଏହାପରେ ସୈଫ୍ ନିଜେ ୫୦ ହଜାର ଟଙ୍କା ଦେଇଛନ୍ତି। ନିକଟରେ କଣ୍ଠଶିଳ୍ପୀ ମିକା ସିଂହ ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିବା ଜଣାପଡ଼ିଛି।