ତୀବ୍ର ହେବ ଋଷ-ୟୁକ୍ରେନ୍ ଯୁଦ୍ଧ ! ଟ୍ରମ୍ପଙ୍କ ନିଷ୍ପତି ଉପରେ ନଜର

ଆହୁରି ତୀବ୍ର ହେବ ଋଷ-ୟୁକ୍ରେନ୍ ଯୁଦ୍ଧ । ଡୋଲାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ଯୁଦ୍ଧକୁ ନୂଆ ନୂଆ ମୋଡ ମିଳୁଛି । ବର୍ତ୍ତମାନ ସ୍ଥିତି ଏପରି ହୋଇଛି, ଡୋନାଲ୍ଡ ଟ୍ରମ୍ପଙ୍କ ଗୋଟିଏ ନିଷ୍ପତ୍ତି ସବୁ କିଛିକୁ ଓଲଟପାଲଟ କରିଦେଇପାରେ । ଏହାରି ଭିତରେ ଯୁଦ୍ଧରେ ଆଶଙ୍କା ନେଇ ଜାତିସଂଘରୁ ଏକ ବଡ଼ ଖବର ଆସିଛି । ଋଷ ୟୁକ୍ରେନ ଯୁଦ୍ଧକୁ ନେଇ ଜାତିସଂଘର ଦୁଇଟି ପ୍ରସ୍ତାବ ଉପରେ ଋଷକୁ ସମର୍ଥନ କରିଛି ଆମେରିକା । ତିନି ବର୍ଷର ଯୁଦ୍ଧ ଭିତରେ ପ୍ରଥମ ଥର ପାଇଁ ଋଷ ସମର୍ଥନରେ ଭୋଟ ଦେଇଛି ୟୁଏସ୍ । ଏହି ପ୍ରସ୍ତାବରେ ଋଷର ଆକ୍ରମଣକୁ ନିନ୍ଦା କରାଯାଇଛି । ଏବଂ ୟୁକ୍ରେନର ଅଖଣ୍ଡତାକୁ ବଜାୟୀ ରହିବାର ପ୍ରତିଶ୍ରୁତି ରହିଛି । ଏହି ପ୍ରସ୍ତାବରୁ ଚୀନ ସହ ଭାରତ , ୟୁଏଇ ଏବଂ ଅନ୍ୟ ଦେଶ ମାନେ ଭୋଟିଂ ନିବୃତ୍ତ ରହିଛନ୍ତି । ଋଷିଆ ସମର୍ଥନରେ ଆମେରିକା ସହ ଇସ୍ରାଏଲ, ଉତ୍ତର କୋରିଆ ଏବଂ ୧୪ ଦେଶ ବାହାରିଛନ୍ତି । ଏହି ପ୍ରସ୍ତାବରେ ଋଷିଆର ଆକ୍ରମଣକୁ ନିନ୍ଦାକୁ ସେମାନେ ବିରୋଧ କରିଛନ୍ତି । ଏଥିସହ ଋଷ ଦଖଲ କରିଥିବା ସବୁ ଅଞ୍ଚଳ ଫେରାଇବା ପ୍ରସ୍ତାବକୁ ମନା କରିଛନ୍ତି । କିନ୍ତୁ ପ୍ରସ୍ତାବ ବହୁମତରେ ପାରିତ ହୋଇଛି । ୯୩ ସଦସ୍ୟ ୟୁକ୍ରେନ ସମର୍ଥନରେ ୧୮ ଦେଶ ବିରୋଧରେ ଏବଂ ୧୬ ଦେଶ ଅନୁପସ୍ଥିତ ରହିଛି ।
ସେପଟେ, ୟୁକ୍ରେନ୍ ଉପରେ ଋଷ ଘନାଘନ ଆକ୍ରମଣ ଜାରି ରଖିଛି । ରବିବାର ରାତିରେ ଋଷ ୨୦୦ରୁ ଅଧିକ ଡ୍ରୋନ ମାଡ କରିଛି ରୁଷ । ଏହାରି ଭିତରେ ପଛରେ ପଡିଯାଇଥିବା ୟୁକ୍ରେନ ଦେଶକୁ ବଞ୍ଚାଇବା ପାଇଁ ଟ୍ରମ୍ପଙ୍କ କଥା ରାଜି ହୋଇଛି । ଆମେରିକା-ୟୁକ୍ରେନ ମଧ୍ୟରେ ମିନେରାଲ ତଥା ଖଣିଜସମ୍ପଦକୁ ନେଇ ହେବାକୁ ଥିବା ଡିଲ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଡିଲ ସମ୍ପର୍କରେ ସୋମବାର ଆମେରିକା ରାଷ୍ଟ୍ରପତି କହିଛନ୍ତି, ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ଚୁକ୍ତି ଫାଇନାଲ ଷ୍ଟେଜରେ ଅଛି । ଆଉ ଏହି ଡିଲ ବଦଳରେ ଯୁଦ୍ଧରେ ୟୁକ୍ରେନକୁ ପୂର୍ଣ୍ଣ ସ୍ବତନ୍ତ୍ରତାର ସର୍ତ୍ତ ରଖିଛନ୍ତି ରାଷ୍ଟ୍ରପତି ଜେଲେନସ୍କି । ଏଥିପାଇଁ ନାଟୋ ସଙ୍ଗଠନର ସଦସ୍ୟତା ଦାବି କରିଛନ୍ତି । ଆବଶ୍ୟକ ପଡିଲେ ଇସ୍ତଫା ଦେବାକୁ ରାଜି ଅଛନ୍ତି । ସେପଟେ ୟୁକ୍ରେନଠୁ ଆମେରିକା ଚାହୁଁଥିବା ଖଣିଜସମ୍ପଦ ଦେବାକୁ ଅଫର ଦେଇଛି ରଷ । ଏହାରି ଭିତରେ ଟ୍ରମ୍ପଙ୍କ ନିଷ୍ପତ୍ତି ସମସ୍ତଙ୍କର ନଜର ରହିଛି ।