କ୍ୟାନସର ଟିକା ଉଦ୍ଭାବନ କଲା ରୁଷ, ଆସନ୍ତା ବର୍ଷରୁ ମାଗଣାରେ ମିଳିବ

କ୍ୟାନସରକୁ ମାତ୍ ଦେବା ପାଇଁ ଟିକା ଉଦ୍ଭାବନ କରିଥିବା ଦାବି କରିଛି ରୁଷ । ତେବେ ବଡ଼ କଥା ହେଉଛି ଏହା ରୁଷର ସମସ୍ତ ନାଗରିକଙ୍କ ପାଇଁ ମାଗଣାରେ ଉପଲବ୍ଧ ହେବ।ରୁଷର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଘୋଷଣା କରିଛି ଯେ, କର୍କଟକୁ ହରାଇବା ପାଇଁ ପ୍ରସ୍ତୁତ ହୋଇଥିବା ୨୦୨୫ ମସିହା ଜାନୁଆରୀ ମାସରୁ କର୍କଟ ରୋଗୀଙ୍କୁ ମାଗଣାରେ ଦିଆଯିବ। ରୁଷର ରାଷ୍ଟ୍ରାୟତ୍ତ ନ୍ୟୁଜ୍ ଏଜେନ୍ସି TASS ଅନୁଯାୟୀ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରେଡିଓଲୋଜି ମେଡିକାଲ୍ ରିସର୍ଚ୍ଚ ସେଣ୍ଟରର ଜେନେରାଲ୍ ଡାଇରେକ୍ଟର ଆଣ୍ଡ୍ରେ କାପ୍ରିନ୍ ରୁଷର ରେଡିଓ ଚ୍ୟାନେଲରେ ଏହି ଟିକା ବିଷୟରେ ସୂଚନା ଦେଇଛନ୍ତି।ମସ୍କୋର ଗାମାଲିଆ ନ୍ୟାସନାଲ ରିସର୍ଚ୍ଚ ସେଣ୍ଟର ଫର ଏପିଡେମୋଲୋଜି ଏବଂ ମାଇକ୍ରୋବିଓଲୋଜିର ନିର୍ଦ୍ଦେଶକ ଆଲେକ୍ସଜାଣ୍ଡାର୍ ଜିଣ୍ଟସବର୍ଗ ଏହା ପୂର୍ବରୁ TASS କୁ କହିଥିଲେ ଯେ ଏହି ଟିକା ଟ୍ୟୁମର ବୃଦ୍ଧିକୁ ରୋକିପାରେ ଏବଂ କର୍କଟକୁ ବ୍ୟାପିବାରୁ ରୋକିପାରେ। କର୍କଟ ରୋଗକୁ ରୋକିବା ପାଇଁ ସାଧାରଣ ଜନତାଙ୍କୁ ଦିଆଯିବା ପରିବର୍ତ୍ତେ ଏହି ଟିକା କର୍କଟ ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହୃତ ହେବ । ଏହି ଟିକା ସବୁ ପ୍ରକାର କର୍କଟ ରୋଗୀଙ୍କୁ ଦିଆଯାଇପାରେ।

ରୁଷର ଜାତୀୟ ମେଡିକାଲ ରିସର୍ଚ୍ଚ ରେଡିଓଲୋଜିକାଲ୍ ସେଣ୍ଟର ଏବଂ ଗାମାଲିଆ ଜାତୀୟ ଅନୁସନ୍ଧାନ କେନ୍ଦ୍ର ସମେତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହାକୁ ନିଶ୍ଚିତ କରିଛି ଏବଂ ଟିକା କିପରି କାର୍ଯ୍ୟ କରେ ତାହା ସ୍ପଷ୍ଟ କରିଛି। ଟିକା କେଉଁ କର୍କଟ ରୋଗର ଚିକିତ୍ସା କରିବ, ଏହା କେତେ ପ୍ରଭାବଶାଳୀ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ତେବେ ଅନ୍ୟ ଦେଶଗୁଡିକ ମଧ୍ୟ ବର୍ତ୍ତମାନ କ୍ୟାନସର୍ ଟିକା ବିକାଶ ଉପରେ କାର୍ଯ୍ୟ କରୁଛନ୍ତି ।୨୦୨୩ ମସିହାରେ ବ୍ରିଟେନ କର୍କଟ ଚିକିତ୍ସାର ବିକାଶ ପାଇଁ ଜର୍ମାନ ବାୟୋଟେକ୍ନୋଲୋଜି କମ୍ପାନୀ ସହିତ ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲା। ଏହା ବ୍ୟତୀତ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ମୋଡର୍ନା ଏବଂ ମର୍କ ଆଣ୍ଡ କମ୍ପାନୀ ବର୍ତ୍ତମାନ ମେଲାନୋମା (ମାରାତ୍ମକ ଚର୍ମ କର୍କଟ) ଚର୍ମ କର୍କଟ ବା ସ୍କିନ କ୍ୟାନସର ଟିକା ଉପରେ କାମ କରୁଛନ୍ତି। ବଜାରରେ ପୂର୍ବରୁ ଏକ ଟିକା ଉପଲବ୍ଧ ଅଛି ଯାହା କର୍କଟ ରୋଗକୁ ମାତ୍ ଲକ୍ଷ୍ୟ ରଖିଛି, ଯେପରିକି ହ୍ୟୁମାନ୍ ପାପିଲୋମା ଭାଇରସ୍ (HPV) ବିରୁଦ୍ଧରେ ଟିକା, ଯାହା ଗର୍ଭାଶୟ କର୍କଟକୁ ରୋକିବାରେ ସାହାଯ୍ୟ କରିଥାଏ। ହେପାଟାଇଟିସ ବି ବିରୋଧରେ ମଧ୍ୟ ଟିକା ବିକଶିତ ହୋଇଛି। ଏହା ଦ୍ୱାରା ଯକୃତ କ୍ୟାନସରର ଚିକିତ୍ସା ହୋଇଥାଏ।ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଆମର ବୈଜ୍ଞାନିକମାନେ କ୍ୟାନସର ଟିକ ବିକଶିତ କରିବାର ନିକଟତର ହୋଇଛନ୍ତି ଯାହା ଶୀଘ୍ର ରୋଗୀମାନଙ୍କ ପାଇଁ ଉପଲବ୍ଧ ହୋଇପାରିବ। ପୁଟିନ ଏକ ଟେଲିଭିଜନ ବିବୃତ୍ତିରେ କହିଛନ୍ତି ଆମେ କର୍କଟ ଟିକା ଏବଂ ନୂତନ ପିଢ଼ିର ପ୍ରତିରକ୍ଷା ପ୍ରଣାଳୀ ଔଷଧକୁ ବିକଶିତ କରିବାର ଅତି ନିକଟତର ହୋଇଛୁ।ଶୀଘ୍ର ସେମାନେ ଔଷଧ ଭାବରେ ପ୍ରଭାବଶାଳୀ ଭାବରେ ବ୍ୟବହୃତ ହେବେ ବୋଲି ସେ ଆଶା ପ୍ରକଟ କରିଛନ୍ତି।

Leave a Reply

Your email address will not be published. Required fields are marked *