କୁହୁଡି ଯୋଗୁଁ ବଡ଼ ଧରଣର ବିମାନ ଦୁର୍ଘଟଣା

କଜାକିସ୍ତାନରେ ବଡ ଧରଣର ବିମାନ ଦୁର୍ଘଟଣା ହୋଇଛି । ଏହି ବିମାନରେ ୬୭ ଯାତ୍ରୀଙ୍କ ସହ ୫ କ୍ରୁ ମେମ୍ୱର ଥିବାର ସୂଚନା ମିଳିଛି । ଖବର ଅନୁଯାୟୀ, ଆଜେରବାଇଜାନ ବିମାନଟି ବାକୁ ରୁ ଋଷର ଗ୍ରୋଜନୀ ଅଭିମୁଖେ ଯାତ୍ରା କରୁଥିଲା ।କିନ୍ତୁ କୁହୁଡ଼ି ହେତୁ ବିମାନଟି ଅନ୍ୟ ଦିଗକୁ ଚାଲିଯାଇଥିଲା । କିଛି ଟ୍ୱିଟରରୁ ହ୍ୟାଣ୍ଡେଲରେ ବିମାନରେ ୧୦୫ ଜଣ ଯାତ୍ରୀ ଥିବାର ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଜେରବାଇଜାନ ଏବଂ ଋଷର ନାଗରିକ ଥିଲେ। ତେବେ ଏଯାବତ୍ କେତେ ଯାତ୍ରୀ ମୃତ୍ୟୁ ବରଣ କରିଛନ୍ତି କି ଜୀବିତ ଅଛନ୍ତି ତାହା ନେଇ କୌଣସି ଖବର ମିଳିନାହିଁ ।
ସୂଚନା ଥାଉକି, ବୁଧବାର କଜାକିସ୍ତାନର ଅକଟା ସହର ନିକଟରେ ଖ୍ରୀଷ୍ଟମାସ ଅବସରରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି। କେନ୍ଦ୍ରୀୟ ଏସୀୟ ଦେଶର ଜରୁରୀକାଳୀନ ମନ୍ତ୍ରଣାଳୟ କହିଛି ଯେ ପ୍ରାଥମିକ ରିପୋର୍ଟରେ ଦର୍ଶାଯାଇଛି ଯେ ବିମାନରେ କିଛି ଲୋକ ଜୀବିତ ଅଛନ୍ତି ।
ଦୁର୍ଘଟଣା ପରେ ତୁରନ୍ତ ଜରୁରୀକାଳୀନ ସେବା ଘଟଣାସ୍ଥଳରେ ପହଞ୍ଚିଥିଲା। ବିମାନରେ ନିଆଁ ଲିଭାଇବା କାର୍ଯ୍ୟ ଶୀଘ୍ର କରାଯାଉଛି। ସେପଟେ ଏହି ଦୁର୍ଘଟଣା ସମ୍ପର୍କରେ ଆଜେରବାଇଜାନ ଏୟାରଲାଇନ୍ସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ରଖିନି । ଦୁର୍ଘଟଣା ସହ ଜଡିତ ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ଖୁବ ଶୀଘ୍ର ଭାଇରାଲ ହେଉଛି।