ପୁଣି ଜୀବନ ନେଲା ମୋ ବସ୍ । ବାଇକକୁ ୨କିଲୋମିଟର ଘୋଷାଡି ନେଲା ବସ୍
କେବେ ଚେତିବେ ମୋ ବସ୍ ଚାଳକ… ରାଜାଧାନୀ ଭୁବନେଶ୍ୱରରେ ବାରମ୍ୱାର ଗୋଟିଏ ପରେ ଗୋଟିଏ ଦୁର୍ଘଟଣା ଘଟାଇ ଚାଲିଛି ମୋ ବସ୍ । ରାସ୍ତାରେ ମୁଣ୍ଡ ଉପରେ ମୁଣ୍ଡ ଗଡିଚାଲିଛି । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ମୃତକଙ୍କ ପରିବାରକୁ କେବଳ ସହାୟତା ରାଶୀ ଧରିଇ ଦେଇ ଚୁପ ବସିପଡୁଛି ପ୍ରଶାସନ ।
ଗତକାଲି ରାତିରେ ରାଜଧାନୀରେ ପୁଣି ଜୀବନ ନେଇଛି ମୋ ବସ୍ । ବେପରୁଆ ଗାଡି ଚାଳନା ପାଇଁ ଚାଲିଯାଇଛି ଜଣଙ୍କ ଜୀବନ। ପାତ୍ରପଡାରେ ସିରିଜ ଦୁର୍ଘଟଣା ଘଟାଇ ଖସି ପଳାଉ ଥିବା ବେଳେ ମାଡି଼ବସିଲେ ଲୋକେ ମୋ ବସ୍ ଡ୍ରାଇଭରକୁ କାବୁ କରିଥିଲେ ।
ତେବେ ଦୁର୍ଘଟଣା ଘଟାଇବା ପରେ ଗୋଟିଏ ବାଇକକୁ ପ୍ରାୟ ୨ କିଲୋମିଟର ଘୋଷାଡ଼ି ନେଇଥିଲା ବସ୍ । ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଯାହାପରେ ରଣକ୍ଷେତ୍ର ପାଲଟିଲା ପୂରା ଅଞ୍ଚଳ । ବସକୁ ଢେଲା ପଥର ମାଡ଼ ସହ ବସ ଭଙ୍ଗାରୁଜା କରିଛନ୍ତି ଉତ୍ତ୍ୟକ୍ତ ଲୋକେ । ତମାଣ୍ଡୋ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି । ବସ ଡ୍ରାଇଭର ସହ ବସକୁ ଅଟକ ରଖି ତଦନ୍ତ କରୁଛି ପୋଲିସ । ତେବେ ମୋ ବସ୍ ଡ୍ରାଇଭର ଜଣକ ଏମିତି ବେପରୁଆ ଭାବେ କେମିତି ଗାଡି ଚଲାଉଥିଲେ, ସେ ନିଶାଶକ୍ତ ଅବସ୍ଥାରେ ଗାଡି ଚଲାଉଥିଲେ କି ? ତାହା ତଦନ୍ତ ପରେ ସ୍ପଷ୍ଟ ହେବ
