କୁକୁର ଆତଙ୍କରୁ ରାଜଧାନୀବାସୀଙ୍କୁ ମିଳିବ ନିସ୍ତାର; ଖୁବଶୀଘ୍ର ଆରମ୍ଭ ହେବ ବନ୍ଧ୍ୟାକରଣ

ଏଣିକି କୁକୁର ଆତଙ୍କରୁ ରାଜଧାନୀବାସୀଙ୍କୁ ମିଳିବ ନିସ୍ତାର। ମେନକା ଗାନ୍ଧୀ ବିଏମସି ଉପରେ କରିଥିବା କେସ ପାଇଁ ଅଟକି ରହିଥିଲା ବନ୍ଧ୍ୟା କରଣ ପକ୍ରିୟା। ଯାହା ଫଳରେ ରାଜଧାନୀର ଗଳି କନ୍ଦିରେ କୁକୁରଙ୍କ ସଂଖ୍ୟା ବଢ଼ିଥିବା ନେଇ ସ୍ବୀକାର କଲେ ଭୁବନେଶ୍ୱର ମେୟର ସୁଲୋଚନା ଦାସ । ଦୀର୍ଘ ଦିନ ହେବ କୁକୁର ବନ୍ଧ୍ୟାକରଣ ବନ୍ଦ ଥିବାରୁ ଗଳି ଗଳିରେ କୁକୁରଙ୍କ ସଂଖ୍ୟା ବଢିଚାଲିଛି ।

ଯାହା ଫଳରେ ବିଏମସି ହସ୍ପିଟାଲରେ ଦିଆଯାଇଥିବା କୁକୁର କାମୁଡ଼ା ଟୀକା ଦେଢ଼ ମାସ ଭିତରେ ୫୦୦ ସରିଛି। ହାଇକୋର୍ଟରେ ଥିବା ଷ୍ଟେ ଅର୍ଡର୍ ପାଇଁ ବନ୍ଦ ରହିଥିଲା ବନ୍ଧ୍ୟାକରଣ ବ୍ୟବସ୍ଥା।ଅତ୍ୟାଧୁନିକ ହସ୍ପିଟାଲ କରାଯାଇଥିଲା ହେଲେ ବନ୍ଧ୍ୟାକରଣ ବନ୍ଦ ଥିଲା। ବର୍ତ୍ତମାନ କେସ୍ଟି ସରିଥିବାରୁ ଅଳ୍ପ ଦିନ ଭିତରେ କୁକୁର ବନ୍ଧ୍ୟାକରଣ ପୁଣି ଆରମ୍ଭ ହେବ। ସ୍ୱତନ୍ତ୍ର ଡାକ୍ତରମାନଙ୍କୁ ନେଇ ଆରମ୍ଭ କରାଯିବ ବୋଲି ସୂଚନା ଦେଲେ ମେୟର ।

Leave a Reply

Your email address will not be published. Required fields are marked *