ଖସିଲା ରେପୋ ରେଟ୍, ସାଧାରଣ ଲୋକଙ୍କ ପାଇଁ ବଡ ଆଶ୍ୱସ୍ତି

ଖସିଲା ରେପୋ ରେଟ୍ । ଉପକୃତ ହେବେ ମଧ୍ୟବିତ୍ତ । ୫ ବର୍ଷରେ ପ୍ରଥମ ଥର ଖସିଲା ରେପୋ ରେଟ୍ । ଆରବିଆଇ ମନିଟାରୀ ପଲିସି ବୈଠକରେ ବଡ଼ ନିଷ୍ପତ୍ତି । ଏନେଇ ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା । ୫ ବର୍ଷ ପରେ ରେପୋ ରେଟ୍ ୦.୨୫ ପ୍ରତିଶତ ହ୍ରାସ ହୋଇଛି । ୬.୫ ପ୍ରତିଶତରୁ ୬.୨୫ ପ୍ରତିଶତକୁ ଖସିଛି । ପୂର୍ବରୁ ୨୦୨୦ ମେ ମାସରେ ଆରବିଆଇ ରେପୋ ରେଟ୍ କମାଇଥିଲା । ସେବେଠୁ ପ୍ରାୟ ୫ ବର୍ଷ ହେଲାଣି ରେପୋ ରେଟ୍ ହ୍ରାସ ପାଇନଥିଲା । ସେବେଠୁ ରେପୋ ରେଟ୍ ବଢ଼ି ୨୦୨୩ ଫେବ୍ରୁଆରୀରୁ ୬.୫ ପ୍ରତିଶତରେ ସ୍ଥିର ରହିଥିଲା । ଫେବ୍ରୁଆରୀ ୧ରେ ଆଗତ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆୟକରରେ ରିହାତି ଦେଇଥିଲେ । ଏବେ ରେପୋ ରେଟ୍ ହ୍ରାସ ମଧ୍ୟବିତ୍ତଙ୍କ ଲାଗି ବଡ଼ ଉପହାର ହେବ ।

କମିବ ଇଏମଆଇ

ହ୍ରାସ ପାଇଲା ରେପୋ ରେଟ୍ । ପ୍ରଥମ ଥର ୦.୨୫% କୁ ହ୍ରାସ ହୋଇଛି ରୋପେ ରେଟ୍ । ରେପୋ ରେଟ୍ ହ୍ରାସ ପରେ କମିବ ଇଏମଆଇ । ୨୦୨୦ ମେ ମାସରେ ଶେଷ ଥର କମିଥିଲା ରେପୋ ରେଟ୍ । ଏବେ ପୁଣି ରେପୋରେଟ୍ କମିବା ଦ୍ୱାରା ଋଣ କରିବାକୁ ଚାହୁଁଥିବା ଲୋକେ ଏହାର ଫାଇଦା ପାଇପାରିବେ ।

Leave a Reply

Your email address will not be published. Required fields are marked *