ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଜାନୁଆରୀ ୩ରୁ ପୁଣି ଆରମ୍ଭ

ପୁରୀ: ଆସନ୍ତାକାଲି ଅର୍ଥାତ ଜାନୁଆରି ୩ ତାରିଖରୁ ଜଗନ୍ନାଥ ମନ୍ଦିରର ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଦେବତାଙ୍କ ଭଣ୍ଡାରର ଭିତର ଓ ବାହାରୁ ଚୁନ ପ୍ଲାଷ୍ଟର ବାହାର କରାଯାଇଥିଲା । କାନ୍ଥରେ ଥିବା ପଥରରେ ଫାଟ ରହିଛି। ପଥରକୁ ସଂଯୋଗ କରିବା ପାଇଁ ବ୍ୟବହୃତ ହେଉଥିବା ଲୁହା ରଡ ଗୁଡିକ କଳଙ୍ଗି ଲାଗି ରହିଥିବା ଯୋଗୁଁ ଏହି ଫାଟ ସୃଷ୍ଟି ହୋଇଛି । ଯାହା ଫଳରେ ଅନେକ ପଥର ନଷ୍ଟ ହୋଇଛି ।

ବର୍ତ୍ତମାନ ଯୋଜନା ହେଉଛି ଯେ ସମସ୍ତ ଫାଟିଯାଇଥିବା ପଥରକୁ ବଦଳାଯିବ । ଏହାବ୍ୟତୀତ ଜଗମୋହନରେ ବ୍ୟବହୃତ ହେଉଥିବା ଲୁହା ବିମ୍ ବଦଳରେ ଷ୍ଟିଲ୍ ବିମ୍ ଲଗାଯିବ।

ଆସନ୍ତାକାଲିଠାରୁ ମରାମତି କାମ ଆରମ୍ଭ ହେବ ଏବଂ ଏଥିପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ଟିମ୍ ପ୍ରସ୍ତୁତ ରହିଛି। ଏଏସଆଇ ପୂର୍ବରୁ ସ୍ଥିର କରିଥିବା କାର୍ଯ୍ୟସୂଚୀ ଅନୁଯାୟୀ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଏହାପରେ ଅନ୍ୟାନ୍ୟ କାର୍ଯ୍ୟ କରାଯିବ ବୋଲି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ବୈଷୟିକ ଦିଗ ସମ୍ପର୍କରେ ଏଏସଆଇ ଅଧିକାରୀମାନେ ସବିଶେଷ ତଥ୍ୟ ଦେବା ଭଲ ହେବ। ଜିପିଆର-ଜିପିଏସ୍ ସର୍ଭେ ରିପୋର୍ଟ ମିଳିସାରିଛି। ସ୍କାଫଲ୍ଡିଂ ଓ ଡିପ୍ଲୋଷ୍ଟରିଂ କାମ ଶେଷ ହୋଇଛି ବୋଲି ଜିଲ୍ଲାପାଳ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କୁ ଦୃଷ୍ଟିରେ ରଖି ଦ୍ୱାଦଶ ଶତାବ୍ଦୀର ଏହି ମନ୍ଦିରର ରତ୍ନ ଭଣ୍ଡାରର ମରାମତି କାର୍ଯ୍ୟ ଡିସେମ୍ବର ୨୫ରୁ ଜାନୁଆରି ୨ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା।

Leave a Reply

Your email address will not be published. Required fields are marked *