ଆରମ୍ଭ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ

ଆରମ୍ଭ ହୋଇଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ। ଏଏସଆଇର ସ୍ବତନ୍ତ୍ର ଟିମ୍ ଦ୍ବିତୀୟ ଭୋଗମଣ୍ଡପ ପରେ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ଦୁଇ ତିନି ଦିନ ଭିତରେ ଭାରା ବନ୍ଧା କାମ ସରିବା ପରେ ଚୁନ ଛଡ଼ା କାମ ଆରମ୍ଭ ହେବ। ଏହାପରେ ଆବଶ୍ୟକ ମରାମତି କରାଯିବ। ଛାତ ଓ କାନ୍ଥର ପଥର ଯୋଡ଼େଇ, ପଥର ପରିବର୍ତ୍ତନ ଓ ବିମ୍‌ ପରିବର୍ତ୍ତନ କାମ ହେବ।

ରତ୍ନଭଣ୍ଡାର ଭିତର ପାର୍ଶ୍ବ ମରାମତି କାମ ଶେଷ ପରେ ବାହାର ପାର୍ଶ୍ବ ମରାମତି କାମ ଆରମ୍ଭ ହେବ। ତିନି ମାସ ଭିତରେ ମରାମତି କାମ ସାରିବାକୁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ଲକ୍ଷ୍ୟ ରଖିଛି। ସେପଟେ ମରାମତି କାମକୁ ନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଏଏସଆଇ ତା କାମ ଆରମ୍ଭ କରିଛି। ରତ୍ନଭଣ୍ଡାରର କାନ୍ଥ ବିମ୍‌ ସମସ୍ୟା ଦେଖିବେ।କିନ୍ତୁ ଏଏସଆଇ କାମ ଭିତରେ ଦର୍ଶନ ବାଧାପ୍ରାପ୍ତ ହେବନି। ୩ ମାସ ଭିତରେ କାମ ସାରିବାକୁ ଏଏସଆଇ ଲକ୍ଷ୍ୟ ରଖିଛି। କିନ୍ତୁ ତା ପୂର୍ବରୁ ସାରିବାକୁ ଚେଷ୍ଟା ଚାଲିଛି। ଏହାପରେ ଗଣତି ମଣତି ହେବ ବୋଲି ଆଇନମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *