ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେଲେ ରେଖା ଗୁପ୍ତା । ଆସନ୍ତାକାଲି ନେବେ ଶପଥ

ଦୀର୍ଘଦିନର ଚର୍ଚ୍ଚା ଆଲୋଚନା ଉପରେ ପଡିଲା ପୂର୍ଣ୍ଣଛେଦ । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପାଇଁ ରେଖା ଗୁପ୍ତାଙ୍କ ନାଁରେ ମୋହର ମାରିଲା ବିଜେପି । ବିଜେପି ବିଧାୟକ ଦଳ ବୈଠକରେ ରେଖା ଗୁପ୍ତାଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଯାଇଛି । ନାଁ ଘୋଷଣା କରିଛନ୍ତି ପର୍ଯ୍ୟବେକ୍ଷକ ।
ସେପଟେ ମୁଖ୍ୟମନ୍ତ୍ରୀ ଘୋଷଣା ପରେ ପ୍ରତିକ୍ରିୟା ରଖିଛନ୍ତି ରେଖା । କହିଛନ୍ତି, ଦଳ ମତେ ଆଶୀର୍ବାଦ ଦେଇଛି । ସମର୍ଥନ ଓ ଆଶୀର୍ବାଦ ପାଇଁ ମୁଁ କୃତଜ୍ଞ । ଆଗାମୀ ଦିନରେ ଦିଲ୍ଲୀର ବିକାଶ ନେଇ କାମ କରିବୁ । ଦିଲ୍ଲୀକୁ ନୂଆ ଉଚ୍ଚତାକୁ ନେଇଯିବୁ । ଯାହାବି ଦାୟିତ୍ୱ ଆସିବ ତାକୁ ତୁଲାଇବା ପାଇଁ ଆମେ ପ୍ରସ୍ତୁତ ।
ତେବେ ଆସନ୍ତାକାଲି ଶପଥ ନେବେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ଏଥି ପାଇଁ ସରିଛି ସମସ୍ତ ପ୍ରସ୍ତୁତି । ରାମଲୀଲା ମୈଦାନରେ ହେବ ଶପଥ ସମାରୋହ । ଯୋଗ ଦେବେ ବଡ ବଡ ରାଜନେତା ଓ ମନ୍ତ୍ରୀ ଯୋଗ ଦେବେ ।