ଅତି ପ୍ରବଳ ବର୍ଷାକୁ ନେଇ ରେଡ଼ ଆଲର୍ଟ, ନଦୀ-ବାରେଜରେ ଜଳସ୍ତର ବୃଦ୍ଧି, ପ୍ରଶାସନ ସତର୍କ

ଭୁବନେଶ୍ୱର: ରାଜ୍ୟରେ ଅତି ପ୍ରବଳ ବର୍ଷା ପାଇଁ ପାଣିପାଗ ବିଭାଗ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ଦେଓଗଡ଼ ଜିଲ୍ଲାକୁ ରେଡ଼ ଆଲର୍ଟ ଜାରି କରିଛି। ଗତ ୨୪ ଘଣ୍ଟାରେ ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିବାରୁ ନଦୀ-ନାଳାରେ ଜଳସ୍ତର ବୃଦ୍ଧି ପାଇଛି।

ଗତକାଲି ସୁବର୍ଣ୍ଣରେଖାରେ 20.97 ମି.ମି., ବୁଢାବଳଙ୍ଗରେ 43.07 ମି.ମି. ଓ ବୈତରଣୀରେ 30.65 ମି.ମି. ବର୍ଷା ହୋଇଥିଲା। ଫଳରେ ବୈତରଣୀ, ବୁଢାବଳଙ୍ଗ, ଜଳକା ଓ ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବୃଦ୍ଧି ପାଇଛି ଏବଂ ସତର୍କ ସଂକେତ ଉପରକୁ ଯାଇଛି। ସେହିପରି ଯଦି ଆଜି ବର୍ଷା କମ୍ ହୁଏ, ତେବେ ବିପଦ ସଂକେତ ଟପିବାର ସମ୍ଭାବନା କମ୍ ରହିଛି।

ଏହି ସମୟରେ କୌଣସି ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ। ହୀରାକୁଦ ବାରେଜରେ ଏବେ 626.31 ଫୁଟ୍ ଜଳ ସଂଗ୍ରହ ଅଛି, ଯେଉଁଥିରେ କୌଣସି ଗେଟ ଖୋଲାଯାଇନାହିଁ। ସେଇପରି ରେଙ୍ଗାଳି ବାରେଜରେ 122.73 ମିଟର ଜଳ ସଂଗ୍ରହ ରହିଛି। କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ଯଦି ଆଗାମୀ ୨୪ ଘଣ୍ଟାରେ ଅଧିକ ବର୍ଷାରୁ ଜଳଭଣ୍ଡାରକୁ ଜଳ ପ୍ରବେଶ କରେ, ତେବେ ଗେଟ ଖୋଲିବା ନିଷ୍ପତ୍ତି ନିଆଯାଇପାରେ।

ଗତ ୨୪ ଘଣ୍ଟାରେ କେନ୍ଦୁଝର ହାଟଡିହିରେ 225 ମି.ମି., ଘସିପୁରାରେ 130 ମି.ମି., ଓ ବାଲେଶ୍ୱର ସହରରେ 128 ମି.ମି. ବର୍ଷା ରେକର୍ଡ ହୋଇଛି। ବାଲେଶ୍ୱରରେ ଲଗାଣ ବର୍ଷା ଯୋଗୁଁ କିଛି ସମୟ ପାଇଁ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଥିଲା, ଯାହା କିଛି ଘଣ୍ଟାରେ ସ୍ୱାଭାବିକ ହୋଇଯାଇଛି।

ଏହା ସହିତ, ମୁଣ୍ଡଳୀ ନଦୀରେ ବର୍ତ୍ତମାନ ଲକ୍ଷେ କ୍ୟୁସେକ୍ ତଳେ ଜଳ ପ୍ରଭାହିତ ହେଉଛି। ଛତିଶଗଡ଼ ଉପରମୁଣ୍ଡରେ ମହାନଦୀର ସ୍ଥିତି ନିୟନ୍ତ୍ରାଧିନ ରହିଛି। ସମସ୍ତ ବାରେଜର ଗେଟଗୁଡ଼ିକ ବନ୍ଦ ରହିଛି। ମୌସମ ବିଭାଗ କହିଛି, ଲଘୁଚାପ ବର୍ଷାରେ ନଜର ରଖାଯାଇଛି ଓ ପରିସ୍ଥିତି ଅନୁସାରେ ପଦକ୍ଷେପ ନିଆଯିବ।

Leave a Reply

Your email address will not be published. Required fields are marked *