ରଣବୀର ଆଲ୍ଲାହାବାଦିଆ ଘରୁ ନିଖୋଜ1! ଫୋନ୍ ଅଫ୍‌, ଘରେ ପଡିଛି ତାଲା

ରଣବୀର ଆଲ୍ଲାହାବାଦିଆଙ୍କ ବିଷୟରେ ଏକ ବଡ଼ ଖବର ଆସୁଛି । ପ୍ରକୃତରେ ରଣବୀର ପୋଲିସ ସହିତ ଯୋଗାଯୋଗରୁ ବାହାରେ ଅଛନ୍ତି । କୁହାଯାଉଛି ଯେ ତାଙ୍କ ଫୋନ୍ ମଧ୍ୟ ବନ୍ଦ ଅଛି ଏବଂ ସେ ଘରୁ ନିଖୋଜ ହୋଇଯାଇଛନ୍ତି । ଗୁରୁବାର ସନ୍ଧ୍ୟାରେ ଯେତେବେଳେ ମୁମ୍ବାଇ ପୋଲିସ ରଣବୀରଙ୍କ ଘରକୁ ଯାଇଥିଲା, ଘରଟି ତାଲା ପଡ଼ିଥିଲା । 

ରଣବୀର ଆଲ୍ଲାହାବାଦିଆ ଘରୁ ନିଖୋଜ?

ସୂଚନା ଅନୁଯାୟୀ, ରଣବୀର କିମ୍ବା ତାଙ୍କ ଓକିଲ ମୁମ୍ବାଇ ପୋଲିସ ସହିତ ଯୋଗାଯୋଗରେ ନାହାନ୍ତି । ପ୍ରକୃତରେ, ମୁମ୍ବାଇ ପୋଲିସ ରଣବୀରଙ୍କୁ ସମନ ଜାରି କରିଛି ଏବଂ ସେ ପୋଲିସ ଷ୍ଟେସନକୁ ଆସି ତାଙ୍କ ବୟାନ ରେକର୍ଡ କରିବା ପର୍ଯ୍ୟନ୍ତ ଅପେକ୍ଷା କରିଛି । କିନ୍ତୁ ଏବେ ରଣବୀର ତାଙ୍କ ଫୋନ୍ ବନ୍ଦ କରି ନିଖୋଜ ହୋଇଯାଇଛନ୍ତି । ଆପଣଙ୍କୁ କହି ରଖୁଛୁ ଯେ ରଣବୀରଙ୍କୁ ଦୁଇଥର ସମନ ପଠାଯାଇଛି । ତଥାପି, ଇଣ୍ଡିଆଜ୍ ଗଟ୍ ଲେଟେଣ୍ଟ ଶୋ’ର ଭିଡିଓ ଏଡିଟର  ସାଗର ଖାର ପୋଲିସ ଷ୍ଟେସନରେ ପହଞ୍ଚିଛନ୍ତି ଏବଂ ତାଙ୍କର ବୟାନ ରେକର୍ଡ କରାଯାଉଛି ।

ପିତାମାତାଙ୍କ ଉପରେ ମନ୍ତବ୍ୟ ଦେଇ ଅସୁବିଧାରେ ପଡ଼ିଛନ୍ତି ରଣବୀର 

ଆପଣଙ୍କୁ କହି ରଖୁଛୁ ଯେ ରଣବୀର ନିକଟରେ YouTuber ସମୟ ରୈନାଙ୍କ ଶୋ’ ‘ଇଣ୍ଡିଆଜ୍ ଗଟ୍ ଲେଟେଣ୍ଟ’ରେ ଜଜ୍ ଭାବରେ ଯୋଗ ଦେଇଥିଲେ । ଏହା ଏକ ଡାର୍କ କମେଡି ଶୋ’ । ଯେଉଁଥିରେ ରଣବୀର ପିତାମାତାଙ୍କ ଉପରେ ଆପତିଜନକ ମନ୍ତବ୍ୟ ଦେବା ଯୋଗୁଁ ଏବେ ଗଭୀର ସମସ୍ୟାରେ ପଡ଼ିଛନ୍ତି । ଏହି ମାମଲାରେ, ରଣବୀର ଏବଂ ସମୟଙ୍କ ବିରୋଧରେ ଏକ ଏଫଆଇଆର ରୁଜୁ କରାଯାଇଛି ।

ରଣବୀର ଆଲ୍ଲାହାବାଦିଆ କିଏ ?

ଆପଣଙ୍କୁ କହି ରଖୁଛୁ ଯେ ରଣବୀର ଜଣେ ପ୍ରସିଦ୍ଧ YouTuber । ସେ ପ୍ରତି ମାସରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରନ୍ତି । ରଣବୀରଙ୍କର ଏକ ପୋଡକାଷ୍ଟ ଚ୍ୟାନେଲ ମଧ୍ୟ ଅଛି । ତାଙ୍କ ଚ୍ୟାନେଲରେ ଏପର୍ଯ୍ୟନ୍ତ ଅନେକ ବଡ଼ ବଡ଼ ସେଲିବ୍ରିଟି ଦେଖାଦେଇଛନ୍ତି । କିନ୍ତୁ ଏବେ ଏହି ପ୍ରସଙ୍ଗରେ ସେଲିବ୍ରିଟିମାନେ ମଧ୍ୟ ରଣବୀରଙ୍କଠାରୁ ଦୂରେଇ ରହୁଥିବା ଦେଖାଯାଉଛି । 

Leave a Reply

Your email address will not be published. Required fields are marked *