ବିହାରରେ ରାହୁଲ-ପ୍ରିୟଙ୍କାଙ୍କ ବୁଲେଟ ରାଲି: ପ୍ରିୟଙ୍କାଙ୍କୁ ହେଲମେଟ ପିନ୍ଧାଇ ରାହୁଲ ଦେଲେ ସୁରକ୍ଷାର ମେସେଜ
ବିହାର: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳର ଭୋଟର ଅଧିକାର ଯାତ୍ରାରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଏକ ବୁଲେଟ ରାଲି ଦେଖିବାକୁ ମିଳିଛି। ଦରଭଙ୍ଗାରୁ ଆରମ୍ଭ ହୋଇଥିବା ଏହି ଯାତ୍ରାର ୧୧ତମ ଦିନରେ ରାହୁଲ ଗାନ୍ଧୀ ବୁଲେଟ ଚଳାଇଥିବା ବେଳେ ପ୍ରିୟଙ୍କା ତାଙ୍କ ପଛରେ ବସିଥିଲେ। ଏହି ରାଲି ମୁଜାଫରପୁର ଆଡ଼କୁ ଯାଇଥିଲା ଏବଂ ଭୋଟର ତାଲିକାରେ ଅନିୟମିତତା ବିରୋଧରେ ଜନସଚେତନତା ସୃଷ୍ଟି କରିବା ଥିଲା ଏହାର ଲକ୍ଷ୍ୟ ଥିଲା | ଏକ ହୃଦୟସ୍ପର୍ଶୀ ମୁହୂର୍ତ୍ତରେ ରାହୁଲ ନିଜ ଭଉଣୀ ପ୍ରିୟଙ୍କାଙ୍କ ସୁରକ୍ଷା ପାଇଁ ହେଲମେଟ ପରିଧାନ କରିବାକୁ ନିଶ୍ଚିତ କରିଥିଲେ। ଏହି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଠାରେ ରାହୁଲଙ୍କୁ ପ୍ରିୟଙ୍କାଙ୍କ ଜଣେ ସତର୍କ ରକ୍ଷକ ଭାବେ ଦେଖାଯାଇଛି।
ତେବେ,ଏହି ରାଲିରେ ତେଜସ୍ୱୀ ଯାଦବ ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ ପରି ବିରୋଧୀ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ।ଏହି ଯାତ୍ରା ବିହାରର ୨୦ଟି ଜିଲ୍ଲାରେ ୧୩୦୦ କିଲୋମିଟରରୁ ଅଧିକ ଅତିକ୍ରମ କରି ସେପ୍ଟେମ୍ବର ୧ ତାରିଖରେ ପାଟଣାରେ ଶେଷ ହେବ। ରାହୁଲ ଓ ପ୍ରିୟଙ୍କାଙ୍କ ଏହି ବୁଲେଟ ଯାତ୍ରା ରାଜନୈତିକ ବାର୍ତ୍ତା ସହିତ ଜନତାଙ୍କ ମନରେ ଏକ ଭାବନାତ୍ମକ ସଂଯୋଗ ସ୍ଥାପନ କରିଛି।
