ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ପ୍ରଶଂସା କରି ସମାଜବାଦୀ ପାର୍ଟିରୁ ବହିଷ୍କାର ହେଲେ ପୂଜା ପାଲ
ଲକ୍ଷ୍ନୌ: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରଶଂସା କରିବାର ଫଳରେ ସମାଜବାଦୀ ପାର୍ଟି ବିଧାୟିକା ପୂଜା ପାଲଙ୍କୁ ଦଳରୁ ବହିଷ୍କାର କରାଯାଇଛି। ବିରୋଧୀ ହୋଇ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନ୍ୟାୟ ଓ ଅପରାଧ ନିବାରଣ ନୀତିର ପ୍ରଶଂସା କରିଥିବା ପୂଜାଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ କଠୋର କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରା ଯାଇଛି ।
ପୂଜାଙ୍କ ସ୍ୱାମୀ ରାଜୁ ପାଲଙ୍କୁ ୨୦୦୫ରେ ଗ୍ୟାଙ୍ଗଷ୍ଟର ଅତିକ୍ ଅହମ୍ମଦଙ୍କ ଦ୍ୱାରା ଗୁଳି କରି ହତ୍ୟା କରାଯାଇଥିଲା। ନ୍ୟାୟ ପାଇଁ ଦଶକ ସଂଘର୍ଷ ପରେ ୨୦୨୩ ରେ ଅପେକ୍ଷାର ଅନ୍ତ ହୋଇଥିଲା। ଏଥିପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନ୍ୟାୟ ପ୍ରଦାନ କରିବା ଏବଂ ଅନ୍ୟ କେହି ନଶୁଣିବା ସମୟରେ ମୁଖ୍ୟମନ୍ତ୍ରୀ ତାଙ୍କ କଥା ଶୁଣିଥିବାରୁ ସେ ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହା ସହ ଅପରାଧୀମାନଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ସହିତ ରାଜ୍ୟକୁ ଅପରାଧ ମୁକ୍ତ କରୁଥିବାରୁ ସେ ତାଙ୍କର ପ୍ରଶଂସା କରିଥିଲେ। ଉତ୍ତରପ୍ରଦେଶ ବିଧାନସଭାରେ ‘ଭିଜନ୍ ଡକ୍ୟୁମେଣ୍ଟ୍ ୨୦୪୭’ ଆଲୋଚନା ସମୟରେ ପୂଜା ଏହି କଥା କହିଥିଲେ।
ତାଙ୍କର ଏଭଳି କାମରେ ଅସନ୍ତୋଷ ପ୍ରକାଶ କରି ଏବେ ପୂଜାଙ୍କୁ ଦଳରୁ ବିଦା କରିଛି ସମାଜବାଦୀ ପାର୍ଟି । ଏକ ଚିଠିରେ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ପୂଜା ପାଲଙ୍କ ଉପରେ ଦଳ ବିରୋଧୀ କାର୍ଯ୍ୟକଳାପର ଆରୋପ ଲଗାଇ ତାଙ୍କୁ ଦଳରୁ ବିଦା କରାଯାଇଥିବା ବିଷୟରେ ଜଣାଇଛନ୍ତି। ଚିଠିରେ ଲେଖାଯାଇଛି ଯେ, “ଆପଣଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟ ଦଳ ବିରୋଧୀ ଏବଂ ଶୃଙ୍ଖଳାର ଗମ୍ଭୀର ଉଲ୍ଲଂଘନ। ତେଣୁ, ଆପଣଙ୍କୁ ସମାଜବାଦୀ ପାର୍ଟିରୁ ବହିଷ୍କାର କରାଯାଉଛି। ଏହା ସହିତ, ଆପଣଙ୍କୁ ଦଳର ଅନ୍ୟ ପଦବୀରୁ ହଟାଇ ଦିଆଯିବ ଏବଂ ଆପଣ ଦଳର କୌଣସି କାର୍ଯ୍ୟକ୍ରମ/ବୈଠକରେ ଗ୍ରହଣ କରିପାରିବେ ନାହିଁ କିମ୍ବା ଆପଣଙ୍କୁ ନିମନ୍ତ୍ରଣ କରାଯିବ ନାହିଁ।”
ସମାଜବାଦୀ ପାର୍ଟି ପୂର୍ବ ବିଧାୟକ ରାଜୁ ପାଲଙ୍କ ହତ୍ୟା ମାମଲା କୋର୍ଟରେ ଥିବା ବେଳେ, ଫେବ୍ରୁଆରି ୨୦୨୩ରେ ହତ୍ୟା ମାମଲାର ଜଣେ ପ୍ରମୁଖ ସାକ୍ଷୀ ଉମେଶ ପାଲଙ୍କୁ ପ୍ରୟାଗରାଜର ସୁଲେମ ସରାଇ ଅଞ୍ଚଳରେ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣାକୁ ନେଇ ଅତିକ୍ ଓ ଅଶରଫ୍କୁ ଗିରଫ କରାଯାଇଥିବା ବେଳେ କିଛି ଦିନ ପରେ ତାଙ୍କୁ ଗଣମାଧ୍ୟମର କ୍ୟାମେରା ଆଗରେ ଗୁଳି କରି ହତ୍ୟା କରିଥିଲେ କିଛି ଦୁର୍ବୃତ୍ତ।
