ପ୍ରୟାଗରାଜରେ ବଡ ଦୁର୍ଘଟଣା : ଶ୍ରଦ୍ଧାଳୁଙ୍କ ଗାଡିକୁ ପିଟିଲା ବସ୍, ୧୦ ମୃତ

ସକାଳୁ ସକାଳୁ ସାମ୍ନାକୁ ଆସିଲା ଏକ ଦୁଃଖଦ ଖବର । ପ୍ରୟାଗରାଜରୁ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ବିଚଳିତ କରିଦେବ । କୁମ୍ଭମେଳା ଯାତ୍ରା ସମୟରେ ଏକ ସଡକ ଦୁର୍ଘଟଣା ଘଟିଛି । ଯେଉଁଥିରେ ୧୦ଜୀବନ ଚାଲିଯାଇଛି । ୧୯ରୁ ଅଧିକ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ଉତ୍ତରପ୍ରଦେଶ ପ୍ରୟାଗରାଜରେ ବଡ ସଡକ ଦୁର୍ଘଟଣା ସାମ୍ନାକୁ ଆସିଛି । ସବୁଠୁ ଦୁଃଖଦ କଥା ହେଉଛି କୁମ୍ଭମେଳାକୁ ଯାତ୍ରା କରୁଥିବା ୧୦ଜଣ ଶ୍ରଦ୍ଧାଳୁଙ୍କ ଜୀବନ ଚାଲିଯାଇଛି । ଆଉ ୧୯ରୁ ଅଧିକ ଶ୍ରଦ୍ଧାଳୁ ଗୁରୁତର ଆହତ ହୋଇଛନ୍ତି । ଘବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ହସ୍ପିଟାଲ୍ ପହଞ୍ଚାଇବା ସହ ମୃତ ଶବକୁ ଶବ ଗୃହରେ ରଖାଯାଇଛି ।
ସୂଚନା ଅନୁସାରେ, ଗତକାଲି ରାତିରେ ପ୍ରୟାଗରାଜ-ମିର୍ଜାପୁର ହାଇୱେ ଉପରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଶ୍ରଦ୍ଧାଳୁଙ୍କୁ ନେଇ ଯାତ୍ରା କରୁଥିଲା ବୋଲେରୋ କାର୍ ଏବଂ ଏକ ଯାତ୍ରୀବାହି ବସ୍ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୧୦ଜଣଙ୍କ ମୃତ୍ୟୁ ହୋଇଯାଇଛି । ବୋଲେରୋ ଗାଡିରେ ୨୫ ବର୍ଷରୁ ୪୫ବର୍ଷ ବୟସର ସମସ୍ତେ ପୁରୁଷ ଯାତ୍ରା କରୁଥିଲେ । ଆଉ ଏହି ଦୁର୍ଘଟଣାରେ ସମସ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେପଟେ ବସରେ ଥିବା ୧୯ଯାତ୍ରୀ ବି ଗୁରୁତର ଆହତ ହୋଇଛନ୍ତି । ଆହତ ଯାତ୍ରୀମାନେ କୁମ୍ଭ ମେଳାରେ ସଂଘମ ସ୍ନାନ ସାରି ବାରଣାସୀ ଯାତ୍ରା କରୁଥିଲେ । ସମସ୍ତ ଆହାତ ଯାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଅନ୍ୟପଟେ, ପ୍ରୟାଗରାଜ-ମିର୍ଜାପୁର ରାଜପଥରେ ଘଟିଥିବା ବଡ଼ ସଡ଼କ ଦୁର୍ଘଟଣାର ତଦନ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ପ୍ରକାଶ କରିଛନ୍ତି । ଏହା ସହିତ, ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି।