ମନମୋହନ ସିଂଙ୍କ ସ୍ମାରକସ୍ଥଳ ନିର୍ମାଣକୁ ନେଇ ତେଜିଲା ରାଜନୀତି

ଆରମ୍ଭ ହୋଇଛି ମନମୋହନ ସିଂଙ୍କ ଶେଷକୃତ୍ୟ ସଂପନ୍ନ କାର୍ଯ୍ୟ । ଦିଲ୍ଲୀ ନିଗମବୋଧ ଘାଟରେ ହେବ ଅନ୍ତିମ ସଂସ୍କାର । ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର କରାଯିବ । ପ୍ରତିରକ୍ଷା ମନ୍ତ୍ରୀଳୟକୁ ଆବଶ୍ୟକ ବନ୍ଦୋବସ୍ତ କରିବା ପାଇଁ କେନ୍ଦ୍ରର ଚିଠି ।
ସେହିପରି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଶୁକ୍ରବାର ରାତିରେ ଘୋଷଣା କରିଛି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ସ୍ଥାୟୀ ସ୍ମାରକସ୍ଥଳ ନିର୍ମାଣ ପାଇଁ ସରକାର ସ୍ଥାନ ବଣ୍ଟନ କରିବେ। ତେବେ ସ୍ମାରକସ୍ଥଳକୁ ଆରମ୍ଭ ହୋଇଛି ରାଜନୀତି ।
ମନ୍ତ୍ରଣାଳୟ କହିଛି ଯେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ମନମୋହନ ସିଂଙ୍କ ପରିବାରକୁ ଏହି ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଯାଇଛି।
ମନ୍ତ୍ରଣାଳୟ ଅନୁଯାୟୀ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖି ଡକ୍ଟର ମନମୋହନ ସିଂହଙ୍କ ଶେଷ ରୀତିନୀତି ଯେଉଁଠାରେ ତାଙ୍କ ସ୍ମାରକୀ ନିର୍ମାଣ କରାଯାଇପାରିବ ସେହି ସ୍ଥାନରେ କରାଯିବାକୁ ଅନୁରୋଧ କରିଥିଲେ। କଂଗ୍ରେସ ଅଭିଯୋଗ କରିଛି ଯେ ଏହି ସ୍ଥାନ ବାଛିବାରେ ସରକାରଙ୍କ ବିଳମ୍ବ ହେଉଛି ଭାରତର ପ୍ରଥମ ଶିଖ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟମୂଳକ ଅପମାନ। କଂଗ୍ରେସ ଏହି ବିଳମ୍ବକୁ ଏକ ରାଜନୈତିକ ପଦକ୍ଷେପ ବୋଲି କହିଛି ଏବଂ ଏହାକୁ ବଡ ଭୁଲ ବୋଲି କହିଛି।
ଗୃହ ମନ୍ତ୍ରଣାଳୟ କହିଛି ଯେ କ୍ୟାବିନେଟ ବୈଠକ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଲ୍ଲିକାର୍ଜୁନ ଖଡଗେ ଏବଂ ମନମୋହନ ସିଂଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଛନ୍ତି ଯେ ସ୍ଥାୟୀ ସ୍ମାରକସ୍ଥଳ ପାଇଁ ସରକାର ସ୍ଥାନ ଦେବେ। ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ ସ୍ମାରକୀ ନିର୍ମାଣ ପାଇଁ ଏକ ଟ୍ରଷ୍ଟ ଗଠନ କରାଯିବ ।
ତେବେ ମନମୋହନ ସିଂହଙ୍କ ପାଇଁ ଅଲଗା ଏକ ସ୍ମାରକସ୍ଥଳ ନିର୍ମାଣ କରିବା ପାଇଁ କଂଗ୍ରେସ ଦାବି କରିଛି। ଏହାକୁ ନେଇ ବର୍ଷିଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ।
ଶର୍ମିଷ୍ଠା କହିଛନ୍ତି ଯେ, ଯେତେବେଳେ ତାଙ୍କ ବାପା ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ ହୋଇଥିଲା, ସେତେବେଳେ କଂଗ୍ରେସ କୌଣସି ଶୋକସଭା ଆୟୋଜନ କରିନଥିଲା। କଂଗ୍ରେସ କାର୍ଯ୍ୟକାରୀ କମିଟି ତରଫରୁ ବୈଠକ ମଧ୍ୟ ଡ଼କା ଯାଇନଥିଲା। ଜଣେ ବରିଷ୍ଠ କଂଗ୍ରେସ ନେତା କହିଥିଲେ ଯେ, ଭାରତର ରାଷ୍ଟ୍ରପତିଙ୍କ ପାଇଁ ଶୋଭସଭା ଆୟୋଜିତ ହୁଏ ନାହିଁ। ‘ମୁଁ ମୋ ବାପାଙ୍କ ହାତ ଲେଖା ଡାଏରୀ ପଢ଼ିଛି।
ଏଥିରେ ଯେତେବେଳେ ଭାରତର ପୂର୍ବତନ ରାଷ୍ଟ୍ରପତି କେ ଆର୍ ନାରାୟଣଙ୍କ ଦେହାନ୍ତ ହୋଇଥିଲା ସେତେବେଳେ ସିଡବ୍ଲୁସି ତରଫରୁ ବୈଠକ ବସିଥିଲା। ବାପା ପ୍ରଣବ ମୁଖାର୍ଜୀ ଶୋକ ସନ୍ଦେଶ ପ୍ରସ୍ତୁତ କରିଥିଲେ।’ ଏହାବ୍ୟତୀତ ସିଆର୍ କେସବନଙ୍କ ଏକ ପୋଷ୍ଟକୁ ଦର୍ଶାଇ କଂଗ୍ରେସ ଦଳର ସଦସ୍ୟଙ୍କୁ କେବଳ ଏଥିପାଇଁ ଅଣଦେଖା କରିଥିଲା । କାହିଁକି ନା ସେମାନେ ଗାନ୍ଧି ପରିବାରର ସଦସ୍ୟ ନଥିଲେ ବୋଲି ଶର୍ମିଷ୍ଠା କହିଛନ୍ତି।