ଓଡ଼ିଶାରେ ଧିମେଇ ଯାଇଛି ପିଏମ ସୂର୍ଯ୍ୟ ଘର ଯୋଜନା

ଭୁବନେଶ୍ୱର: ପିଏମ ସୂର୍ଯ୍ୟ ଘର ଯୋଜନା କୁ ନେଇ ସମୀକ୍ଷା ପରେ ବଡ଼ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ । ପ୍ରତିକ୍ରିୟା ରଖି କେଭି ସିଂଦେଓ କହିଛନ୍ତି ଯୋଜନା କୁ ନେଇ ଆହୁରି ଅଧିକ ଆୱାର ନେସ କରାଯିବ । ବିଲ କଲେକ୍ସନ କରୁଥିବା କର୍ମଚାରୀଙ୍କ ଦ୍ୱାରା ଲୋକଙ୍କୁ ସଚେତନ କରାଯିବା ସହ ଲିଫ ଲେଟ ଓ ପାମ୍ପ ଲେଟ ବଣ୍ଟାଯିବ ପାଇଁ କୁହାଯାଇଛି ।

ଅନଲାଇନ ଜରିଆରେ ଯେଉଁମାନେ ପିଏମ ସୂର୍ଯ୍ୟ ଘର ଯୋଜନା ପାଇଁ ଆବେଦନ କରିଛନ୍ତି ସେମାନଙ୍କୁ ବିତରଣ କମ୍ପାନୀ ମାନେ ଯୋଗାଯୋଗ କରି କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ ବୋଲି ବି ନିର୍ଦ୍ଦେଶ ଦିଆଯାଇଛି । ଆହୁରି ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ କହିଛନ୍ତି ପିଏମ ସୂର୍ଯ୍ୟ ଘର ଯୋଜନାରେ ଓଡ଼ିଶାର ପ୍ରୋଗ୍ରେସ ସ୍ଲୋ ଅଛି । ସେଥିପାଇଁ ନିଷ୍ପତ୍ତି ନିଆଯାଇଛି ଏଣିକି ପ୍ରତି ମାସରେ ରିଭ୍ୟୁ କରାଯିବ ।

ଯୋଜନାର ଅଗ୍ରଗତି କୁ ନେଇ ବିତରଣ କମ୍ପାନୀଙ୍କ ସହ ବୈଠକ ହେବ । କାରଣ କେନ୍ଦ୍ର ସରକାରଙ୍କ ପକ୍ଷରୁ ପିଏମ ସୂର୍ଯ୍ୟ ଘର ଯୋଜନାରେ ୩ ଲକ୍ଷ ଟାର୍ଗେଟ ଦିଆ ଯାଇଥିଲା । କିନ୍ତୁ ଓଡ଼ିଶାରେ ଏହା ଧିମେଇ ଯାଇଛି । ବର୍ତ୍ତମାନ ସୁଦ୍ଧା ମାତ୍ର ୨୦ ହଜାର ସଂଯୋଗ ଦିଆ ଯାଇ ପାରିଛି । ତେଣୁ ନିଷ୍ପତ୍ତି ହୋଇଛି ଆସିଥିବା ୧ ଲକ୍ଷ ୮୦ ହଜାର ଆବେଦନ କୁ ରେଗୁଲାର ମିନିଟରିଂ କରାଯିବ ।

Leave a Reply

Your email address will not be published. Required fields are marked *