ସିଦ୍ଧାର୍ଥ-ଜାହ୍ନବୀଙ୍କ ଫିଲ୍ମର ଧମାକେଦାର ଆରମ୍ଭ: ୨୫ଟି ଫିଲ୍ମକୁ ମାତ୍‌ ଦେଲା ‘ପରମ ସୁନ୍ଦରୀ

ଭୁବନେଶ୍ୱର :ସିଦ୍ଧାର୍ଥ ମଲହୋତ୍ରା ଏବଂ ଜାହ୍ନବୀ କପୁରଙ୍କ ଅଭିନୀତ ରୋମାଣ୍ଟିକ୍ କମେଡି ଫିଲ୍ମ ‘ପରମ ସୁନ୍ଦରୀ’ ୨୯ ଅଗଷ୍ଟ ୨୦୨୫ରେ ସିନେମା ହଲ୍‌ରେ ମୁକ୍ତିଲାଭ କରିଛି। ଏହି ଫିଲ୍ମର ଟ୍ରେଲର ଓ ଗୀତଗୁଡିକ ଦର୍ଶକଙ୍କ ମନରେ ବେଶ୍‌ ଉତ୍ସାହ ସୃଷ୍ଟି କରିଥିଲା। ଆଡଭାନ୍ସ ବୁକିଂ ମଧ୍ୟ ସନ୍ତୋଷଜନକ ଥିଲା, କିନ୍ତୁ ବକ୍ସ ଅଫିସ୍‌ରେ ଏହା ଯେତିକି ଆଶା କରାଯାଇଥିଲା ସେହି ଅନୁସାରେ ଏହା ଦମଦାର ଆରମ୍ଭ କରିପାରି ନଥିଲା। ତଥାପି, ପ୍ରଥମ ଦିନରେ ଫିଲ୍ମଟି ଠିକ୍‌ ଠାକ୍‌ କଲେକ୍ସନ କରି ୨୦୨୫ର ୨୪ଟି ଫିଲ୍ମର ଓପନିଂ ରେକର୍ଡକୁ ଭାଙ୍ଗିଛି।

ସୈକନିଲ୍କ ଭାରତୀୟ ୱେବ୍ସାଇଟର ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ,‘ପରମ ସୁନ୍ଦରୀ’ ପ୍ରଥମ ଦିନରେ ଭାରତରେ ୭.୨୫ କୋଟି ଟଙ୍କାର ନେଟ କଲେକ୍ସନ କରିଛି। ଏହା ଏକ ପ୍ରାରମ୍ଭିକ ଆକଳନ ହୋଇଥିବାରୁ ଅଫିସିଆଲ୍ ତଥ୍ୟ ଆସିଲେ ଏଥିରେ କିଛି ପରିବର୍ତ୍ତନ ହୋଇପାରେ। ଏହି କଲେକ୍ସନ ସିଦ୍ଧାର୍ଥଙ୍କ ପୂର୍ବ ଫିଲ୍ମ ‘ଯୋଦ୍ଧା’ (୪.୧ କୋଟି) ତୁଳନାରେ ଭଲ ହେଲେ ମଧ୍ୟ ଅନୁମାନିତ ୮-୧୦ କୋଟିରୁ କମ୍‌ ରହିଛି।

ଯଦିଓ ‘ପରମ ସୁନ୍ଦରୀ’ ଡବଲ ଡିଜିଟ୍‌ କଲେକ୍ସନ ହାସଲ କରିପାରି ନଥିଲା, ତଥାପି ଏହା ୨୦୨୫ରେ ମୁକ୍ତିଲାଭ କରିଥିବା ୨୪ଟି ଫିଲ୍ମର ପ୍ରଥମ ଦିନର କଲେକ୍ସନକୁ ପଛରେ ପକାଇଛି। ଏହା ମଧ୍ୟରେ ଅଜୟ ଦେବଗନଙ୍କ ‘ସନ୍ ଅଫ୍ ସରଦାର ୨’, ‘ମହାବତାର ନରସିଂହ’ (୧.୮୬ କୋଟି), ଓ ‘ଧଡ଼କ ୨’(୩.୬୫ କୋଟି) ଭଳି ଫିଲ୍ମ ରହିଛି।

ଅନୁମାନ ଥିଲା ଯେ ‘ପରମ ସୁନ୍ଦରୀ’ ୨୦୨୫ର ବଲିଉଡର ଟପ୍ ୧୦ ଓପନିଂ ଫିଲ୍ମ ତାଲିକାରେ ସ୍ଥାନ ପାଇବ। କିନ୍ତୁ ୭.୨୫ କୋଟିର କଲେକ୍ସନ ସହ ଏହା ଏହି ତାଲିକାରେ ସାମିଲ ହୋଇପାରି ନାହିଁ। ୨୦୨୫ର ଟପ୍ ୧୦ ଓପନିଂ ଫିଲ୍ମ ମଧ୍ୟରେ ରହିଛି:
ୱାର ୨ର ୫୨.୫ କୋଟି, ଛାୱା ୩୩.୧ କୋଟି,ସିକନ୍ଦର ୩୦.୦୬ କୋଟି, ହାଉସଫୁଲ ୫ର ୨୪.୩୫ କୋଟି ଏବଂ ସୈୟାରା ୨୨ କୋଟି

‘ପରମ ସୁନ୍ଦରୀ’ ସିଦ୍ଧାର୍ଥ ଓ ଜାହ୍ନବୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଫିଲ୍ମ। ଏମାନଙ୍କର ପୂର୍ବ କିଛି ଫିଲ୍ମ ଯଥା ‘ଯୋଦ୍ଧା’ ଓ ‘ଧଡ଼କ ୨’ ବକ୍ସ ଅଫିସ୍‌ରେ ସଫଳ ହୋଇପାରି ନଥିଲା। ୪୦-୫୦ କୋଟି ବଜେଟରେ ନିର୍ମିତ ଏହି ଫିଲ୍ମକୁ ହିଟ ହେବା ପାଇଁ ୬୦-୭୦ କୋଟି ଆୟ କରିବାକୁ ହେବ। ଟ୍ରେଡ ଏକ୍ସପର୍ଟମାନେ ଆଶା ରଖିଛନ୍ତି ଯେ ସପ୍ତାହମଧ୍ୟରେ ଦର୍ଶକଙ୍କ ଭଲ ସମୀକ୍ଷା ଯୋଗୁଁ କଲେକ୍ସନ ବୃଦ୍ଧି ପାଇପାରେ।

ତୁଷାର ଜଲୋଟାଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ପରମ ସୁନ୍ଦରୀ’ ଏକ ଉତ୍ତର ଭାରତୀୟ ଯୁବକ ଓ ଦକ୍ଷିଣ ଭାରତୀୟ ଯୁବତୀଙ୍କ ପ୍ରେମ କାହାଣୀ ଉପରେ ଆଧାରିତ। ଫିଲ୍ମରେ ସିଦ୍ଧାର୍ଥ ଓ ଜାହ୍ନବୀ ସହ ସଞ୍ଜୟ କପୁର, ମଞ୍ଜୋତ ସିଂହ ଓ ରେଞ୍ଜି ପାନିକର ଅଭିନୟ କରିଛନ୍ତି। ଗୀତ ‘ପରଦେସିୟା’ ଓ ‘ଭିଗି ସାଡ଼ୀ’ ସୋସିଆଲ ମିଡିଆରେ ବେଶ୍‌ ଲୋକପ୍ରିୟ ହୋଇଛି।

Leave a Reply

Your email address will not be published. Required fields are marked *