ନେପାଳରେ ରାଜନୈତିକ ସଙ୍କଟ: ରାଷ୍ଟ୍ରପତିଙ୍କ ଘର ଉପରକୁ ପଥର ମାଡ କଲେ ଉତ୍ୟକ୍ତ ଜନତା

କାଠମାଣ୍ଡୁ: ନେପାଳରେ ରାଜନୈତିକ ସଙ୍କଟ ଗଭୀର ହେବାରେ ଲାଗିଛି। ମଙ୍ଗଳବାର କେପି ଶର୍ମା ଓଲିଙ୍କ ନେତୃତ୍ୱାଧୀନ ସରକାରର ୯ ଜଣ ମନ୍ତ୍ରୀ ଏବଂ ଜଣେ ଉପପ୍ରଧାନମନ୍ତ୍ରୀ ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସୋସିଆଲ ମିଡିଆ ନିଷେଧାଦେଶକୁ ନେଇ ହଜାର ହଜାର ନେପାଳୀ ଯୁବକ ସୋମବାର ରାଜରାସ୍ତାକୁ ଓହ୍ଲାଇଥିଲେ, ଯାହାକୁ ଜେନ୍-ଜି (୧୯୯୫-୨୦୧୦ ମଧ୍ୟରେ ଜନ୍ମିତ) ବିପ୍ଳବ ଭାବରେ ଦେଖାଯାଉଛି। ଏହା ମଧ୍ୟରେ ନେପାଳର ବୀରଗଞ୍ଜରେ ଆଇନ ମନ୍ତ୍ରୀ ଅଜୟ କୁମାର ଚୌରାସିଆଙ୍କ ଘରକୁ ହଜାର ହଜାର ନେପାଳୀ…

Read More

ଶୁଭମନ ଗିଲଙ୍କ ୨୬ତମ ଜନ୍ମଦିନ

ଭାରତୀୟ କ୍ରିକେଟ ଦଳର ଟେଷ୍ଟ ଅଧିନାୟକ ଶୁଭମନ ଗିଲ ଆଜି ୨୬ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ସୋସିଆଲ ମିଡିଆରେ ପ୍ରଶଂସକମାନେ ତାଙ୍କୁ ‘ଦି ପ୍ରିନ୍ସ’ କହି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଗିଲଙ୍କୁ ଆଧୁନିକ କ୍ରିକେଟରେ ସବୁଠାରୁ ସ୍ଟାଇଲିଶ ଓ ଭରସାଯୋଗ୍ୟ ବ୍ୟାଟସମ୍ୟାନ ଭାବେ ଗଣାଯାଏ। ମାତ୍ର ୬ ବର୍ଷର ଅନ୍ତର୍ଜାତୀୟ କ୍ୟାରିଅରରେ ସେ ଅନେକ ରେକର୍ଡ ନିଜ ନାମରେ କରିଛନ୍ତି। ଚଳିତ ବର୍ଷ ସେ ଟେଷ୍ଟ ଦଳର ଅଧିନାୟକ ହୋଇଥିବା ବେଳେ ସୀମିତ ଓଭର ଫର୍ମାଟରେ…

Read More

ନୂଆପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ନିଧନ: ରାଜନୈତିକ ମହଲରେ ଶୋକର ଛାୟା

ଭୁବନେଶ୍ୱର: ଓଡ଼ିଶାର ବରିଷ୍ଠ ରାଜନେତା, ବିଜୁ ଜନତା ଦଳର ନେତା ତଥା ନୂଆପଡ଼ା ବିଧାନସଭା ଆସନର ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ନିଧନ ରାଜ୍ୟ ରାଜନୀତିରେ ଏକ ବଡ଼ କ୍ଷତି ସୃଷ୍ଟି କରିଛି। ଦୀର୍ଘଦିନର ଅସୁସ୍ଥତା ପରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି। ତାଙ୍କ ନିଧନ ଖବର ପ୍ରକାଶ ପାଇବା ପରେ ରାଜ୍ୟର ବିଭିନ୍ନ ରାଜନୈତିକ ଦଳର ନେତାମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ରାଜେନ୍ଦ୍ର ଢୋଲକିଆ ନୂଆପଡ଼ାରୁ ଚାରିଥର…

Read More

ଆଦିବାସୀଙ୍କ ପୈତୃକ ଭୂମି ଓ ସ୍ୱପ୍ନ ବିପଦରେ: ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ମୋଦି ସରକାରଙ୍କ ଗ୍ରେଟ୍ ନିକୋବର ମେଗା-ଇନଫ୍ରାଷ୍ଟକ୍ଚର ପ୍ରକଳ୍ପକୁ ତୀବ୍ର ସମାଲୋଚନା କରିଛନ୍ତି, ଏହାକୁ ଆଦିବାସୀ ଅଧିକାରର ଉଲ୍ଲଂଘନ ଏବଂ ପରିବେଶଗତ ବିପଦ ବୋଲି ଅଭିହିତ କରି। ଦି ହିନ୍ଦୁରେ ପ୍ରକାଶିତ ଏକ ଲେଖାରେ ସେ କହିଛନ୍ତି ଯେ, ଏହି ପ୍ରକଳ୍ପ ନିକୋବାରୀ ଏବଂ ଶୋମ୍ପେନ ଆଦିବାସୀ ସମ୍ପ୍ରଦାୟର ଅସ୍ତିତ୍ୱକୁ ବିପଦରେ ପକାଇଛି। ଗ୍ରେଟ୍ ନିକୋବର ଦ୍ୱୀପରେ ବସବାସ କରୁଥିବା ଏହି ଦୁଇ ମୁଖ୍ୟ ଆଦିବାସୀ ସମ୍ପ୍ରଦାୟ ଏହି ପ୍ରକଳ୍ପ ଯୋଗୁଁ…

Read More

ଦକ୍ଷିଣ ଓଡ଼ିଶାରେ ବିଜେଡି ଗଡ଼ ଭୁଶୁଡୁଛି, ବିଜେପି ମାଡ଼ି ଚାଲିଛି

ବିଜେଡି ଗଡରେ ମାଡ଼ିଚାଲିଛି ବିଜେପି। ଦକ୍ଷିଣ ଓଡ଼ିଶା ରାଜନୀତି ଏବେ କଡ଼ ଲେଉଟାଉଛି। ବିଜେପି ଧିରେ ଧିରେ ଗୋଟିଏ ପରେ ଗୋଟିଏ ସ୍ଥାନ କବଜା କରିଚାଲିଛି। ଦିନେ ଯେଉଁଠି ବିଜେଡି ରାଜ କରୁଥିଲା, ଦଳ ହାରିବା ପରେ ସେଠି ଏବେ ମୁହାଁମୁହିଁ ସ୍ଥିତି। ଯାହା ବିଜେପିକୁ ବେଶ୍ ସୁହାଉଛି। ରାୟଗଡ଼ା ଓ ଗଞ୍ଜାମରେ ପତିଆରା ବଢ଼ାଉଛି ପଦ୍ମ। ବିଜେଡି ଫାଟରୁ ଫାଇଦା ନେବା ଚକ୍କରରେ ବିଜେପି। ଆଗକୁ ପୌର ନିର୍ବାଚନ। ତା ପୂର୍ବରୁ ବିଜେପି ପ୍ରସ୍ତୁତି ଚଲେଇଛି।…

Read More

ଉପରାଷ୍ଟ୍ରପତି ଭୋଟ୍‌ ପୂର୍ବରୁ ମୋଦୀ-ନବୀନ ଭେଟ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଦିଲ୍ଲୀରେ ବିଜେଡି ସୁପ୍ରିମୋ। ଆସନ୍ତାକାଲି ନିର୍ବାଚନ ଥିବାବେଳେ ମୋଦିଙ୍କୁ ଭେଟିଲେ ନବୀନ। ଯାହାକୁ ନେଇ ବଢିଲା ଚର୍ଚ୍ଚା। କଣ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ହେବ କି ଡିଲ୍?କାରଣ ବିଜେଡି କାହାକୁ ସମର୍ଥନ ଦେବ ସେ ନେଇ ନିଷ୍ପତ୍ତି ହେଇପାରୁନି। ସେପଟେ ୯ ତାରିଖରେ ନିର୍ବାଚନ ଥିବାବେଳେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୪ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି। ତେଣୁ ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ନବୀନଙ୍କ ଏହି ଗସ୍ତ ରାଜନୈତିକ ଦୃଷ୍ଟିକୋଣରୁ…

Read More

ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଣଛାତ୍ର ଉଚ୍ଛେଦ ପାଇଁ ବ୍ୟାପକ ପୋଲିସ ମୁତୟନ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଣଛାତ୍ରଙ୍କୁ ହଟାଇବା ପାଇଁ ଆଜି କମିଶନରେଟ୍ ପୋଲିସ ଏକ ବ୍ୟାପକ ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ସକାଳ ୧୦:୩୦ରୁ ବିଶ୍ୱବିଦ୍ୟାଳୟର ହଷ୍ଟେଲ ନମ୍ବର ୧, ୨, ୩ ଓ ୫ରେ ପୋଲିସ ଛାପା ମାରି ଅଣଛାତ୍ରଙ୍କୁ ବାହାର କରିବ। ଏହି ରେଡ୍‌ରେ ବିଶ୍ୱବିଦ୍ୟାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ସାମିଲ ରହିବେ। ଜୋନ୍ ୫ର ଏସିପି ବିଶ୍ୱରଂଜନ ସେନାପତି କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଭାବେ ଦାୟିତ୍ୱ…

Read More

କଂଗ୍ରେସ ସୃଜନ ବୈଠକରେ ବିବାଦ, ଦଳ ମଧ୍ୟରେ ଦ୍ୱନ୍ଦ୍ୱ

ଭୁବନେଶ୍ୱର :ସାରା ରାଜ୍ୟରେ ଏବେ କଂଗ୍ରେସ ସଙ୍ଗଠନ ସୃଜନ କାର୍ଯ୍ୟକ୍ରମ ଚାଲିଛି। ପର୍ଯ୍ୟବେକ୍ଷକ ମାନେ ସୃଜନ ବୈଠକ ମାଧ୍ୟମରେ ଖୋଜୁଛନ୍ତି ଜିଲ୍ଲା ସଭାପତି। ହେଲେ ସବୁ ଜିଲ୍ଲାରେ ମାଳମାଳ ନେତା ଆଶାୟୀ ଅଛନ୍ତି। ଫଳରେ ସୃଜନ ବୈଠକରେ ଗୋଷ୍ଠୀ ବିବାଦ ପଦାରେ ପଡିଛି। କୋରାପୁଟ, ଖଲ୍ଲିକୋଟ, ପାରାଦୀପ ଏଇ ତିନିଟି ସ୍ଥାନରେ କଂଗ୍ରେସ କଳି ପଦାରେ ପଡିଛି। ପର୍ଯ୍ୟବେକ୍ଷକ ସଭାପତି କଣ ବାଛିବେ, ବସିକି ଗୋଷ୍ଠୀ କନ୍ଦଳ ଦେଖୁଛନ୍ତି। କୋରାପୁଟ ଜ଼ିଲ୍ଲାରେ ସୃଜନ ସଂଗଠନ ଅଭିଯାନ କାର୍ଯ୍ୟକ୍ରମ…

Read More

ଦିଲ୍ଲୀ ଲାଲକିଲ୍ଲାରୁ ଚୋରି ହୋଇଥିବା ସୁନା କଳସ ଉଦ୍ଧାର, ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ପରିସରରେ ଜୈନ ସମୁଦାୟର ଧାର୍ମିକ ଅନୁଷ୍ଠାନ ସମୟରେ ଚୋରି ହୋଇଥିବା ମୂଲ୍ୟବାନ ସୁନା କଳସକୁ ଦିଲ୍ଲୀ ପୁଲିସର କ୍ରାଇମ ବ୍ରାଞ୍ଚ ଉଦ୍ଧାର କରିଛି। ଏହି ଘଟଣାରେ ଜଡ଼ିତ ଜଣେ ଅଭିଯୁକ୍ତକୁ ମଧ୍ୟ ଗିରଫ କରାଯାଇଛି। ପୁଲିସ ସୂଚନା ଅନୁଯାୟୀ, ଏହି କଳସର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହେବ। ଘଟଣା ଅନୁଯାୟୀ, କିଛି ଦିନ ପୂର୍ବେ ଲାଲକିଲ୍ଲା ପରିସରରେ ଥିବା ୧୫ ଅଗଷ୍ଟ ପାର୍କରେ ଜୈନ ସମୁଦାୟର ଏକ ଧାର୍ମିକ…

Read More

ଲାଲକିଲ୍ଲାରେ ବଡ଼ ଚୋରୀ ଘଟଣା: ଜୈନ ସମାରୋହରୁ ୧ କୋଟି ଟଙ୍କାର ସୁନା କଳସ ଲୁଟ୍‌,ଅଭିଯୁକ୍ତ ଗିରଫ

ଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ପରିସରରେ ଏକ ଚାଞ୍ଚଲ୍ୟକର ଚୋରୀ ଘଟଣା ସାମ୍ନାକୁ ଆସିଛି। ଜୈନ ସମ୍ପ୍ରଦାୟର ଏକ ଧାର୍ମିକ ସମାରୋହ ସମୟରେ ପ୍ରାୟ ୧ କୋଟି ଟଙ୍କା ମୂଲ୍ୟର ହୀରା, ମାଣିକ୍ୟ ଓ ରତ୍ନପଥର ଖଚିତ ସୁନା କଳସ ଚୋରି ହୋଇଥିବା ଘଟଣା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି। ମିଳିଥିବା ସୂଚନା ଅନୁସାରେ, ଲାଲକିଲ୍ଲା ନିକଟସ୍ଥ ୧୫ ଅଗଷ୍ଟ ପାର୍କରେ ଜୈନ ସମାଜର ଏକ ପୂଜା ଉତ୍ସବ ଚାଲିଥିବା ବେଳେ ଏହି…

Read More