ରାଜ୍ୟରେ ବଡ଼ ଘୋଷଣା: ୧୬ଟି ନୂଆ ଏନଏସି ଓ ୭ଟି ମ୍ୟୁନିସିପାଲିଟି ଗଠନ,ସହରୀ ବିକାଶକୁ ନେଇ ବଡ଼ ପଦକ୍ଷେପ

ଭୁବନେଶ୍ୱର: ସ୍ବାୟତ ଶାସନ ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ସ୍ଥାନୀୟ ପ୍ରଶାସନକୁ ଆହୁରି ସୁଦୃଢ଼ କରିବା ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ରାଜ୍ୟରେ ୧୬ଟି ନୂଆ ନୋଟିଫାଏଡ୍ ଏରିଆ କାଉନସିଲ୍ (ଏନଏସି) ଏବଂ ୭ଟି ନୂଆ ମ୍ୟୁନିସିପାଲିଟି ଗଠନ କରାଯାଇଛି। ଏହି ପଦକ୍ଷେପ ରାଜ୍ୟର ସ୍ଥାନୀୟ ସ୍ବାୟତ ଶାସନ ବ୍ୟବସ୍ଥାକୁ ମଜବୁତ କରିବା ସହ ସ୍ଥାନୀୟ ଅଞ୍ଚଳର ବିକାଶକୁ ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଉଛି। ନୂଆ ମ୍ୟୁନିସିପାଲିଟି ମଧ୍ୟରେ କରଞ୍ଜିଆ,…

Read More

କ୍ୱାଡ୍‌ ସମ୍ମିଳନୀ ପାଇଁ ଭାରତ ଆସିବେନି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ଏହି ବର୍ଷର ଶେଷ ଆଡ଼କୁ ଭାରତରେ କ୍ୱାଡ୍ ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି କିନ୍ତୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ସମ୍ମିଳନୀରେ ଯୋଗଦେବେନାହିଁ ବୋଲି ଅନ୍ତର୍ଜାତୀୟ ମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁସାରେ, ଟ୍ରମ୍ପଙ୍କର ଭାରତ ଗସ୍ତ କରିବାର କୌଣସି ଯୋଜନା ନାହିଁ। ଗତ କିଛି ମାସରେ ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ସମ୍ପର୍କ କିପରି ତିକ୍ତ ହୋଇଛି, ତାହା ମଧ୍ୟ ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି।…

Read More

୭ ବର୍ଷ ପରେ ଚୀନରେ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଭେଟିଲେ ମୋଦୀ

ତିଆଞ୍ଜିନ୍: ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଚୀନର ତିଆଞ୍ଜିନ୍‌ରେ ଭେଟଘାଟ କରିଛନ୍ତି। ଏହି ବୈଠକ ସଂଘାଇ କୋଅପରେସନ୍ ଅର୍ଗାନାଇଜେସନ୍ (ଏସ୍‌ସିଓ) ଶିଖର ସମ୍ମିଳନୀର ସାଇଡ୍‌ଲାଇନ୍‌ରେ ହୋଇଥିଲା। ଏହା ମୋଦୀଙ୍କର ଚୀନ ଗସ୍ତର ୭ ବର୍ଷ ପରେ ପ୍ରଥମ ବୈଠକ। ଉଭୟ ନେତା ହାତ ମିଳାଇ ପରସ୍ପରକୁ ଅଭିନନ୍ଦନ ଜଣାଇଥିଲେ। ବୈଠକରେ ଉଭୟ ଦେଶ ମଧ୍ୟରେ ସୀମା ପରିଚାଳନା ନେଇ ଚୁକ୍ତି ହୋଇଛି। ଏହା ସହ କୈଳାଶ ମାନସରୋବର ଯାତ୍ରା ପୁନରାରମ୍ଭ…

Read More

ସ୍ବାୟତ୍ତ ଶାସନ ଦିବସରେ ରାଜ୍ୟବାସୀଙ୍କ ପାଇଁ ବଡ଼ ଭେଟି, ‘ଆମ ବସ୍‌’ରେ ହ୍ବାଟସ୍‌ଆପ୍ ଟିକେଟ୍ ବୁକିଂ ସେବାର ଶୁଭାରମ୍ଭ

ଭୁବନେଶ୍ବର: ସ୍ବାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସହରବାସୀଙ୍କୁ ବିଭିନ୍ନ ପ୍ରକଳ୍ପର ଭେଟି ଦେଇଛନ୍ତି। ରାଜ୍ୟସ୍ତରୀୟ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ଓ ଶୁଭାରମ୍ଭ କରିଛନ୍ତି। ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ଯାତାୟାତ କରୁଥିବା ‘ଆମ ବସ୍‌’ରେ ଏଣିକି ଏବେ ହ୍ବାଟସ୍‌ଆପ୍ ମାଧ୍ୟମରେ ଟିକେଟ୍ ବୁକିଂ କରିହେବ। ଲୋକମାନେ ହ୍ବାଟସ୍‌ଆପ୍‌କୁ ଅଧିକ ବ୍ୟବହାର କରୁଥିବାରୁ, କ୍ରୁଟ୍ ପକ୍ଷରୁ ‘ଆମ ବସ୍‌’ ପାଇଁ ଏହି ହ୍ବାଟସ୍‌ଆପ୍ ଆଧାରିତ ଟିକେଟ୍ ବୁକିଂ ବ୍ୟବସ୍ଥା ଆରମ୍ଭ…

Read More

ମନ୍ କୀ ବାତ୍‌ରେ ଓଡିଆ କାନୋଇଂ ଖେଳାଳି ରଶ୍ମିତା ସାହୁଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ର ୧୨୫ ତମ ଏପିସୋଡ୍ ରେ ଓଡ଼ିଆ ଝିଅ ରଶ୍ମିତା ସାହୁଙ୍କୁ ସମ୍ମାନିତ କରାଯାଇଛି। ଜାତୀୟ କାନୋଇଂ ଖେଳାଳି ରଶ୍ମିତାଙ୍କ ସହ କଥାବାର୍ତ୍ତା କରି ପ୍ରଧାନମନ୍ତ୍ରୀ ତାଙ୍କର ସଫଳତା ଓ ସଂଘର୍ଷକୁ ପ୍ରଶଂସା କରିଛନ୍ତି। ପ୍ରତିକୂଳ ପରିସ୍ଥିତିର ସାମ୍ନା କରି ଖେଳ କ୍ଷେତ୍ରରେ ଦେଶର ନାମ ଉଜ୍ଜ୍ୱଳ କରିଥିବାରୁ ପ୍ରଧାନମନ୍ତ୍ରୀ ରଶ୍ମିତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଭବିଷ୍ୟତ ପାଇଁ ମଙ୍ଗଳ କାମନା କରିଛନ୍ତି। ରଶ୍ମିତା କଟକ…

Read More

ଟ୍ରେଡିଂ ଆପ୍‌ରେ ଟଙ୍କା ଲଗାଇ ଠକାମିର ଶିକାର ବ୍ୟବସାୟୀ, ହରାଇଲେ ୫୨ ଲକ୍ଷ ଟଙ୍କା

ଅନୁଗୁଳ: ଅଧିକ ଲାଭ ଆଶାରେ ଟ୍ରେଡିଂ ଆପ୍‌ରେ ଟଙ୍କା ଲଗାଇ ଫସିଛନ୍ତି ଅନୁଗୁଳର ଜଣେ ବ୍ୟବସାୟୀ। ସାଇବର ଠକମାନେ ତାଙ୍କ ପାଖରୁ ୫୨ ଲକ୍ଷ ଟଙ୍କା ଠକି ନେଇଛନ୍ତି। ଠକାମିର ଶିକାର ହୋଇଥିବା ବ୍ୟବସାୟୀ ଏ ନେଇ ଅନୁଗୁଳ ସାଇବର ଥାନାରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଛାନ୍‌ଭିନ ଆରମ୍ଭ କରିଛି। ଅଭିଯୋଗ ଅନୁସାରେ, ଅନୁଗୁଳ ସହରର ଗାନ୍ଧୀମାର୍ଗ ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତି ଗତ ମାସରେ ସାମାଜିକ ଗଣମାଧ୍ୟମରେ…

Read More

ମହାନଦୀ ସମସ୍ୟା ନିରାକରଣ ପାଇଁ ସମସ୍ତ ଦଳକୁ ଏକାଠି ହେବାକୁ ଆହ୍ୱାନ

ଭୁବନେଶ୍ୱର: ମହାନଦୀ ଜଳ ବିବାଦର ସମାଧାନ ପାଇଁ ଆପୋଷ ଆଲୋଚନାରେ ଗୁରୁତ୍ୱ ଦେଇ ବିଜେପି ରାଜ୍ୟ ସଭାପତି ସମସ୍ତ ରାଜନୈତିକ ଦଳଙ୍କୁ ଏକାଠି ବସି ଏକ ସ୍ୱରରେ ସମାଧାନ ଖୋଜିବାକୁ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି ଯେ, ମହାନଦୀ ଜଳ ବିବାଦ ଖୁବ୍‌ ଶୀଘ୍ର ସମାଧାନ ହେବ, ଏବଂ ଏଥିପାଇଁ କେନ୍ଦ୍ର ଗୃହମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବିଜେପି ରାଜ୍ୟ ସଭାପତି କହିଛନ୍ତି, “ପ୍ରଥମେ ସଚିବ ସ୍ତରୀୟ ଏବଂ ପରେ ମୁଖ୍ୟମନ୍ତ୍ରୀ ସ୍ତରୀୟ ବୈଠକ ମାଧ୍ୟମରେ ଏହି ସମସ୍ୟାର…

Read More

ଧର୍ମେନ୍ଦ୍ରଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ: ଶିକ୍ଷା ସଂସ୍କାର ନା ମନ ମତାନ୍ତର ଦୂର କରିବାକୁ ପ୍ରୟାସ?

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚାରଣ ମାଝୀଙ୍କ ସରକାରୀ ବାସଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି, ଯେଉଁଥିରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ଏହି ବୈଠକରେ ରାଜ୍ୟର ଉଚ୍ଚଶିକ୍ଷା ଓ ଗଣଶିକ୍ଷା ବିଭାଗର ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ସାମିଲ ଥିଲେ। ଦେଢ଼ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା, ନୂତନ ଶିକ୍ଷାନୀତି, ଶିକ୍ଷାରେ ସଂସ୍କାର ଏବଂ ଶିକ୍ଷା ଭିତ୍ତିଭୂମିର ଉନ୍ନତି ପାଇଁ ଆଗାମୀ ପଦକ୍ଷେପ ଉପରେ…

Read More

ଭୋଟ ଚୋରି ପ୍ରସଙ୍ଗରେ ନଭେମ୍ବର-ଡିସେମ୍ବରରେ ଓଡ଼ିଶା ଗସ୍ତରେ ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର: ଆସନ୍ତା ନଭେମ୍ବର ଓ ଡିସେମ୍ବର ମାସରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ଅବସରରେ ରାଜ୍ୟରେ ବଡ଼ ଧରଣର କାର୍ଯ୍ୟକ୍ରମ ଆୟୋଜନ ହେବ। ଭୋଟ ଚୋରି, ଗରିବୀ ଏବଂ ନାରୀ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ରାହୁଲ ଗାନ୍ଧୀ ରୋଡ଼ ଶୋ କରିବେ ଏବଂ ବିଶାଳ ସଭାରେ ଯୋଗ ଦେବେ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ଅଂଶଗ୍ରହଣ କରିବେ। ଏହି ସୂଚନା ଦେଇ ପିସିସି ସଭାପତି…

Read More

୪୪,୯୦୯ ସରକାରୀ ପୋଷ୍ଟ ଖାଲି: ଶୀଘ୍ର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ଵର: ଓଡ଼ିଶା ସରକାରଙ୍କ ଦ୍ୱାରା ଗ୍ରୁପ-ସି ଶ୍ରେଣୀରେ କାର୍ଯ୍ୟକର୍ତ୍ତା ନିଯୁକ୍ତି ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର ପ୍ରକାଶ ପାଇଛି। ସଞ୍ଜୟ ଦାସଙ୍କ ଦ୍ୱାରା ପ୍ରକାଶିତ ଏହି ସୂଚନା ଅନୁସାରେ, ଓଡ଼ିଶାର ବିଭିନ୍ନ ବିଭାଗରେ ମୋଟ ୨୪୬,୧୫୭ ପଦବୀ ପାଇଁ ନିଯୁକ୍ତିର ସୁଯୋଗ ଉଦଘାଟିତ ହୋଇଛି। ଏହା ମଧ୍ୟରେ ୪୪,୯୦୯ ପଦବୀ ପାଇଁ ସଂସ୍ଥାଗତ ସ୍ତରରେ ନିଯୁକ୍ତି କରାଯାଇଛି, ଯେତେବେଳେ ୧୦,୭୭୨ ପଦବୀ ପାଇଁ କମିଟିର ଅନୁମୋଦନ ମିଳିଛି। ସର୍ବାଧିକ ସଂଖ୍ୟାରେ ହୋମ ବିଭାଗରେ ୫୨,୫୫୮ ପଦବୀ ରହିଛି, ଯେଉଁଥିରୁ…

Read More