ଭାରତରେ ଲଞ୍ଚ ହେଲା ମହିନ୍ଦ୍ରାର ଇଲେକ୍ଟ୍ରିକ୍ କାର୍

ଭାରତୀୟ ବଜାରରେ ମହିନ୍ଦ୍ରା ଏହାର ୨ଟି ନୂଆ ଇଲେକ୍ଟ୍ରିକ୍ SUV BE 6e ଏବଂ XEV 9e କୁ ଲଞ୍ଚ କରିଛି । BE6 ଏବଂ X EV 9e ମହିନ୍ଦ୍ରାର ନୂଆ ଇନଗ୍ଲୋବ ପ୍ଲାଟଫର୍ମରେ ନିର୍ମିତ ପ୍ରଥମ ପ୍ରଡକ୍ସନ ଇଲେକ୍ଟ୍ରିକ୍ ଏସୟୁଭି ହେବ । କମ୍ପାନୀ ଅନୁଯାୟୀ, ଗ୍ରାହକମାନେ ମାର୍ଚ୍ଚ ୨୦୨୫ ରୁ ଏହି ଗାଡିର ଡେଲିଭରି ଗ୍ରହଣ କରିବା ଆରମ୍ଭ କରିବେ ।

Read More

୨୦ରେ ରାଜ୍ୟସଭା ଉପନିର୍ବାଚ

ଆସନ୍ତା ମାସ ୨୦ ତାରିଖରେ ହେବ ରାଜ୍ୟସଭା ପାଇଁ ଉପନିର୍ବାଚନ । ଏଥିରେ ୪ ରାଜ୍ୟର ୬ ସିଟ ପାଇଁ ହେବ ଭୋଟିଂ । ଏହି ତାଲିକାରେ ରହିଛି ଓଡିଶାର ରାଜ୍ୟସଭା ଉପନିର୍ବାଚନ । ବିଜେଡିର ପୂର୍ବତନ ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ଇସ୍ତଫା ପରେ ଏହି ସିଟ ଖାଲି ରହିଥିଲା । ଆଜି ଭାରତୀୟ ନିର୍ବାଚନ କମିଶନଙ୍କ ତରଫରୁ ଜାରି ହୋଇଛି ରାଜ୍ୟସଭାର ୬ ସିଟ ପାଇଁ ହେବାକୁ ଥିବା ଉପନିର୍ବାଚନ ନେଇ ବିଜ୍ଞପ୍ତି ।…

Read More

‘ଭୁଲ୍‌ ଭୁଲୈୟା ୩’ ବକ୍ସ ଅଫିସ

ଅଭିନେତା କାର୍ତ୍ତିକ ଆର୍ୟନଙ୍କ ଚଳଚ୍ଚିତ୍ର ‘ଭୁଲ୍‌ ଭୁଲୈୟା ୩’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଅଭିନେତା ଅଜୟ ଦେବଗନଙ୍କ ‘ସିଙ୍ଘମ୍‌ ଏଗେନ୍‌’ ଫିଲ୍ମ ସହ ‘ଭୁଲ୍‌ ଭୁଲୈୟା ୩’ର ବକ୍ସ ଅଫିସ୍‌ ଲଢ଼େଇ ହୋଇଥିଲା। ତେବେ ବକ୍ସ ଅଫିସ ବ୍ୟବସାୟରେ କାର୍ତ୍ତିକଙ୍କ ‘ଭୁଲ୍‌ ଭୁଲୈୟା ୩’ ଅଜୟଙ୍କ ‘ସିଙ୍ଘମ୍‌ ଏଗେନ୍‌’କୁ ପଛରେ ପକାଇଛି। ସୋମବାର ସୁଦ୍ଧା ସମଗ୍ର ବିଶ୍ୱରେ ‘ଭୁଲ୍‌ ଭୁଲୈୟା ୩’ ର ବ୍ୟବସାୟ ୪୦୦ କୋଟି ପାର୍‌ କରିଛି। ଏନେଇ କାର୍ତ୍ତିକ ମଙ୍ଗଳବାର ଇନ୍‌ଷ୍ଟାଗ୍ରାମରେ ଫିଲ୍ମର…

Read More

ତରଳୁଛି ହିମାଳୟ

ନୂଆଦିଲ୍ଲୀ: ହିମାଳୟର ହିମହ୍ରଦଗୁଡ଼ିକ ଦ୍ରୁତଗତିରେ ତରଳିବାରେ ଲାଗିଛି। ଏଥିଯୋଗୁ ପ୍ରାକୃତିକ ବିପର୍ଯ୍ୟୟ ଆଶଙ୍କା ବଢ଼ିଛି। ଜାତୀୟ ସବୁଜ ଟ୍ରିବ୍ୟୁନାଲ (ଏନ୍‌ଜିଟି) ମଙ୍ଗଳବାର ଏହା ଉପରେ ଚିନ୍ତା ପ୍ରକଟ କରିବା ସହ ଏନେଇ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ତାପମାତ୍ରା ବୃଦ୍ଧି ଯୋଗୁ ଗତ ୧୩ ବର୍ଷ ମଧ୍ୟରେ ହିମାଳୟର ହିମହ୍ରଦଗୁଡ଼ିକ ୧୦.୮୧% ବୃଦ୍ଧିପାଇଛି। ରିପୋର୍ଟ ଅନୁଯାୟୀ, ହିମବାହ ତରଳିବା କାରଣରୁ ବୃହତ୍‌ ହିମହ୍ରଦ ସୃଷ୍ଟି ହେଉଛି। ସେଗୁଡ଼ିକରେ ଅଧିକ ପରିମାଣର ଜଳ ଜମା ହେଉଥିବାରୁ ବନ୍ୟା…

Read More

ଟ୍ରମ୍ପ ଚାଇନାକୁ ଟାର୍ଗେଟ

ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡା ଏବଂ ଚାଇନା ମୁଣବିନ୍ଧା ବଢାଇଛନ୍ତି। ସେ ଘୋଷଣା କରିଛନ୍ତି, ସେ କାନାଡା ଏବଂ ମେକ୍ସିକୋରୁ ଆସୁଥିବା ସମସ୍ତ ଉତ୍ପାଦ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବେ। ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥରେ ଶେୟାର କରାଯାଇଥିବା ପୋଷ୍ଟରେ ଟ୍ରମ୍ପ କହିଛନ୍ତି,ଜାନୁଆରୀ ୨୦ରେ ଶପଥ ଗ୍ରହଣ କରିବା ପରେ ସେ ପ୍ରଥମେ କାନାଡା, ଚାଇନା ଏବଂ ମେକ୍ସିକୋରୁ ଆସୁଥିବା ସାମଗ୍ରୀ ଉପରେ ଶୁଳ୍କ ଲାଗୁ କରିବେ। ମେକ୍ସିକୋ ଏବଂ…

Read More

କ୍ୟାନ୍‌ସରର ପ୍ରାଥମିକ ଲକ୍ଷଣ

ରାଜ୍ୟରେ କ୍ୟାନ୍‌ସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାର କେତେକ କାରଣ ମଧ୍ୟ ରହିଛି। ଅଧିକାଂଶ ବ୍ୟକ୍ତି କ୍ୟାନ୍‌ସର ରୋଗର ଲକ୍ଷଣକୁ ପ୍ରାଥମିକ ସ୍ତରରେ ଜାଣିପାରନ୍ତି ନାହିଁ। କେବଳ ସେତିକି ନୁହେଁ, ସେଭଳି ଲକ୍ଷଣକୁ ଗୁରୁତ୍ୱର ସହ ନ ନେଇ ଅବହେଳା କରିଥାଆନ୍ତି। ଏହା ଫଳରେ କ୍ୟାନ୍‌ସର ରୋଗ ବଢ଼ିଯାଏ ଏବଂ ଅଧିକ ଦିନ ଚିକିତ୍ସା କରିବାକୁ ପଡ଼ିଥାଏ। ବେଳେବେଳେ ଏହା ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ। ତେଣୁ ଆମେ ଯଦି କ୍ୟାନ୍‌ସର ଲକ୍ଷଣକୁ ଅବହେଳା…

Read More

ଚିନ୍ତାରେ ଭାରତ

ନୂଆଦିଲ୍ଲୀ: ଭାରତୀୟ ଟେଷ୍ଟ ଦଳର ଅଧିନାୟକ ରୋହିତ ଶର୍ମା ଆଡିଲେଡରେ ଖେଳାଯିବାକୁ ଥିବା ବର୍ଡର ଗାଭାସ୍କର ଟ୍ରଫିର ଦ୍ୱିତୀୟ ମ୍ୟାଚ୍‌ ପାଇଁ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଭାରତୀୟ ଦଳର ବ୍ୟାଟିଂ କ୍ରମକୁ ନେଇ ଚିନ୍ତା ବଢିଛି। ଚୂଡାନ୍ତ ଏକାଦଶରେ ଯୁବ ଦେବଦତ୍ତ ପାଡିକଲଙ୍କ ସ୍ଥାନରେ ରୋହିତ ଭାରତୀୟ ଦଳରେ ଖେଳିବା ସ୍ପଷ୍ଟ। ତେବେ ରୋହିତ ଓପନ କରିବେ କି ନାହିଁ ଏହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ପ୍ରଥମ ଟେଷ୍ଟରେ ରୋହିତଙ୍କ ଅନୁପସ୍ଥିତିରେ ଲୋକେଶ ରାହୁଲ…

Read More

୩୦ରୁ ବଢ଼ିବ ଶୀତ

କିଛିଦିନ ହେଲା ରାଜ୍ୟରେ ଶୀତର ଲହରି ଜାରି ରହିଥିବାବେଳେ ସୁନ୍ଦରଗଡ଼ ଓ କନ୍ଧମାଳ ଆଦି ଜିଲାରେ ଗଭୀର କୁହୁଡ଼ି ଦେଖିବାକୁ ମିଳୁଛି। ସେହିପରି କଳାହାଣ୍ଡି ସମେତ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମଧରଣ କୁହୁଡ଼ିର ଆସ୍ତରଣ ରହୁଛି। ତେବେ ନଭେମ୍ବର ୩୦ରୁ ଡିସେମ୍ବର ପହିଲା ମଧ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍‌ ବଢ଼ିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Read More

୫ ଘଣ୍ଟା ପାଇଁ ଜାଗା ଦର୍ଶନ ବନ୍ଦ

ଆସନ୍ତାକାଲି(ବୁଧବାର) ଶ୍ରୀଜିଉଙ୍କ ବନକଲାଗି ନୀତି ପାଇଁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ ।ଦ୍ୱିପହର ଧୂପ ସରିବା ପରେ ଦତ୍ତ ମହାପାତ୍ର ସେବକମାନେ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ । ପରମ୍ପରା ଅନୁଯାୟୀ ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ଭିତରୁ ଜୟବିଜୟ ଦ୍ୱାର ବନ୍ଦ କରାଯିବ । ଦତ୍ତ ମହାପାତ୍ର ସେବକ ବିଭିନ୍ନ ପ୍ରାକୃତିକ ରଙ୍ଗ ସହ ଭିତରେ ପ୍ରବେଶ କରିବେ…

Read More

ବାଲିଯାତ୍ରାରେ ରିଲିଜ ହେଲା ‘ଘମାଘୋଟ’ ଫିଲ୍ମର ପୋଷ୍ଟର

କଟକ: ଅନେକ ଦିନରୁ ଚର୍ଚ୍ଚାରେ ରହିଥିବା ଫିଲ୍ମ ‘ଘମାଘୋଟ’ରେ ଭରି ରହିଛି ଧମାକାଦାର ଆକ୍ସନ ସହିତ ରୋଚକ କାହାଣୀ । କାଲି ରାତିରେ କଟକ ବିଶ୍ବ ପ୍ରସିଦ୍ଧ ବାଲିଯାତ୍ରାରେ ଏହାର ପ୍ରଥମ ପୋଷ୍ଟର କରାଯାଇଥିଲା ରିଲିଜ । ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ଲୋକପ୍ରିୟ ନିର୍ଦ୍ଦେଶକ ରାଜା ଡି ଓ ପ୍ରଯୋଜନା ଭାର ସମ୍ଭାଳିଛନ୍ତି କୌଶିକ ଦାସ୍ ଓ ରାମ ପଟ୍ଟନାୟକ । ସହ ପ୍ରଯୋଜନାରେ ରହିଛନ୍ତି କୌତ୍ସବ ଦାସ୍ । ଫିଲ୍ମରେ ଭରି ରହିଛନ୍ତି ଅନେକ ଷ୍ଟାର କାଷ୍ଟ…

Read More