ରାତିରେ ଦାଦନ ଚାଲାଣ ରୋକିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାତିରେ ଷ୍ଟେସନରୁ ଦାଦନ ଚାଲାଣ ହେଉଥିବା ବିଷୟରେ କଟକଣା ଲଗାଇବାକୁ ମୁଖ୍ୟ ଶାସନ ସଚିବ ଶ୍ରମ ବିଭାଗକୁ ସ୍ପଷ୍ଟ ନିର୍ଦ୍ଦେଶ ଜାରି କରିଛନ୍ତି। ଏହା ସମ୍ପର୍କରେ ଶ୍ରମ ବିଭାଗ ସଚିବ ଏବଂ ଶ୍ରମ କମିଶନରଙ୍କୁ ଚିଠି ଲେଖାଯାଇଛି। ପଶ୍ଚିମ ଓଡ଼ିଶାର ବଲାଙ୍ଗୀର, କଳାହାଣ୍ଡି, ବରଗଡ଼ରୁ ବେଆଇନ ଭାବରେ ଶ୍ରମିକ ଚାଲାଣ ହେଉଥିବା ଖବର ମିଳିଛି। ଠିକାଦାରମାନେ ରେଳ ମାଧ୍ୟମରେ ଅମାନବୀୟ ଅବସ୍ଥାରେ ଶ୍ରମିକମାନଙ୍କୁ ଦେଶର ବିଭିନ୍ନ ସ୍ଥାନକୁ ପଠାଇ ଶାରୀରିକ ଓ ଆର୍ଥିକ ଶୋଷଣ କରୁଛନ୍ତି।…

Read More

ତାମିଲନାଡ଼ୁରେ ଏନଡିଏକୁ ବଡ଼ ଝଟକା: ମେଣ୍ଟରୁ ଓହରିଲେ ଟିଟିଭି ଦିନାକରଣ

ତାମିଲନାଡ଼ୁ: ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ପାଇଁ ବଡ଼ ଝଟକା। ପ୍ରଥମେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପନ୍ନୀରସେଲଭମ ଏବଂ ଏବେ ଟିଟିଭି ଦିନାକରଣ ମେଣ୍ଟ ଛାଡ଼ି ଚାଲିଯାଇଛନ୍ତି। ଏହି ଦୁଇ ନେତାଙ୍କ ବିଚ୍ଛେଦ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ NDAକୁ ଶକ୍ତ ଧକ୍କା ଦେଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପରାମର୍ଶ ଅନୁଯାୟୀ ସମସ୍ତ ଛୋଟ ଦଳକୁ ମେଣ୍ଟରେ ସାମିଲ କରିବାକୁ ଚେଷ୍ଟା ଚାଲିଥିଲା। କିଛି ମାସ ତଳେ ଶାହଙ୍କ ଉଦ୍ୟମରେ AIADMK ପୁଣି NDAରେ ସାମିଲ…

Read More

କୋମାରେ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର, ଏମ୍ସରେ ଚାଲିଛି ଜୀବନ ସଂଗ୍ରାମ

ଭୁବନେଶ୍ୱର: ଓଡ଼ିଆ ସଙ୍ଗୀତ ଜଗତର ମେଲୋଡି କିଙ୍ଗ ତଥା ଖ୍ୟାତନାମା ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏବେ କୋମାରେ। ଗୁରୁତର ଅବସ୍ଥାରେ ସେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ରହିଛନ୍ତି। ଡାକ୍ତରୀ ଟିମ୍ ଅନୁଯାୟୀ, ଅଭିଜିତ ଲିଭର ସିରୋସିସ ଓ ନିମୋନିଆରେ ଆକ୍ରାନ୍ତ। ବର୍ତ୍ତମାନ ସେ ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ଗତ ସପ୍ତାହେ ଧରି କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଥିଲା। ଅବସ୍ଥା ଅଧିକ ବିଗିଡ଼ିବା ପରେ ତାଙ୍କୁ ଭୁବନେଶ୍ୱର…

Read More

ଦୂର୍ଜପୂଜା ପାଇଁ ବିଏମସିର ବଡ଼ ନିଷ୍ପତି

ଭୁବନେଶ୍ୱର : ପୂଜା ମେଲୋଡିରେ ହୋଇପାରିବନି ଅଶ୍ଳୀଳ ନୃତ୍ୟ। ପୂଜାକୁ ନେଇ ବିମଏସିର ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥିସହ ପୂଜାରେ ପାର୍କିଂକୁ ଗୁରୁତ୍ୱ ଦିଆଯିବ। ପାର୍କିଂ ନଥିଲେ ପଡିବନି ମିନା ବଜାର। ରାବଣ ପୋଡି ପାଇଁ ମିଳିବନି ଅନୁମତି। ଏଥର ସମ୍ପୂର୍ଣ୍ଣ ଭାବେ ପ୍ଲାଷ୍ଟିକ ମୁକ୍ତ ହେବ ପୂଜା। ମୁଖ୍ୟ ରାସ୍ତାରେ ତୋରଣ ଲଗେଇ ପାରିବେ ନାହିଁ ପୂଜା କମିଟି। ସବୁ ଭସାଣି ସ୍ଥାନରେ ଖୋଲିବ କଣ୍ଟ୍ରୋଲ ରୁମ। ପୂଜା ପେଣ୍ଡାଲରେ ନିଶାକୁ ନା’…

Read More

ହୀରାକୁଦ ଜଳଭଣ୍ଡାରରୁ ୨୦ଟି ଗେଟ୍ ଖୋଲା: ମହାନଦୀରେ ବନ୍ୟା ଆଶଙ୍କା, ୧୦ ଜିଲ୍ଲାକୁ ସତର୍କତା

ଭୁବନେଶ୍ୱର: ଛତିଶଗଡ଼ ଏବଂ ମହାନଦୀର ଉପର ମୁଣ୍ଡରେ ଲଗାଣ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ନିରନ୍ତର ବୃଦ୍ଧି ପାଉଛି। ଏହି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ହୀରାକୁଦ ଜଳଭଣ୍ଡାରରୁ ଆଉ ୪ଟି ଗେଟ୍ ଖୋଲାଯାଇଛି। ବର୍ତ୍ତମାନ ମୋଟ ୨୦ଟି ଗେଟ୍ ମାଧ୍ୟମରେ ବନ୍ୟାଜଳ ନିଷ୍କାସିତ ହେଉଛି। ମହାନଦୀରେ ବନ୍ୟା ଆଶଙ୍କା ଦେଖାଦେଇଥିବାରୁ ରାଜ୍ୟର ୧୦ଟି ଜିଲ୍ଲାକୁ ସତର୍କ କରାଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଉପର ମୁଣ୍ଡରେ ବର୍ଷା ଜାରି…

Read More

ଓଡ଼ିଶା ହାଇକୋର୍ଟର ଆଦେଶ: ଲାଇଭଷ୍ଟକ୍ ଇନ୍ସପେକ୍ଟର ଆଦି ପଦରେ ନିଯୁକ୍ତି ସ୍ଥଗିତ, ସିପାହିଙ୍କୁ ବଡ଼ ରିଲିଫ୍

କଟକ: ଓଡ଼ିଶା ହାଇକୋର୍ଟ ଲାଇଭଷ୍ଟକ୍ ଇନ୍ସପେକ୍ଟର, ଫରେଷ୍ଟର ଏବଂ ଫରେଷ୍ଟ ଗାର୍ଡ ପଦବୀର ନିଯୁକ୍ତି ପ୍ରକ୍ରିୟାରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟତା ଅର୍ଜନ କରିଥିବା କେତେକ ପ୍ରାର୍ଥୀଙ୍କୁ ଶାରୀରିକ ପରୀକ୍ଷା ପାଇଁ ଡକାଯାଇ ନଥିବାରୁ ଦାୟର ହୋଇଥିବା ମାମଲାର ଶୁଣାଣିରେ କୋର୍ଟ ପୂର୍ଣ୍ଣଛେଦ ପକାଇଛନ୍ତି । ଆବେଦନକାରୀମାନଙ୍କୁ ଶାରୀରିକ ପରୀକ୍ଷାରେ ଅଂଶଗ୍ରହଣ କରିବାକୁ ଅନୁମତି ଦିଆଯିବ, କିନ୍ତୁ ପୂର୍ବରୁ ଜାରି ହୋଇଥିବା କାରଣ ଦର୍ଶାଅ ନୋଟିସର ଜବାବ ସେମାନେ ଓଡ଼ିଶା ଅଧସ୍ତନ…

Read More

ମାଲକାନଗିରି ଜିଲ୍ଲାର ଦୁର୍ଗମ ବାୟାପଡା ଘାଟିରେ ଜିଲ୍ଲାପାଳଙ୍କ ପରିଦର୍ଶନ: ପାନୀୟ ଜଳ, ପିଡିଏସ ଚାଉଳ ଓ ବିଦ୍ୟୁତ ସମସ୍ୟା ସମାଧାନ ପାଇଁ ଦେଲେ ନିର୍ଦ୍ଦେଶ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଞ୍ଚଳ କୋରୁକୋଣ୍ଡା ବ୍ଲକର ବାୟାପଡା ଘାଟି ଅଞ୍ଚଳରେ ବସବାସ କରୁଥିବା ଆଦିମ ଦିଦାୟୀ ସମ୍ପ୍ରଦାୟର ଲୋକଙ୍କ ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ନିଜେ କାଦୁଅ ରାସ୍ତାରେ ବୁଲି ସ୍ଥାନୀୟ ଅଞ୍ଚଳର ଜନଜାତି ଲୋକଙ୍କ ଦୁର୍ଦ୍ଦଶାକୁ ନିକଟରୁ ଅନୁଧ୍ୟାନ କରିଛନ୍ତି। ବାୟାପଡା ଘାଟି ଆରପଟେ ଥିବା ୧୯ଟି ଗାଁରେ ପାନୀୟ ଜଳ, ପିଡିଏସ ଚାଉଳ, ବିଦ୍ୟୁତ, ସଡ଼କ ଓ ସ୍ୱାସ୍ଥ୍ୟ ସେବା ଆଦି ମୌଳିକ ସମସ୍ୟା ଦୀର୍ଘ ଦିନ ଧରି…

Read More

ଭୁବନେଶ୍ୱରରେ ମଦ୍ୟପ ଯୁବତୀ ଓ ତାଙ୍କ ବନ୍ଧୁଙ୍କ ଉତ୍ପାତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ମେ’ ଫେୟାର ହୋଟେଲ ନିକଟରେ ମଦ୍ୟପାନ କରି ଉତ୍ପାତ ମଚାଇଥିବା ତିନି ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ସ୍ଥାନୀୟ ଲୋକେ ଅଟକାଇ ପୁଲିସ ହାତରେ ସମର୍ପଣ କରିଛନ୍ତି। ମଙ୍ଗଳବାର ରାତିରେ ଘଟିଥିବା ଏହି ଘଟଣାରେ ଅଭିଯୁକ୍ତମାନେ ମାତ୍ରାଧିକ ମଦ୍ୟପାନ କରି ବେପରୁଆ ଭାବେ ଗାଡ଼ି ଚଳାଉଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ଅଟକାଇଥିଲେ। ଏହାପରେ ପାଟିତୁଣ୍ଡ ଓ ଗଣ୍ଡଗୋଳ ହେବାରୁ ନୟାପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତମାନଙ୍କୁ ଥାନାକୁ ଉଠାଇ…

Read More

ଜିଏସଟି କାଉନସିଲର ଐତିହାସିକ ନିଷ୍ପତ୍ତି: ଶସ୍ତା ହେବ ଅତ୍ୟାବଶ୍ୟକ ସାମଗ୍ରୀ, ବିଳାସପୂର୍ଣ୍ଣ ଜିନିଷ ଉପରେ ୪୦% ଜିଏସଟି

ନୂଆଦିଲ୍ଲୀ: ଜିଏସଟି କାଉନସିଲର ୫୬ତମ ବୈଠକରେ ଦେଶର ଅର୍ଥନୀତି ଓ ସାଧାରଣ ଜନତାଙ୍କୁ ଲାଭ ଦେବା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଏସଟି ସ୍ଲାବରେ ବଡ଼ ପରିବର୍ତ୍ତନ ଆଣିବାକୁ ନିଷ୍ପତ୍ତି ହୋଇଛି। ଏହା ଅନୁସାରେ, ବର୍ତ୍ତମାନର ୧୨% ଓ ୨୮% ଜିଏସଟି ସ୍ଲାବକୁ ହଟାଇ ଏହା ବଦଳରେ ଦୁଇଟି ସ୍ଲାବ—୫% ଓ ୧୮%—ଲାଗୁ କରାଯିବ। ଏହି ନୂଆ ନିୟମ ଆସନ୍ତା ସେପ୍ଟେମ୍ବର ୨୨, ୨୦୨୫ ନବରାତ୍ରୀର…

Read More

ଓଡ଼ିଶାରେ ଆଉ ଦୁଇ ଦିନ ପ୍ରବଳ ବର୍ଷା: ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ, ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ଵର: ଓଡ଼ିଶାରେ ଲଘୁଚାପଜନିତ ବର୍ଷା ଆହୁରି ଦୁଇ ଦିନ ଲାଗି ରହିବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ, ଉତ୍ତର ଓ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ କଟକ, ଖୋର୍ଦ୍ଧା, ପୁରୀ ଏବଂ ଜଗତସିଂହପୁର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହା ସହିତ, ପ୍ରବଳ ବର୍ଷା ପାଇଁ ଅନ୍ୟ ୧୬ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ସାରା ରାଜ୍ୟରେ ବର୍ଷା…

Read More