ପୁରୀର ଶିକ୍ଷକଙ୍କୁ ନୂଆ ଦାୟିତ୍ୱ – କଏଦୀଙ୍କୁ ଜେଲରେ ନୈତିକତା ଶିକ୍ଷା
ପୁରୀ: ପୁରୀ ଜିଲ୍ଲାରେ ଶିକ୍ଷା ଓ ନୈତିକତାକୁ ଏକ ସାଧାରଣ ପରିବେଶରୁ ବାହାରକୁ ଆଣି, ଜେଲ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ପ୍ରଶାସନ ନୂତନ ପଦକ୍ଷେପ ନେଇଛି। ଗଡ଼ବାଙ୍ଗର ସରକାରୀ ବିଦ୍ୟାଳୟର ଶିକ୍ଷକ ଅଗସ୍ତି ଶବରଙ୍କୁ ପୁରୀ ଜିଲ୍ଲା କାରାଗାରରେ ପ୍ରତି ସପ୍ତାହରେ ତିନି ଦିନ କାମ କରିବା ପାଇଁ ନିୟୋଜନ କରାଯାଇଛି। ସେ ସୋମବାର, ମଙ୍ଗଳବାର ଓ ବୁଧବାର ଜିଲ୍ଲା କାରାଗାରକୁ ଯାଇ କଏଦୀଙ୍କୁ ନୈତିକତା ଓ ମୂଲ୍ୟବୋଧର ପାଠ ପଢ଼ାଇବେ। ଏହି ପଦକ୍ଷେପର ମୂଳ ଉଦ୍ଦେଶ୍ୟ…
