ଦିଲ୍ଲୀରେ ପଦ୍ମ ଫୁଟିଲା, ଝାଡୁ ସଫା…

ଦିଲ୍ଲୀରେ ପଦ୍ମ ଫୁଟିଲା, ଝାଡୁ ସଫା...

ସବୁ ଚର୍ଚ୍ଚାର ଅନ୍ତ ଘଟିଲା… ଦିଲ୍ଲୀରେ ବିଜେପିର ବାଜିମାତ୍ । ପରାଜୟର ସ୍ୱାଦ ଚାଖିଲା ଆପ୍ । ତିନି ତିନି ଥର କ୍ଷମତାକୁ ଆସି ଦିଲ୍ଲୀରେ ଶାସନ କରୁଥିବା ଆପକୁ ବିରୋଧୀ ଦଳ ଭାବେ ଦାୟିତ୍ୱ ତୁଲାଇବାକୁ ପଡିବ । ଆପର ବଡ ବଡ ନେତା ପରାଜୟ ହୋଇଛନ୍ତି ଅରବିନ୍ଦ କେଜ୍ରିୱାଲ୍, ମନୀଶ ସିସୋଦିଆଙ୍କ ଭଳି ବଡ ବଡ ନେତା ପରାଜିତ ହୋଇଛନ୍ତି ।
ଆଜି ଭୋଟ୍ ଗଣତି ଆରମ୍ଭ ହେବା ପରଠାରୁ ହିଁ ଦିଲ୍ଲୀରେ ବିଜେପି ଆଗୁଆ ରହିଥିଲା । ଖାସ୍ କରି ମୁସଲିମ୍ ବହୁଳ ଅଞ୍ଚଳରୁ ଭୋଟ୍ ଗୋଟେଇବାରେ ସମର୍ଥ ହେଇଥିଲା ଭାରତୀୟ ଜନତା ପାର୍ଟି । ହେଲେ ଟ୍ରେଣ୍ଡରେ କିନ୍ତୁ ପଛରେ ପଡିଯାଇଥିଲେ ଅରବିନ୍ଦ କେଜ୍ରିଓ୍ୱାଲ । ପ୍ରଥମରୁ ହିଁ ସେ ପରଭେଶ ବର୍ମାଙ୍କଠାରୁ ପଛରେ ରହିଥିଲେ । ହେଲେ ଏହାପରେ କିଛି ରାଉଣ୍ଡରେ ସେ ଆଗକୁ ଆସିଥିଲେ ବି, ଏହାପରେ ପଛରେ ପଡିଯାଇଥିଲେ ।
ଦିଲ୍ଳୀ ସିଟ୍‌ ରୁ ପରାଜୟ ବରଣ କରିଛନ୍ତି ଅରବିନ୍ଦ କେଜ୍ରିୱାଲ । ହେଲେ ଏଠି ପ୍ରଶ୍ନ ଉଠୁଛି ଯେ କାହିଁକି ଆପ ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପରି ଦିଲ୍ଲୀବାସୀଙ୍କ ସହାନୁଭୂତି କାହିଁକି ମିଳିଲାନି ? କାରଣ ଉଭୟଙ୍କ ପରିସ୍ଥିତି ସମାନ ଥିଲା । ଦୁଇ ଜଣ ହିଁ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଜେଲ ଯାଇଥିଲେ ଏବଂ ତା’ପରେ ଜେଲରୁ ବାହାରି ଆସିଥିଲେ । ହେଲେ କେଜ୍ରିୱାଲଙ୍କ ପ୍ରତି ଦିଲ୍ଲୀ ବାସୀଙ୍କ ସହାନୂଭୁତି ପ୍ରତିଫଳିତ ହେଲାନାହିଁ । ତେବେ ତାଙ୍କ ପରାଜୟର କାରଣ କ’ଣ ?
ବ୍ୟାକ୍ ଫୁଟକୁ ନେଲା ବିଳାସପୂର୍ଣ୍ଣ ଜୀବନ
ରାଜନୀତିରେ ଆସିବା ପୂର୍ବରୁ ଅରବିନ୍ଦ କେଜରିୱାଲ କହିଥିଲେ ଯେ ଭିଭିଆଇପି ଧାରାକୁ ସମାପ୍ତ କରିବେ । ସେ ଗାଡ଼ି, ବଙ୍ଗଳା ଏବଂ ସୁରକ୍ଷା ନେବାକୁ ମଧ୍ୟ ମନା କରିଥିଲେ କିନ୍ତୁ ସତ୍ତାକୁ ଆସିବା ପରେ କେବଳ ବିଳାସପୂର୍ଣ୍ଣ ଗାଡି କରିନଥିଲେ ବରଂ କେନ୍ଦ୍ରଠାରୁ ତ ପ୍ଲସ୍ ସୁରକ୍ଷା ପାଇବା ସତ୍ତ୍ୱେ ସେ ପଞ୍ଜାବ ସରକାରଙ୍କଠାରୁ ମଧ୍ୟ ସର୍ବୋଚ୍ଚ ସୁରକ୍ଷା ନେଇଥିଲେ । ମୁଖ୍ୟମନ୍ତ୍ରୀ ହେବା ପରେ ସେ ନିଜ ପାଇଁ ତିଆରି କରିଥିବା ଅତିରିକ୍ତ ବିଳାସପୂର୍ଣ୍ଣ ଘର ତାଙ୍କ ଭାବମୂର୍ତ୍ତିକୁ ବହୁତ କ୍ଷତି ପହଞ୍ଚାଇଥିଲା । ଗଣମାଧ୍ୟମ ତାଙ୍କ ବାସଭବନକୁ ଶୀଶମହଲର ଆଖ୍ୟା ଦେଇଥିଲେ । ସିଏଜି ରିପୋର୍ଟରେ ମଧ୍ୟ ଏହି ଆବାସ ଉପରେ ଖର୍ଚ୍ଚ ହୋଇଥିବା ଟଙ୍କା ଉପରେ ପ୍ରଶ୍ନ ଉଠିଲା ।

ଦିଲ୍ଲୀ ଫଳାଫଳର ରୋଚକ କଥା
ଶୀଲା ଦୀକ୍ଷିତଙ୍କ ଭଳି ଦଶା ଭୋଗିଲେ କେଜ୍ରିୱାଲ । ୩ ଥର ଜିତିବା ପରେ ହେଲେ ପରାଜିତ । ୩ ଥରର ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କୁ ମାତ୍ ଦେଇଥିଲେ କେଜ୍ରିୱାଲ । ୩ ଥରର ମୁଖ୍ୟମନ୍ତ୍ରୀ ହେବା ପରେ ବିଜେପିର ପ୍ରବେଶ ବର୍ମାଙ୍କ ଠାରୁ ମାତ୍ ଖାଇଛନ୍ତି କେଜ୍ରିୱାଲ । ଉଭୟ ନୂଆଦିଲ୍ଲୀ ଆସନରୁ ପରାଜିତ ହୋଇଛନ୍ତି । ଉଭୟ କଂଗ୍ରେସ ଓ ଆପ୍ ସରକାର ଦୁର୍ନୀତି ମାମଲାରେ ଛନ୍ଦି ହୋଇ କ୍ଷମତାରୁ ବିଦା । ଦୁର୍ନୀତି ଟଙ୍କାରେ ଶୀଲା ସରକାର ଅୟସ କରୁଥିବା ନେଇ ବଢିଥିଲା ଚର୍ଚ୍ଚା । ମଦ ଦୁର୍ନୀତିରେ ଆପ ସରକାର ଶହ ଶହ କୋଟି ଟଙ୍କା କିକବ୍ୟାକ୍ କରିଥିବା ଅଭିଯୋଗ ।

Leave a Reply

Your email address will not be published. Required fields are marked *