ନୂଆଁଖାଇରେ ଚାଷୀଙ୍କୁ ଭେଟି ଦେବେ ସରକାର
ଭୁବନେଶ୍ୱର: ଓଡ଼ିଶାର ସାଂସ୍କୃତିକ ପର୍ବ ନୂଆଁଖାଇ ଅବସରରେ ଚାଷୀମାନଙ୍କ ପାଇଁ ରାଜ୍ୟ ସରକାର ପକ୍ଷରୁ ବଡ଼ ଉପହାର ଘୋଷଣା। କୃଷକଙ୍କ ଆର୍ଥିକ ସୁବିଧା ଓ ସେମାନଙ୍କର ଶ୍ରମକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ, ଆସନ୍ତା କାଲି ସିଏମ କିଷାନ ଯୋଜନା ଅନୁସାରେ ପ୍ରତ୍ୟେକ ଯୋଗ୍ୟ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ୨,୦୦୦ ଟଙ୍କା ପଠାଇବେ ସରକାର।
ଏହି ସହାୟତାରୁ ରାଜ୍ୟର ପ୍ରାୟ ୫୧ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେବେ। କୃଷିକମାନଙ୍କୁ ଆର୍ଥିକ ସହାୟତା ଦେଇ ସେମାନଙ୍କୁ କୃଷି କାମରେ ପ୍ରୋତ୍ସାହନ ଦେବାକୁ ସରକାରଙ୍କର ଉଦ୍ୟମ।
