ଓଡ଼ିଶାରେ ମାଳମାଳ ବୁଲାକୁକୁର: ଦେଶରେ ସର୍ବାଧିକ
ଭୁବନେଶ୍ୱର: ଓଡ଼ିଶାରେ ଅଛନ୍ତି ମାଳମାଳ ବୁଲା କୁକୁର | ଏକଥା ଆମେ କହୁନାହୁଁ ବରଂ ସରକାରୀ ତଥ୍ୟ କହୁଛି | ଇଣ୍ଡିଆ ଇନ୍ପିକ୍ସେଲ୍ସ ଏକ ରିପୋର୍ଟ ଅନୁଯାୟୀ, ଦେଶରେ ବୁଲା କୁକୁର ସଂଖ୍ୟାରେ ଓଡିଶା ଆଗରେ ରହିଛି | ଓଡ଼ିଶାରେ ପ୍ରତି ୧୦୦୦ ଲୋକରେ ୪୦ ବୁଲା କୁକୁର ରହିଛନ୍ତି, ଯାହା ଭାରତରେ ସବୁଠାରୁ ଅଧିକ । ଯାହା ରାଜ୍ୟ ପ୍ରଶାସନ ଓ ସାଧାରଣ ଜନତା ପାଇଁ ଗୁରୁତ୍ୱପୂର୍ଣ୍ଣ ଚିନ୍ତାର ବିଷୟ ହୋଇଛି। ଏହି ତଥ୍ୟ ୨୦୧୯ ମସିହାରେ ସଂଗ୍ରହ କରାଯାଇଥିବା ବେଳେ, ବର୍ତ୍ତମାନ ଏହା ଆହୁରି ବୃଦ୍ଧି ପାଇଥିବା ସନ୍ଦେହ କରାଯାଉଛି।
ସେହିପରି, ୧୦୦୦ ଜଣ ଲୋକ ପିଛା ଜାମ୍ମୁ ଓ କାଶ୍ମୀରରେ (୨୩), କର୍ଣ୍ଣାଟକରେ (୧୭.୩), ରାଜସ୍ଥାନ (୧୬.୫), ହରିୟାଣା (୧୬.୨) ଓ ସିକ୍କିମ (୧୬.୧)ରେ ବୁଲା କୁକୁର ଅଛନ୍ତି | ଓଡ଼ିଶାର ଏହି ସଂଖ୍ୟା ଗ୍ରାମାଞ୍ଚଳ ଓ ସହରଗୁଡ଼ିକରେ ସ୍ୱାସ୍ଥ୍ୟ ଜଟିଳତା, ସଂକ୍ରମଣ ଓ କୁକୁର ପାଇଁ ଦୁର୍ଘଟଣା ବଢ଼ାଇଛି। ରାଜ୍ୟର ରାଜଧାନୀ ଭୁବନେଶ୍ୱର, କଟକ, ସମ୍ବଲପୁର, ରାଉରକେଲା ଓ ବରଗଡ଼ ପରି ସହରଗୁଡ଼ିକରେ ଏହି ସମସ୍ୟା ବିଶେଷ ଭାବେ ଗୁରୁତ୍ୱପୂର୍ଣ୍ଣ ରୂପ ନେଇଛି।
ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ମଧ୍ୟ କୁକୁରଙ୍କ ଦ୍ୱାରା ହୋଇଥିବା ଜଳାନ୍ତକ ଜନିତ ସଂକ୍ରମଣକୁ ନେଇ ଜନତାଙ୍କୁ ସତର୍କ କରିବା ନେଇ ଚିନ୍ତା ପ୍ରକାଶ କରିଛନ୍ତି। ଟୀକାକରଣ କାର୍ଯ୍ୟକ୍ରମକୁ ତୀବ୍ର କରିବା ସହ ଗ୍ରାମପଞ୍ଚାୟତ ଓ ନଗରନିଗମମାନଙ୍କୁ ଏଥି ନେଇ ସଚେତନ କରିବା ଉଚିତ | ରାଜ୍ୟ ସରକାର କୁକୁରଙ୍କ ସଂଖ୍ୟା ନିୟନ୍ତ୍ରଣ ପାଇଁ ପ୍ରତ୍ୟେକ କୁକୁରଙ୍କୁ ମାଇକ୍ରୋଚିପ୍ ଦ୍ୱାରା ଗୋଟିଏବେଳେ ଚିହ୍ନଟ କରିବା ଓ ତାଙ୍କର ଟୀକାକରଣ, ବନ୍ଧ୍ୟାକରଣ ସମ୍ପର୍କିତ ସୂଚନା ସଂରକ୍ଷଣ କରିବାକୁ ଯୋଜନା କରୁଛନ୍ତି। ଏହା ସହିତ, ଗ୍ରାମବାସୀମାନଙ୍କୁ କୁକୁର ପାଳନ ଓ ତାଙ୍କ ଯତ୍ନ ନେବା ପାଇଁ ପ୍ରୋତ୍ସାହନ ଦିଆଯିବ।
ଓଡ଼ିଶା ସରକାର ଏହି ସମସ୍ୟାର ସମାଧାନ ପାଇଁ ଦ୍ରୁତ ଓ ଦୀର୍ଘମୁହୂର୍ତ୍ତ ଯୋଜନା ଗ୍ରହଣ କରିବା ଜରୁରୀ, ଯାହା ମଣିଷ ଓ ପଶୁଙ୍କ ସୁରକ୍ଷା ନିଶ୍ଚିତ କରିପାରିବ।
