ଓଡ଼ିଶା ବିଜେପିରେ ହେବ ମଙ୍ଗୁଆଳ ପରିବର୍ତ୍ତନ ! କିଏ ହେବେ ନୂଆ ସଭାପତି ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର: ଓଡ଼ିଶା ବିଜେପି ଏକ ନୂଆ ଅଧ୍ୟକ୍ଷକୁ ଜାନୁଆରୀ ୨୦୨୫ରେ ପାଇବ। ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର  ଷଡ଼ଙ୍ଗୀ ଏହି ସୂଚନା ଦେଇଛନ୍ତି । ଆଉ ଏହି ଦଳୀୟ ନିର୍ବାଚନ ପାଇଁ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ ହୋଇଛନ୍ତି।

“ଓଡ଼ିଶାରେ ବିଜେପି ସଂଗଠନକୁ ଜାନୁଆରୀ ୨୦୨୫ର ଶେଷରେ ପୁର୍ନଗଠନ କରାଯିବ। ରାଜ୍ୟରେ ଦଳ ଏକ ନୂଆ ଅଧ୍ୟକ୍ଷକୁ ପାଇବ,” ବୋଲି ବାଲେଶ୍ୱର ସାଂସଦ କହିଛନ୍ତି।

ବିଜେପିର ବ୍ଲକ୍ (ମଣ୍ଡଳ) ଏକକ ପାଇଁ ନୂଆ ଅଧ୍ୟକ୍ଷମାନଙ୍କ ନିଯୁକ୍ତି ପ୍ରକ୍ରିୟା ଏବେ ରାଜ୍ୟରେ ଚାଲିଛି। ପରେ, ଜିଲ୍ଲା ମୁଖିଆ ନିଯୁକ୍ତି ହେବେ ବୋଲି ସେ କହିଛନ୍ତି।

“ଦଳ ଜିଲ୍ଲା ମୁଖିଆଙ୍କୁ ଚୟନ କରିବା ପରେ ଶୀଘ୍ର ଓଡ଼ିଶା ବିଜେପି ପାଇଁ ଏକ ନୂଆ ଅଧ୍ୟକ୍ଷକୁ ନିଯୁକ୍ତ କରିବ। ସମଗ୍ର ପ୍ରକ୍ରିୟା ଆଗାମୀ ବର୍ଷ ଜାନୁଆରୀ ଶେଷରେ ସମାପ୍ତ ହେବ,” ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ କହିଛନ୍ତି। ନୂଆ ବିଜେପି ଅଧ୍ୟକ୍ଷ ତାଙ୍କର କାର୍ଯ୍ୟକାରୀ ଟିମକୁ ଗଠନ କରିବେ। ନୂଆ ଟିମରେ ଅନେକ ନୂଆ ମୁହଁ ଥିବାର ସମ୍ଭାବନା ଅଛି ।

“ନୂଆ ଅଧ୍ୟକ୍ଷ, ଦଳକୁ ରାଜ୍ୟରେ ଆହୁରି ମଜବୁତ କରିବ ଓ ରାଜ୍ୟର ଆଗାମୀ ତ୍ରୀ -ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବ ବୋଲି ବିଜେପି ନେତା କହିଛନ୍ତି।

ଉଲ୍ଲେଖଯୋଗ୍ୟ, ପୂର୍ବତନ ମନ୍ତ୍ରୀ ତଥା ଏବେର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମାର୍ଚ୍ଚ ୨୦୨୩ରେ ଓଡ଼ିଶା ବିଜେପି ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ। ଦଳ ତାଙ୍କ ନେତୃତ୍ୱରେ ଚଳିତ ବର୍ଷର ବିଧାନସଭା ନିର୍ବାଚନରେ ବିଜୁ ଜନତା ଦଳ (ବିଜେଡି) କୁ ହରାଇ ଓଡ଼ିଶାରେ ବିଜେପି ଏକାକୀ ପ୍ରଥମ ସରକାର ଗଠନ କରିବାରେ ସକ୍ଷମ ହୋଇଛି। ହେଲେ, ମନମୋହନ ସାମଲ ନିଜେ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଆସନରୁ ବିଧାନସଭା ନିର୍ବାଚନ ହାରିଥିଲେ। ଏହାପୂର୍ବରୁ ସାମଲ ୧୯୯୯ ରୁ ୨୦୦୪ ପର୍ଯ୍ୟନ୍ତ ଓଡ଼ିଶାରେ ବିଜେପିର ଅଧ୍ୟକ୍ଷ ଥିଲେ ।

ଏବେ ମନମୋହନ ସାମଲ ରାଜ୍ୟସଭାକୁ ଯାଇ ନଥିବାରୁ ଦଳ ତାଙ୍କୁ ଉପହାର ସୂରୂପ ପୁଣିଥରେ ରାଜ୍ୟ ବିଜେପିର ସଭାପତି କରିପାରେ । ଅନ୍ୟପଟେ ରାଜ୍ୟରେ ଅନେକ ବରିଷ୍ଠ ନେତା ସାଂସଦ ଓ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ହେଲେ ଉଭୟ ରାଜ୍ୟ ଓ କେନ୍ଦ୍ରରେ ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇ ନାହାନ୍ତି । ତେଣୁ ଅନେକ ନେତାଙ୍କ ନାମ ରାଜ୍ୟ ବିଜେପି ସଭାପତି ତାଲିକାରେ ଯୋଡ଼ିହେବେ ବୋଲି ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *