UPI କାରବାରରେ ଲାଗୁନାହିଁ ଜିଏସ୍‌ଟି, ଜାରି ରହିବ ମାଗଣା ଇ-ଲେନଦେନ

ଭୁବନେଶ୍ଵର: ଫୋନ୍‌ପେ, ଗୁଗୁଲ୍‌ପେ, ପେଟିଏମ୍‌ ଭଳି ଆପ୍‌ ଜରିଆରେ ହେଉଥିବା UPI (ୟୁନିଫାଇଡ୍‌ ପେମେଣ୍ଟ ଇଣ୍ଟରଫେସ୍‌) ଲେନଦେନ ଉପରେ ଜିଏସ୍‌ଟି ଲାଗିବ ବୋଲି ଚର୍ଚ୍ଚା ଚାଲିଥିବା ବେଳେ, କେନ୍ଦ୍ର ସରକାର ଏହାକୁ ସ୍ପଷ୍ଟ ଖଣ୍ଡନ କରିଛି।

ରାଜ୍ୟସଭାରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଏକ ଲିଖିତ ପ୍ରତିଉତ୍ତରରେ କହିଛନ୍ତି ଯେ, “୨୦୦୦ ଟଙ୍କାରୁ ଅଧିକ ମୂଲ୍ୟର UPI କାରବାର ଉପରେ ଜିଏସ୍‌ଟି ଲଗାଇବାର କୌଣସି ଯୋଜନା ସରକାରଙ୍କ ପାଖରେ ନାହିଁ।”

ଏହା ପୂର୍ବରୁ କର୍ଣ୍ଣାଟକରେ ୟୁପିଆଇ କାରବାର ଆଧାରରେ ୬୦୦୦ ରୁ ଅଧିକ ବ୍ୟବସାୟୀଙ୍କୁ ଜିଏସ୍‌ଟି ନୋଟିସ୍‌ ପଠାଯିବା ପରେ ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ୍‌ ପେମେଣ୍ଟ ମାଧ୍ୟମ ଆଗକୁ ମାଗଣା ରହିବ ନାହିଁ ବୋଲି ଚର୍ଚ୍ଚା ଜୋର ଧରିଥିଲା ।

ଏହି ମଧ୍ୟରେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଏକ ମନ୍ତବ୍ୟ ମଧ୍ୟ ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଥିଲା | ଯେଉଁଥିରେ ସେ କହିଥିଲେ: “UPI ମାଗଣା ହେବା ସଦା ପାଇଁ ସମ୍ଭବ ନୁହେଁ”। ଏହି ମନ୍ତବ୍ୟ ପରେ ସମସ୍ତେ ଭାବିଥିଲେ ଯେ ୟୁପିଆଇ ଉପରେ ଜିଏସ୍‌ଟି ଲାଗୁ ହୋଇପାରେ।

Leave a Reply

Your email address will not be published. Required fields are marked *