ଇଲେକଟ୍ରିକ ଗାଡି ଚଳାଇବାରେ କେଉଁଠି ଅଛି ଓଡିଶା?

ଭୁବନେଶ୍ୱର: ନିତି ଆୟୋଗ ପକ୍ଷରୁ ଜାରି କରାଯାଇଥିବା ଏକ ସୂଚକାଙ୍କ ଅନୁସାରେ ଇଭି ବା ଇଲେକଟ୍ରିକ ଭେଇକିଲ ବ୍ୟବହାରରେ ଓଡ଼ିଶା ସର୍ବମୋଟ ୪୧ ସ୍କୋର୍‌ ସହ ସପ୍ତମ ସ୍ଥାନରେ ରହିଛି।ଇଲେକ୍ଟ୍ରିକ୍ ଯାନ (ଇଭି) ଚଳାଚଳ ଓ ଗ୍ରହଣୀୟତାରେ ଓଡ଼ିଶାର ପ୍ରଦର୍ଶନ ସାରା ଦେଶରେ ଏତେ ବେଶୀ ଉତ୍ସାହଜନକ ନୁହଁ | ଏହାକୁ ତୃତୀୟ ବର୍ଗ ‘ଆକାଂକ୍ଷୀ’ରେ ସାମିଲ କରାଯାଇଛି | ପ୍ରଥମ ‘ଆଚିଭର୍ସ’ ବର୍ଗରେ କୌଣସି ରାଜ୍ୟ ନଥିବାବେଳେ, ‘ଫ୍ରଣ୍ଟରନର୍’ (ଅଗ୍ରଣୀ) ବର୍ଗରେ ଦିଲ୍ଲୀ, ମହାରାଷ୍ଟ୍ର ଓ ଚଣ୍ଡିଗଡ଼ ରହିଛନ୍ତି। ‘ପରଫର୍ମର୍’ (ପ୍ରଦର୍ଶନକାରୀ) ବର୍ଗରେ କର୍ଣ୍ଣାଟକ, ତାମିଲନାଡୁ ଓ ହରିୟାଣାଙ୍କ ନାମ ରହିଛି। ପେଟେଣ୍ଟ କ୍ଷେତ୍ରରେ ଓଡ଼ିଶାର ସ୍କୋର୍ ଶୂନ୍ୟ ରହିଥିବାବେଳେ, କ୍ରୟ ପ୍ରୋତ୍ସାହନରେ ମାତ୍ର ୨ ଅଙ୍କ ପାଇଛି। ବିଦ୍ୟୁତ୍‌ ଉପଲବ୍ଧତା, ବାଣିଜ୍ୟିକ ଇଭି ଗ୍ରହଣ, ଇଭି-ଚାର୍ଜିଂ ଅନୁପାତ ଓ ଇଭି ଷ୍ଟାର୍ଟଅପ୍‌ରେ ମଧ୍ୟ ପ୍ରଦର୍ଶନ ସନ୍ତୋଷଜନକ ହୋଇ ପାରିନାହିଁ ଏବଂ କ୍ରୟ ପ୍ରୋତ୍ସାହନରେ ସ୍କୋର୍‌ ମାତ୍ର ୨ ରହିଛି। ବିଦ୍ୟୁତ୍‌ ଉପଲବ୍ଧତା, ବାଣିଜ୍ୟିକ ଇଭି ଗ୍ରହଣୀୟତା, ଇଭିରୁ ଇଭି ଚାର୍ଜିଂ ଅନୁପାତ ଏବଂ ଇଭି ଷ୍ଟାର୍ଟଅପ୍ ମାନଦଣ୍ଡରେ ମଧ୍ୟ ରାଜ୍ୟର ସ୍କୋର୍‌ ଉତ୍ସାହଜନକ ନାହିଁ, ଯଦିଓ ଇଭି ଚଳାଚଳକୁ ପ୍ରୋତ୍ସାହିତ କରିବା ଲାଗି ଓଡିଶା ସରକାର ବିଭିନ୍ନ ପଦକ୍ଷପ ବିଗଗତ ଦିନରେ ନିଅ ଯାଇଥିଲା କିନ୍ତୁ ଇଭି ଚଳାଚଳ ସୂଚକାଙ୍କ ଏତେ ସନ୍ତୁଷ୍ଟ ଦାୟକ ହୋଇ ନାହିଁ |

ତେ‌ବେ ରାଜ୍ୟରେ ଇଭି ଗ୍ରହଣୀୟତା ବୃଦ୍ଧି କରିବା ନିମନ୍ତେ ନିତି ଆୟୋଗ କେତେକ ସୁପାରିସ କରିଛି। ଇଭି ବଦଳ କିଟ୍‌ ଉପରେ ସବ୍‌ସିଡି ଦେବା, ସଂରକ୍ଷିତ ପାର୍କିଂ ସ୍ଥଳର ବ୍ୟବସ୍ଥା କରିବା, ଲୋ ଏମିସନ୍ ଜୋନ୍ ସୃଷ୍ଟି କରିବା, ଇଭି କ୍ରୟ ଉପରେ ସବ୍‌ସିଡି ବଢ଼ାଇବା ଏବଂ ସାର୍ବଜନୀନ ଚାର୍ଜିଂ ଷ୍ଟେସନ୍ ପାଇଁ ବିଦ୍ୟୁତ୍‌ ଶୁଳ୍କ କମ୍ କରିବାକୁ ସୁପାରିସ କରାଯାଇଛି। ଚାର୍ଜର ଅନୁମୋଦନ ପାଇଁ ସିଙ୍ଗଲ୍ ୱିଣ୍ଡୋ ବ୍ୟବସ୍ଥା କରିବା ଏବଂ ଦକ୍ଷତା ବିକାଶ ପାଇଁ ଗବେଷଣା ଓ ବିକାଶ କେନ୍ଦ୍ର ସ୍ଥାପନ କରିବାକୁ ମଧ୍ୟ କୁହାଯାଇଛି।

Leave a Reply

Your email address will not be published. Required fields are marked *