ରାଜ୍ୟରେ ରାତିର ତାପମାତ୍ରା ବଢ଼ିବ: ପାଣିପାଗ ବିଭାଗ ପୂର୍ବାନୁମାନ

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମଙ୍ଗଳବାର ସୂଚନା ଦେଇଛି ଯେ ଉତ୍ତର-ପୂର୍ବ ଆସାମ ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ନିମ୍ନ ସ୍ତରରେ ରହିଛି। ୨୦୨୫ ଜାନୁଆରି ୭ ଓ ୮ ତାରିଖରେ ଉତ୍ତରପୂର୍ବ ରାଜ୍ୟଗୁଡ଼ିକର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆଇଏମଡି ପୂର୍ବାନୁମାନ କରିଛି।

ଏହାବ୍ୟତୀତ ଆଜି ସିକ୍କିମ୍ ଓ ଉତ୍ତର ଆସାମରେ ମଧ୍ୟ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି। ୭ ଓ ୮ ତାରିଖରେ ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଓ ତ୍ରିପୁରାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।

ଜାନୁଆରୀ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ଭାରତକୁ ପ୍ରଭାବିତ କରିପାରେ ନୂଆ ପଶ୍ଚିମ ବିକ୍ଷୋଭ ଓ ପୂର୍ବ ପବନ ସହ ଏହାର ପ୍ରଭାବ। ଏହାର ପ୍ରଭାବରେ ପଶ୍ଚିମ ହିମାଳୟ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା/ତୁଷାରପାତ ଏବଂ ଉତ୍ତର-ପଶ୍ଚିମ ଭାରତର ସମତଳ ଅଞ୍ଚଳରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।

ଆସନ୍ତା ୪ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା (ରାତିର ତାପମାତ୍ରା)ରେ କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ ଏବଂ ଏହା ପରେ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ୨ରୁ ୪ ଡିଗ୍ରି ସେଲସିୟସ୍ ବୃଦ୍ଧି ପାଇବ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *