ଅଣଚାଷୀଙ୍କୁ ଚିହ୍ନଟ ପାଇଁ ରାଜ୍ୟରେ କରାଯିବ ନୂତନ ପଞ୍ଜିକରଣ: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଖୁବ ଶୀଘ୍ର ରାଜ୍ୟରେ ନକଲି ଚାଷୀ ବା ଅଣଚାଷୀଙ୍କୁ ଚିହ୍ନଟ ପାଇଁ କରାଯିବ ନୂତନ ପଞ୍ଜିକରଣ । ଚାଷୀ ନହୋଇ ବି ଚାଷୀ ହେବାର ସମସ୍ତ ଫାଇଦା ଲାଭ କରୁଛନ୍ତି । ଏଥିପାଇଁ ସରକାର ଏହି ନିଷ୍ପତି ନେଇଛନ୍ତି । ଏଭଳି କହି ଅଣଚାଷୀଙ୍କୁ ଚେତାବନୀ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ରାସନ କାର୍ଡ ଭଳି ଚାଷୀ ତାଲିକାରେ ଅନେକ ଅଣ ଚାଷୀ ଥିବାରୁ ଆଉ ଥରେ ତାଲିକା ପ୍ରସ୍ତୁତ ହେବ।
ରାସନ କାର୍ଡରେ ଏବେ ସୁଦ୍ଧା ୪୦ ଲକ୍ଷ ଭୂତ ହିତାଧିକାରୀ ବାହାରିଲେଣି। ବିଗତ ୨୪ ବର୍ଷ ଧରି ଯେଉଁ ପ୍ରକ୍ରିୟା ଚାଲିଥିଲା, ସେଥିରେ ସ୍ଵଚ୍ଛତା ଆଣିବାକୁ ନୂଆ ପଦ୍ଧତି ହାତକୁ ନିଆଯାଇଛି ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।
ସେ କହିଛନ୍ତି, ରାସନ କାର୍ଡ ଭଳି ଚାଷୀ ତାଲିକାରେ ଅନେକ ଅଣ ଚାଷୀ ଥିବାରୁ ଆଉ ଥରେ ତାଲିକା ପ୍ରସ୍ତୁତ ହେବ। ରାସନ କାର୍ଡରେ ଏବେ ସୁଦ୍ଧା ୪୦ ଲକ୍ଷ ଭୂତ ହିତାଧିକାରୀ ବାହାରିଲେଣି। ବିଗତ ୨୪ ବର୍ଷ ଧରି ଯେଉଁ ପ୍ରକ୍ରିୟା ଚାଲିଥିଲା, ସେଥିରେ ସ୍ଵଚ୍ଛତା ଆଣିବାକୁ ନୂଆ ପଦ୍ଧତି ହାତକୁ ନିଆଯାଇଛି ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।