ଆସିବ ନୂଆ ପ୍ୟାନ କାର୍ଡ, ଆପଣଙ୍କ ପାଖରେ ଥିବା ପ୍ୟାନ କାର୍ଡ ବେକାର ହୋଇଯିବନି ତ!

ନୂଆଦିଲ୍ଲୀ : ଦେଶରେ ଦେଢ଼ବର୍ଷ ମଧ୍ୟରେ ଆସିବାକୁ ଯାଉଛି ନୂଆ ପ୍ୟାନ କାର୍ଡ | ସରକାରଙ୍କ ସୂଚନା ଅନୁଯାୟୀ ଏହାକୁ ପରିବର୍ତ୍ତନ କରିବାକୁ ଦେଢ଼ ବର୍ଷ ସମୟ ଲାଗିବ। ଏହି ପରିବର୍ତ୍ତନ ହୋଇଥିବା ପ୍ୟାନ କାର୍ଡକୁ ପ୍ୟାନ କାର୍ଡ ୨.୦ କୁହାଯାଉଛି। ଏହା କାର୍ଯ୍ୟକାରୀ ହେବା ପରେ ଏଥିରେ କ’ଣ ପରିବର୍ତ୍ତନ ହେବ ଏବଂ ପୁରୁଣା ପ୍ୟାନ କାର୍ଡର କ’ଣ ହେବ ଆଜି ଆମେ ଆପଣଙ୍କୁ କହିବୁ |

ଆପଣଙ୍କ ପାଖରେ ବର୍ତ୍ତମାନ ଯେଉଁ ପ୍ୟାନ କାର୍ଡ ଅଛି, ଆଗାମୀ ସମୟରେ ଏଥିରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି। କାରଣ ସରକାରଙ୍କ ପକ୍ଷରୁ ପ୍ୟାନ କାର୍ଡ ପାଇଁ ଏକ କମ୍ପାନୀକୁ ଟେଣ୍ଡର ଦିଆଯାଇଛି। ଏବେ ଏହି କମ୍ପାନୀ ପ୍ୟାନ କାର୍ଡକୁ ଆହୁରି ଆଧୁନିକ ଓ ସୁରକ୍ଷିତ କରିବ |

ପ୍ୟାନ କାର୍ଡ ୨.0 କାର୍ଯ୍ୟକାରୀ ହେବା ପରେ, ପୁରୁଣା ପ୍ୟାନ କାର୍ଡ ଅକାମୀ ହୋଇଯିବ ନାହିଁ କିମ୍ବା ଆପଣଙ୍କୁ ନୂତନ ପ୍ୟାନ କାର୍ଡ ପାଇଁ ଆବେଦନ କରିବାକୁ ପଡିବ ନାହିଁ। ବର୍ତ୍ତମାନ,ପ୍ୟାନ କାର୍ଡ ସମ୍ବନ୍ଧୀୟ ସେବା ପାଇଁ, ତିନୋଟି ପ୍ଲାଟଫର୍ମ ରହିଛି, ଯେମିତିକି ଇ ଫିଲିଙ୍ଗ ପୋର୍ଟାଲ , ୟୁଟିଆଇଆଇଏସଏଲ(UTIITSL) ପୋର୍ଟାଲ ଏବଂ Protean e-Gov Portal ପରିଦର୍ଶନ କରିବାକୁ ପଡିବ। କିନ୍ତୁ ପ୍ୟାନ କାର୍ଡ ୨.୦ ଏହି ସମସ୍ତ ସେବାକୁ ଗୋଟିଏ ପୋର୍ଟାଲରେ ସଂଯୁକ୍ତ କରିବ। ଏହା ବ୍ୟବହାରକାରୀଙ୍କ ଅଭିଜ୍ଞତାକୁ ଅଧିକ ଉନ୍ନତ କରିବାରେ ସାହାଯ୍ୟ କରିବ | ତେବେ ଏହା ଟ୍ୟାନ(Tax Deduction and Collection Account Number) ଟିକସ କାଟ, ସଂଶୋଧନ, ଆଧାର ପ୍ୟାନ ଲିଙ୍କିଂ, ଅନଲାଇନ୍ ବୈଧତା, ପ୍ୟାନ କାର୍ଡ ପୁନଃ ଜାରି କରିବା ପାଇଁ ଏକ ୱାନ୍ ଷ୍ଟପ୍ ସମାଧାନ ହେବ ବୋଲି ଆଶା କରାଯାଉଛି |

Leave a Reply

Your email address will not be published. Required fields are marked *