ଜଗାଙ୍କ ଦର୍ଶନ ପାଇଁ ନୂଆଵର୍ଷରୁ ନୂଆ ସୁବିଧା
ନୂଆବର୍ଷରୁ ଜଗାଙ୍କୁ ଦର୍ଶନକୁ ଦେଖିବା ଆହୁରି ହେବ ସହଜ, ଯେଉଁ କାରଣରୁ ଶ୍ରୀମନ୍ଦିରରେ ନୂଆବର୍ଷରୁ ନୂଆ ଦର୍ଶନ ବ୍ୟବସ୍ଥା ଲାଗୁ କରାଯିବ, ଅର୍ଥାତ ନୂଆବର୍ଷରୁ ନାଟମଣ୍ଡପରେ ନୂଆ ଦର୍ଶନ ବ୍ୟବସ୍ଥା ହେବ । ଏନେଇ ଗୁରୁବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ପକ୍ଷରୁ ସୂଚନା ମିଳିଛି ।
ସ୍ୱତନ୍ତ୍ର ବ୍ୟାରିକେଡ୍ ଯୋଗେ ନୂଆବର୍ଷରୁ ଶ୍ରୀଜୀଉଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ। ଏନେଇ ଓବିସିସି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇଛି।ଶ୍ରୀମନ୍ଦିରରେ ବିଶୃଙ୍ଖଳିତ ଆଚରଣ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାସହ ଆନନ୍ଦ ବଜାରରେ ଆହୁରି ଶୃଙ୍ଖଳା ଆସିବ କହିଲେ ଅରବିନ୍ଦ ପାଢୀ। ସ୍ୱତନ୍ତ୍ର ବ୍ୟାରିକେଡ୍ ଦ୍ୱାରା ଧାଡି ଦର୍ଶନ ବ୍ୟବସ୍ଥା କରାଯିବ। ପୁରୁଷ, ମହିଳା ଶିଶୁ, ବୟସ୍କଙ୍କ ପାଇଁ ସ୍ୱତନ୍ତ୍ର ଲାଇନ ହେବ। ଏହାସହ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯିବ। ଏନେଇ ସେବାୟତଙ୍କ ସହ ଖୁବ୍ ଶୀଘ୍ର ଆଲୋଚନା ହେବ ବୋଲି ସେ କହିଛନ୍ତି ।
