ନୂଆ ବିଜେଡ଼ି ଗଠନର ଇଙ୍ଗିତ ଦେଲେ ଅମର ଶତପଥୀ, ବର୍ତ୍ତମାନର ଦଳରୁ ଦୂରେଇ ଯାଉଛନ୍ତି ନେତା-କର୍ମୀ
ଭୁବନେଶ୍ୱର: ଗତକାଲି ପୂର୍ବତନ ସାଂସଦ ତଥାଗତ ଶତପଥୀ ନୂଆ ବିଜେଡ଼ି ଗଠନର ଇଙ୍ଗିତ ଦେଇଥିବା ବେଳେ, ଆଜି ବରିଷ୍ଠ ନେତା ଅମର ଶତପଥୀ ସେହି କଥାକୁ ସମର୍ଥନ କରି ବର୍ତ୍ତମାନର ଦଳରୁ ନେତା-କର୍ମୀଙ୍କ ଦୂରୀକରଣର କାରଣ ବୁଝାଇଲେ।ଅମର ଶତପଥୀ କହିଲେ, “ଗଢ଼ି ଉଠିବ ନୂଆ ବିଜେଡ଼ି। ଏହାକୁ ବିଜେଡ଼ିର ଲୋକମାନେ ହିଁ ଗଠନ କରିବେ। ବର୍ତ୍ତମାନର ବିଜେଡ଼ି ଲୋକ ଓ କର୍ମୀଙ୍କ ଠାରୁ ସମସ୍ତେ ଦୂରେଇ ଯାଉଛନ୍ତି।” ସେ ଆହୁରି କହିଲେ ଯେ, ଏବେ ବିଜେଡ଼ିରେ ଯାହା ଘଟୁଛି, ଯଦି ନିର୍ଦ୍ଦିଷ୍ଟ ନୀତି ଓ ବିଚାରଧାରାରେ ଦଳ ନଚାଲିଲେ, ଆଗକୁ ଆହୁରି ନେତା ଓ କର୍ମୀମାନେ ଦୂରେଇ ଯିବେ।ବିଜେଡ଼ିରେ କିଏ ହେବେ ଏକନାଥ ସିନ୍ଧେ ଭଳି ନେତା, ଏହା ନେଇ ଅମର ପ୍ରଶ୍ନ ଉତ୍ଥାପନ କରି କହିଲେ, “ବର୍ତ୍ତମାନ ସିଏ ଗୋପରେ ବଢ଼ୁଛି କି ମଥୁରାକୁ ଆସିଗଲେଣି, ସେକଥା କିଏ କହିବ?” ଏହା ମାଧ୍ୟମରେ ସେ ଦଳର ବର୍ତ୍ତମାନର ଅବସ୍ଥାକୁ ଚିତ୍ରଣ କରିଛନ୍ତି।ଗତକାଲି ତଥାଗତ ଶତପଥୀଙ୍କ ଇଙ୍ଗିତପୂର୍ଣ୍ଣ କଥାକୁ ଆଜି ଅମର ସମର୍ଥନ କରିବା ଦ୍ୱାରା ବିଜେଡ଼ିରେ ଆଭ୍ୟନ୍ତରୀଣ ଅସ୍ଥିରତା ଆହୁରି ସ୍ପଷ୍ଟ ହୋଇଛି। ନୂଆ ବିଜେଡ଼ି ଗଠନର ଏହି ସୂଚନା ଓଡ଼ିଶାର ରାଜନୀତିରେ ନୂଆ ମୁହଁଁ ଖୋଲିବାର ସମ୍ଭାବନା ସୃଷ୍ଟି କରିଛି। ବିଜେଡ଼ି ନେତୃତ୍ୱ ଏନେ ନେଇ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ୍ ବୟାନ୍ ଦେଇନାହାନ୍ତି।
