ଯୁବକଙ୍କୁ ଡେଟିଂ ଆପରୁ ଏସବୁ ମିଳିବ ବୋଲି କେବେ ଭାବିନଥିଲେ, ୨୦ ଦିନ ଭୟରେ ରହିଲେ

ନୂଆଦିଲ୍ଲୀ: ଦିଲ୍ଲୀ ପାଖରେ ଥିବା ଗ୍ରେଟର ନୋଏଡାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଗ୍ରେଟର ନୋଏଡାର ନଲେଜ ପାର୍କରେ ଥିବା ଏକ କଲେଜର ଜଣେ ବିଟେକ୍ ଛାତ୍ରଙ୍କୁ ଏକ ଅନଲାଇନ୍ ଡେଟିଂ ଆପ୍ ରେ ବନ୍ଧୁତା କରିବା ମହଙ୍ଗା ପଡ଼ିଥିଲା। ପୁଲିସ ସୂଚନା ଅନୁଯାୟୀ, ବିଟେକ୍ ଛାତ୍ର ଜଣକ କିଛି ଦିନ ତଳେ ଏକ ଅନଲାଇନ୍ ଡେଟିଂ ଆପରେ ଜଣେ ସମଲିଙ୍ଗୀ ବନ୍ଧୁଙ୍କ ସହ ବନ୍ଧୁତା କରି ତାଙ୍କୁ ଭେଟିବାକୁ ଡାକିଥିଲେ। ସମଲିଙ୍ଗୀ ବନ୍ଧୁ ତାଙ୍କ ୪ ଜଣ ସହଯୋଗୀଙ୍କ ସହ ମିଶି ଯୁବକଙ୍କୁ ମାଡ଼ ମାରିବା ସହ ୧ ଲକ୍ଷ ଟଙ୍କା ଠକି ନେଇଥିଲେ।
ଏହି ଘଟଣା ବିଷୟରେ କାହାକୁ କହିଲେ ତାଙ୍କୁ ହତ୍ୟା କରାଯିବ ବୋଲି ସମଲିଙ୍ଗୀ ବନ୍ଧୁମାନେ ଧମକ ଦେଇଥିଲେ। ତେବେ ଅଭିଯୁକ୍ତ ବିରୋଧରେ ପୀଡ଼ିତ ଛାତ୍ର ଥାନାରେ ମାମଲା ରୁଜୁ କରିଛନ୍ତି।
ପୋଲିସ୍ କହିଛି ଯେ ପୀଡିତ ଗ୍ରାଇଣ୍ଡର୍ ଆପ୍ ଜରିଆରେ କିଛି ଦିନ ତଳେ ଜଣେ ଯୁବକ ସହିତ ଦୋସ୍ତୀ ହୋଇଥିଲା। ଏହା ପରେ ଦୁଇଜଣଙ୍କ ମଧ୍ୟରେ ଫୋନରେ କଥାବାର୍ତ୍ତା ହୋଇଥିଲା । ୭ ଡିସେମ୍ବରରେ ବିଟେ ଛାତ୍ର ଜଣଙ୍କ ଯୁବକକୁ ଭେଟିବା ପାଇଁ ଯାଇଥିଲେ। ଭଲ ସାଙ୍ଗ ଭାବି ଭେଟିବାକୁ ଯାଇଥିଲେ ।
ଯେଉଁଠାରେ ଅନ୍ୟ ଚାରି ଜଣେ ସହଯୋଗୀ ମିଳିଥିଲେ। ଏହା ପରେ ଅଭିଯୁକ୍ତମାନେ ସଂପୃକ୍ତ ବିଟେକ୍ ଛାତ୍ରକୁ ମାରପିଟ୍ କଲେ। ପରେ ତାଙ୍କର ମୋବାଇଲ୍ ଫୋନ୍ ନେଇଯାଇଥିଲେ । ଏବଂ ଯୁପିଆଇ ପିନ୍ ପଚାରି ଭିନ୍ନ ଭିନ୍ନ ଖାତାରେ ୧ ଲକ୍ଷ ଟଙ୍କା ଟ୍ରାନ୍ସଫର୍ କଲେ। ଏହା ପରେ ଫୋନ୍କୁ ରିସେଟ୍ କରି ଦେଲେ ଏବଂ ଅଭିଯୋଗ କଲେ ହତ୍ୟାର ଧମକ ଦେଲେ। ପୋଲିସ୍ କହିଛି ଯେ ଅଭିଯୁକ୍ତଙ୍କ ପ୍ରଭାବରୁ ଛାତ୍ର ଜଣକ ୨୦ ଦିନ ହେବ ଭୟରେ ଥିଲା। ଏବେ ଘଟଣାର ୨୦ ଦିନ ପରେ ଛାତ୍ର ଜଣଙ୍କ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପୋଲିସ ଏତଲା ଆଧାରରେ ତଦନ୍ତ କରିବ ।