ଏହି କାରଣରୁ ପୁଣି ହସ୍ପିଟାଲରେ ଭର୍ତ୍ତି ହେଲେ ନବୀନ
ଭୁବନେଶ୍ବର: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି | ଡିହାଇଡ୍ରେସନ ଯୋଗୁଁ ନବୀନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି। ଭୁବନେଶ୍ବର ସମ୍ ଅଲ୍ଟିମେଟ୍ ମେଡିକେୟାର୍ରେ ନବୀନଙ୍କୁ ଭର୍ତ୍ତି କରାଯାଇଥିବାବେଳେ ସୂଚନା ଥାଉ କି ଗତ ଜୁଲାଇ ମାସରେ ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ତାଙ୍କର ସର୍ଭାଇକାଲ୍ ଆର୍ଥ୍ରାଇଟିସର ଅସ୍ତ୍ରୋପଚାର ହୋଇଥିଲା |
ଏହି ଅସ୍ତ୍ରୋପଚାର ତାଙ୍କ ବ୍ୟକ୍ତିଗତ ଡାକ୍ତର ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ୱାବଧାନରେ କରାଯାଇଥିଲା। ଅସ୍ତ୍ରୋପଚାର ପରେ ସେ ଦୁଇରୁ ତିନି ଦିନ ରହିଥିଲେ। ତାଙ୍କୁ ୫-୭ ଦିନ ମଧ୍ୟରେ ଡିସଚାର୍ଜ କରାଯାଇଥିଲା।
