ନେପାଳରେ ରାଜନୈତିକ ସଙ୍କଟ: ରାଷ୍ଟ୍ରପତିଙ୍କ ଘର ଉପରକୁ ପଥର ମାଡ କଲେ ଉତ୍ୟକ୍ତ ଜନତା
କାଠମାଣ୍ଡୁ: ନେପାଳରେ ରାଜନୈତିକ ସଙ୍କଟ ଗଭୀର ହେବାରେ ଲାଗିଛି। ମଙ୍ଗଳବାର କେପି ଶର୍ମା ଓଲିଙ୍କ ନେତୃତ୍ୱାଧୀନ ସରକାରର ୯ ଜଣ ମନ୍ତ୍ରୀ ଏବଂ ଜଣେ ଉପପ୍ରଧାନମନ୍ତ୍ରୀ ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସୋସିଆଲ ମିଡିଆ ନିଷେଧାଦେଶକୁ ନେଇ ହଜାର ହଜାର ନେପାଳୀ ଯୁବକ ସୋମବାର ରାଜରାସ୍ତାକୁ ଓହ୍ଲାଇଥିଲେ, ଯାହାକୁ ଜେନ୍-ଜି (୧୯୯୫-୨୦୧୦ ମଧ୍ୟରେ ଜନ୍ମିତ) ବିପ୍ଳବ ଭାବରେ ଦେଖାଯାଉଛି।
ଏହା ମଧ୍ୟରେ ନେପାଳର ବୀରଗଞ୍ଜରେ ଆଇନ ମନ୍ତ୍ରୀ ଅଜୟ କୁମାର ଚୌରାସିଆଙ୍କ ଘରକୁ ହଜାର ହଜାର ନେପାଳୀ ଯୁବକ ପ୍ରତିବାଦକାରୀମାନେ ନିଆଁ ଲଗାଇ ଜାଳିଦେଇଛନ୍ତି। ଏହି ଘଟଣା ଓଲି ସରକାରଙ୍କ ପାଇଁ ଏକ ବଡ଼ ଝଟକା ଭାବେ ଦେଖାଯାଉଛି। ସେହିପରି, ଇସ୍ତଫା ଦେଇଥିବା ମନ୍ତ୍ରୀମାନଙ୍କ ମଧ୍ୟରେ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସୂଚନା ମନ୍ତ୍ରଣାଳୟରେ ଥିବା ବରିଷ୍ଠ ନେତାମାନେ ଅନ୍ତର୍ଭୁକ୍ତ। ସେମାନେ ସରକାରଙ୍କ ନୀତି, ନାଗରିକଙ୍କ ସ୍ୱର ଦମନ ଏବଂ ଗଣତାନ୍ତ୍ରିକ ଅଧିକାରର ଅବମାନନାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଉପପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ମଧ୍ୟ ସରକାରୀ ଶୀର୍ଷ ସ୍ତରରେ ଅସନ୍ତୋଷର ସଙ୍କେତ ଦେଉଛି।
ସୋସିଆଲ ମିଡିଆ ବ୍ୟାନ୍ ନୀତିକୁ ବିରୋଧ କରି ହଜାର ହଜାର ନେପାଳୀ ଯୁବକ ପ୍ରତିବାଦକାରୀମାନେ ସୋମବାର ହିଂସାତ୍ମକ ପ୍ରଦର୍ଶନ କରିଥିଲେ, ଯାହା ଦେଶରେ ରାଜନୈତିକ ଅସ୍ଥିରତାକୁ ଆହୁରି ବଢ଼ାଇଛି। ଏହି ସଙ୍କଟ ଓଲି ସରକାରଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।
