ପୁଣି ଆଶ୍ଚର୍ଯ୍ୟ କରିଦେଲା ଏନଡିଏ, ଏହି ବ୍ୟକ୍ତିଙ୍କୁ କଲା ଉପରାଷ୍ଟ୍ରପତି ପ୍ରାର୍ଥୀ
ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଏନଡିଏ ସିପି ରାଧାକୃଷ୍ଣନଙ୍କ ନାମ ଘୋଷଣା କରିଛି। ରବିବାର (୧୭ ଅଗଷ୍ଟ ୨୦୨୫) ବିଜେପି ସଂସଦୀୟ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି ଯେ ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକୃଷ୍ଣନ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ପ୍ରାର୍ଥୀ ହେବେ।
କେନ୍ଦ୍ର ମନ୍ତ୍ରୀ ଜିତନ ରାମ ମାଞ୍ଝି ଉପରାଷ୍ଟ୍ରପତି ପଦ ପାଇଁ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିଥିଲେ। ଏକ୍ସରେ ପୋଷ୍ଟ କରି ଜିତନ ରାମ ମାଞ୍ଝି କହିଛନ୍ତି, “ଆମେ ଉପରାଷ୍ଟ୍ରପତି ପଦ ପାଇଁ ଏନଡିଏ ପ୍ରାର୍ଥୀ ସିପି ରାଧାକୃଷ୍ଣନଙ୍କୁ ପୂର୍ଣ୍ଣ ସମର୍ଥନ କରୁ।
ବିଜେପି ସଭାପତି ଜେପି ନଡ୍ଡା କହିଛନ୍ତି ଯେ ଆମେ ଚାହୁଁଛୁ ଯେ ପରବର୍ତ୍ତୀ ଉପରାଷ୍ଟ୍ରପତି ସର୍ବସମ୍ମତିକ୍ରମେ ନିର୍ବାଚିତ ହୁଅନ୍ତୁ, ଯାହା ପାଇଁ ଆମେ ବିରୋଧୀ ନେତାଙ୍କ ସହିତ ଯୋଗାଯୋଗ କରିଛୁ। ଜଗଦୀପ ଧନଖଡ଼ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ୨୧ ଜୁଲାଇ ୨୦୨୫ ରେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ, ଯାହା ପରେ ଏନଡିଏ ପ୍ରାର୍ଥୀ କିଏ ହେବ ସେ ବିଷୟରେ ଅନେକ କଳ୍ପନାଜଳ୍ପନା କରାଯାଉଥିଲା।
