‘ବିଲକୁଲ ଠିକଠାକ’: ଦେଖିବାକୁ ମିଳିଲା ନବୀନଙ୍କ ଭିନ୍ନ ଅନ୍ଦାଜ

ଭୁବନେଶ୍ୱର: ମୁଁ ପୁରା ଠିକଠାକ ଅଛି, ପୁରା ସୁସ୍ଥ ଅଛି, ହସି ହସି ନିଜ ସ୍ୱାସ୍ଥ୍ୟ କେମିତି ଅଛି ପ୍ରଶ୍ନରେ ଏଭଳି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସୁସ୍ଥ ହୋଇ ହସ୍ପିଟାଲରୁ ଫେରିଛନ୍ତି। ସେ କହିଛନ୍ତି ଯେ, ଅସୁସ୍ଥ ଥିବା ସମୟରେ ରାଜ୍ୟବାସୀଙ୍କ ପ୍ରାର୍ଥନା ଓ ଆଶୀର୍ବାଦ ଯୋଗୁଁ ସେ ଏବେ ସମ୍ପୂର୍ଣ୍ଣ ଭଲ ଅଛନ୍ତି ଏବଂ ସେ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନବୀନ କହିଛନ୍ତି, “ମୁଁ ଅସୁସ୍ଥ ଥିବା ବେଳେ ଯେଉଁମାନେ ମୋ ପାଇଁ ପ୍ରାର୍ଥନା କରିଥିଲେ, ତାଙ୍କୁ ମୁଁ ହୃଦୟରୁ ଧନ୍ୟବାଦ ଦେଉଛି। ରାଜ୍ୟବାସୀଙ୍କ ଆଶୀର୍ବାଦ ଓ ସମର୍ଥନ ମୋତେ ନୂଆ ଶକ୍ତି ଦେଇଛି।” ବାସ୍ତବରେ ସାମ୍ବାଦିକମାନେ ପଚାରିଥିଲେ ଆପଣ କେମିତି ଅଛନ୍ତି? ଏହାର ଉତ୍ତରରେ ନବୀନ ହସି ହସି କହିଥିଲେ ବିଲକୁଲ ଠିକଠାକ ଅଛି |

ଉଲ୍ଲେଖ ଥାଉ କି ଡିହାଇଡ୍ରେସନ ସମସ୍ୟା ପାଇଁ ନବୀନଙ୍କୁ କିଛିଦିନ ତଳେ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ଆଉ ସେ ସୁସ୍ଥ ହେବା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା | ଏହା ପୂର୍ବରୁ ମୁମ୍ବାଇର କୋକିଲାବେନ ଧୀରୁଭାଇ ଆମ୍ବାନୀ ହସ୍ପିଟାଲରେ ତାଙ୍କର ମେରୁଦଣ୍ଡର ସାର୍ଭିକାଲ ଆର୍ଥ୍ରାଇଟିସ୍ ର ସଫଳ ଅସ୍ତ୍ରୋପଚାର ହୋଇଥିଲା। ୭୮ ବର୍ଷୀୟ ନବୀନଙ୍କ ଏହି ଅସ୍ତ୍ରୋପଚାର ଜୁନ୍ ୨୨, ୨୦୨୫ରେ ସମ୍ପନ୍ନ ହୋଇଥିଲା | ଆଉ ସେଠାରେ କିଛିଦିନ ରହିବା ପରେ ସେ ଓଡିଶା ଫେରିଥିଲେ |

Leave a Reply

Your email address will not be published. Required fields are marked *