ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଅବଦୁଲ୍ ରେହମାନ ମକ୍କି ମୃତ

ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ନିଷିଦ୍ଧ ଜମାତ-ଉଦ-ଦାଓ୍ଵା ସଂଗଠନର ଡେପୁଟି ମୁଖ୍ୟ ହାଫିଜ୍ ସୟିଦଙ୍କ ଭିଣୋଇ ହାଫିଜ୍ ଅବଦୁଲ୍ ରେହମାନ ମକ୍କିର ମୃତ୍ୟୁ । ହୃଦଘାତରେ ଆତଙ୍କବାଦୀ ମକ୍କିର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଜମାତ-ଉଦ-ଦାୱାର ଅନୁଯାୟୀ ଅବଦୁଲ ରେହମାନ ମକ୍କି ଗତ କିଛି ଦିନ ହେବ ଅସୁସ୍ଥ ଥିଲେ ଏବଂ ଲାହୋରର ଏକ ଘରୋଇ ହସ୍ପିଟାଲରେ ଥିଲେ । ଜମାତର ଅଧିକାରୀ କହିଛନ୍ତି ଆଜି ସକାଳେ ମକ୍କିଙ୍କୁ ହୃଦଘାତ ହୋଇଥିଲା ଏବଂ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିଲା ।

୨୦୨୩ରେ ମକ୍କିଙ୍କୁ ଜାତିସଂଘ ଆନ୍ତର୍ଜାତିକ ଆତଙ୍କବାଦୀ ଘୋଷଣା କରିଥିଲା, ଯାହା ଅଧୀନରେ ତାଙ୍କ ସମ୍ପତ୍ତି କୁ ଫ୍ରିଜ୍ କରାଯାଇଥିଲା। ମକ୍କି ତାଲିବାନର ଶୀର୍ଷ କମାଣ୍ଡର ମୁଲ୍ଲା ଓମାର ଏବଂ ଅଲକାଏଦାର ଆୟମାନ ଅଲ ଜୱାହିରିଙ୍କ ନିକଟତର ବୋଲି ଅଭିଯୋଗ ହୋଇଛି। ଭାରତ ବିରୋଧରେ ଉତ୍ତେଜନାମୂଳକ ବୟାନ ଦେଉଥିଲା ମକ୍କି,ଭାରତ ବିରୋଧୀ ଭାଷଣ ପାଇଁ ମକ୍କି ପାକିସ୍ତାନରେ ପ୍ରସିଦ୍ଧ ଥିଲା । ୨୦୧୭ରେ ଜମ୍ମୁ-କଶ୍ମୀରରେ ଭାରତୀୟ ସୁରକ୍ଷା ବାହିନୀ ଦ୍ୱାରା କରାଯାଇଥିବା ଅପରେସନରେ ତାଙ୍କ ପୁଅ ଓବେଦ ରେହମାନ ମକ୍କି ନିହତ ହୋଇଥିଲା ।

Leave a Reply

Your email address will not be published. Required fields are marked *