ସୁପରଷ୍ଟାର ଧନୁଷଙ୍କ ପ୍ରେମଚର୍ଚ୍ଚାକୁ ନେଇ ମୁହଁ ଖୋଲିଲେ ମୃଣାଲ!

ମୁମ୍ବାଇ: ଦକ୍ଷିଣ ଭାରତୀୟ ଅଭିନେତା ତଥା ନିର୍ଦ୍ଦେଶକ ଧନୁଷଙ୍କ ସହ ବଲିଉଡ ଅଭିନେତ୍ରୀ ମୃଣାଲ ଠାକୁରଙ୍କ ପ୍ରେମ ସମ୍ପର୍କ ନେଇ ଗତ କିଛି ଦିନ ହେବ ଚର୍ଚ୍ଚା ଜୋର ଧରିଥିଲା। ଏକ ଭିଡିଓ ଭାଇରାଲ ହେବା ପରେ ଏହି ଗୁଜବ ଆହୁରି ତୀବ୍ର ହୋଇଥିଲା। ତେବେ, ଏହି ଚର୍ଚ୍ଚା ମଧ୍ୟରେ ମୃଣାଲ ଠାକୁର ନିଜର ପ୍ରତିକ୍ରିୟା ରଖି ସମସ୍ତ ଗୁଜବକୁ ଖଣ୍ଡନ କରିଛନ୍ତି।

ଧନୁଷ ଏବଂ ତାଙ୍କ ପୂର୍ବତନ ପତ୍ନୀ ଐଶ୍ବର୍ଯ୍ୟା ରଜନୀକାନ୍ତ ୨୦ ବର୍ଷର ବୈବାହିକ ଜୀବନ ପରେ ଛାଡ଼ପତ୍ର ନେଇଥିଲେ। ଏହା ପରେ ଧନୁଷଙ୍କ ବ୍ୟକ୍ତିଗତ ଜୀବନ ନେଇ ଅନେକ ଚର୍ଚ୍ଚା ହେଉଥିଲା। ଅଗଷ୍ଟ ୧ ତାରିଖରେ ମୃଣାଲ ଏକ ଜନ୍ମଦିନ ପାର୍ଟିର ଆୟୋଜନ କରିଥିଲେ, ଯେଉଁଥିରେ ଧନୁଷ ମଧ୍ୟ ଉପସ୍ଥିତ ଥିଲେ। ଦୁଇଜଣ ପାର୍ଟିରେ ନିକଟତର ଭାବେ କଥାବାର୍ତ୍ତା ହେଉଥିବାର ଦେଖାଯାଇଥିଲା। ଭିଡିଓରେ ଧନୁଷ ମୃଣାଲଙ୍କ ହାତ ଧରି କଥା ହେଉଥିବା ଦୃଶ୍ୟ ଦେଖାଯିବା ପରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଥିଲା।

ଏହି ଗୁଜବ ସମ୍ପର୍କରେ ମୃଣାଲ ଠାକୁର ହସି ହସି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, “ଧନୁଷ ମୋର ଜଣେ ଭଲ ବନ୍ଧୁ। ଆମ ମଧ୍ୟରେ କେବଳ ବନ୍ଧୁତା ଅଛି, ଆଉ କିଛି ନୁହେ। ଏଭଳି ଗୁଜବ ଶୁଣି ମୁଁ ବେଶ ହସିଛି।” ମୃଣାଲଙ୍କ ଏହି ସ୍ପଷ୍ଟୀକରଣ ସେମାନଙ୍କ ପ୍ରେମ ସମ୍ପର୍କ ନେଇ ଚାଲିଥିବା ଚର୍ଚ୍ଚାର ଅନ୍ତ ଘଟିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *