ସୁଭଦ୍ରା ଟଙ୍କା ପାଇଁ ଅପେକ୍ଷା କରିଥିବା ମହିଳାଙ୍କ ପାଇଁ ଖୁସି ଖବର । ଆଜି ଆକାଉଣ୍ଟକୁଆସିବ ସୁଭଦ୍ରା ଟଙ୍କା । ଆଜି ଆସିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା । ରାଜ୍ୟର ୧୮ ଲକ୍ଷ ମହିଳାଙ୍କୁ ଟଙ୍କା ପ୍ରଦାନ କରାଯିବ । ଯାଜପୁରରେ ଏକ ଭବ୍ୟ କାର୍ଯ୍ୟକ୍ରମରେ ଏହି ଟଙ୍କା ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ରାଜ୍ୟ ସରକାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଦେବାକୁ ଯାଉଥିବାବେଳେ, ବହୁ ସଂଖ୍ୟାରେ ଆବେଦନକାରୀଙ୍କ ଏନପିସିଆଇ ସମସ୍ୟାର ସମାଧାନ ହୋଇନଥିବା ଜଣାପଡିଛି । ତେବେ ଏନପିସିଆଇ ତ୍ରୁଟି ଥିବା ୩ଲକ୍ଷ ୩୮ ହଜାର ଆବେଦନକାରୀଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ମାତ୍ର ୫୯ ହଜାର କ୍ଲିୟର କରିଛନ୍ତି । ଅର୍ଥାତ ଆହୁରି ୨ଲକ୍ଷ ୮୦ହଜାରରୁ ଅଧିକ ଆବେଦନକାରୀଙ୍କ ଏନପିସିଆଇ ତ୍ରୁଟିର ସମାଧାନ ହୋଇନାହିଁ । ପୂର୍ବରୁ ୮୦ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ଟଙ୍କା ପାଇଛନ୍ତି । ଆଜି ଆଉ ୧୮ଲକ୍ଷ ଆବେଦନକାରୀଙ୍କୁ ଟଙ୍କା ମିଳିବା ପରେ ସୁଭଦ୍ରା ହିତାଧିକାରୀଙ୍କ ମୋଟ ସଂଖ୍ୟା ୯୮ ଲକ୍ଷରେ ପହଞ୍ଚିବ ।