ଶିକ୍ଷକଙ୍କ ଗ୍ରାଚ୍ୟୁଇଟି ସୀମା ୫୦ ପ୍ରତିଶତ ବୃଦ୍ଧି କଲେ ମୋହନ ସରକାର

ଭୁବନେଶ୍ବର : ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀଙ୍କ ପାଇଁ ରିଟାୟରମେଣ୍ଟ ଗ୍ରାଚ୍ୟୁଇଟି ସୁବିଧା ପ୍ରଦାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମହାଜୀ ଏ ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।

ଗ୍ରାଚ୍ୟୁଇଟିର ସୀମା ୫୦ ପ୍ରତିଶତ ବୃଦ୍ଧି କରି ୭.୫ ଲକ୍ଷ ଟଙ୍କା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତିରେ ଏହି ସୂଚନା ଦିଆଯାଇଛି।
ସିଏମଓଙ୍କ କହିବାନୁଯାୟୀ, ଗ୍ରାଚ୍ୟୁଇଟି ସୀମା ବୃଦ୍ଧି ପାଇଁ ପୂର୍ବରୁ ଅନେକ ଶିକ୍ଷକ ଓ କର୍ମଚାରୀ ସଂଗଠନ ରାଜ୍ୟ ସରକାରଙ୍କୁ ଦାବି କରିଥିଲେ।

ଏହି ନିଷ୍ପତ୍ତି ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବ ଏବଂ ଅବସର ପରବର୍ତ୍ତୀ ଜୀବନଶୈଳୀରେ ଉନ୍ନତି ଆଣିବ।

Leave a Reply

Your email address will not be published. Required fields are marked *