ଟିମକୁ ଫେରିଲେ ମହମ୍ମଦ ସାମି, ସୂର୍ଯ୍ୟକୁମାର ଯାଦବ, ଘୋଷଣା ହେଲେ ପ୍ଲେଇିଂ ଇଲେଭେନ୍

ମୁମ୍ବାଇ: ଇଂଲଣ୍ଡ ବିପକ୍ଷ ଟି-୨୦ ଶୃଙ୍ଖଳା ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ମହମ୍ମଦ ସାମିଙ୍କୁ ଦଳରେ ସାମିଲ କରାଯାଇଛି। ଅଧିନାୟକ ଭାବେ ସୂର୍ଯ୍ୟକୁମାର ଯାଦବ ନେତୃତ୍ୱ ନେବେ। ପାଖାପାଖି ୨ ବର୍ଷ ପରେ ସାମି ଦଳକୁ ଫେରିଛନ୍ତି। ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ କିନ୍ତୁ ଋଷଭ ପନ୍ତଙ୍କୁ ସୁଯୋଗ ଦିଆଯାଇନାହିଁ।

ବିଶ୍ୱକପ୍ ୨୦୨୩ ପରେ ମହମ୍ମଦ ସାମି ପ୍ରଥମ ଥର ପାଇଁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଆଘାତରୁ ସୁସ୍ଥ ହେବା ପରେ ସେ ରଣଜୀ ଟ୍ରଫି ଓ ଟି-୨୦ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଖେଳୁଥିବା ଦେଖିବାକୁ ମିଳିଥିଲା। ଏହାବ୍ୟତୀତ ସେ ଏବେ ବିଜୟ ହଜାରେ ଟ୍ରଫିରେ ମଧ୍ୟ ଖେଳୁଛନ୍ତି। ଆଣ୍ଠୁଗଣ୍ଠି ଫୁଲିବା କାରଣରୁ ତାଙ୍କୁ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଚୟନ କରାଯାଇ ନଥିଲା।

ଋଷଭ ପନ୍ତଙ୍କୁ ଦଳରେ ସାମିଲ କରାଯାଇନାହିଁ। ଦଳରେ ଦ୍ବିତୀୟ ୱିକେଟ୍ କିପର ଭାବେ ଧ୍ରୁବ ଜୁରେଲଙ୍କୁ ମନୋନୀତ କରାଯାଇଛି। ଫର୍ମରେ ଥିବା ସଞ୍ଜୁ ସାମସନ୍ ୱିକେଟ କିପର ଓ ବ୍ୟାଟର ଭାବେ ପ୍ରଥମ ପସନ୍ଦ ରହିଛନ୍ତି। ଋଷଭ ପନ୍ତଙ୍କୁ ସାମିଲ କରାଯାଇନାହିଁ। ଏହାବ୍ୟତୀତ ଗିଲଙ୍କୁ ମଧ୍ୟ ସୁଯୋଗ ଦିଆଯାଇନାହିଁ। ଅଷ୍ଟ୍ରେଲିଆରେ ଦମଦାର ପ୍ରଦର୍ଶନ କରିଥିବା ନୀତୀଶ କୁମାର ରେଡ୍ଡୀଙ୍କୁ ମଧ୍ୟ ଟି-୨୦ ଦଳରେ ସାମିଲ କରାଯାଇଛି। ଆହତ କାରଣରୁ ରିଆନ ପରାଗଙ୍କୁ ଦଳରେ ସୁଯୋଗ ଦିଆଯାଇନାହିଁ।

ଟିମ୍ ଇଣ୍ଡିଆର ସଦସ୍ୟ
ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ, ଯଶସ୍ୱୀ ଜୟସ୍ୱାଲ, ତିଲକ ବର୍ମା, ନୀତୀଶ ରେଡ୍ଡୀ, ମହମ୍ମଦ ସାମି, ଅର୍ଶଦୀପ ସିଂହ, ହର୍ଷିତ ରାଣା, ଧ୍ରୁବ ଜୁରେଲ, ରିଙ୍କୁ ସିଂହ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରବି ବିଷ୍ନୋଇ, ବରୁଣ ଚକ୍ରବର୍ତ୍ତୀ, ୱାଶିଂଟନ ସୁନ୍ଦର

Leave a Reply

Your email address will not be published. Required fields are marked *